Posted inଜାତୀୟ

ପୁରୁଷଙ୍କ ବିନା ହଜ୍‌କୁ ଯାଉଥିବା ମହିଳାଙ୍କ ଭିତରେ ୮୬ ପ୍ରତିଶତ କେରଳବାସିନ୍ଦା: ରିପୋର୍ଟ

ଥିରୁଭାନନ୍ତପୁରମ୍‌,୨୦।୪: ନିକଟରେ ହଜ୍‌ ଯାଉଥିବା ମହିଳା ଓ ପୁରୁଷଙ୍କ ଭିତରେ କିଏ ଅଧିକ ସଂଖ୍ୟକ ରହିଛନ୍ତି ସେନେଇ ଏକ ସରକାରୀ ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁସାରେ, ଭାରତରୁ ସାଉଦିଆରବ ହଜ୍‌ଯାତ୍ରାରେ ଅଧିକାଂଶ ମହିଳା, ପୁରୁଷଙ୍କ ବିନା ସେଠାକୁ ଯାଇଥାନ୍ତି। ସେଥିମଧ୍ୟରୁ ୮୬ ପ୍ରତିଶତ ମହିଳା ହେଉଛନ୍ତି କେରଳର। ଏକୁଟିଆ ଯାଉଥିବା ୨୩୪୦ ମହିଳାଙ୍କ ଠାରୁ ୨୦୧୧ ମହିଳା ହେଉଛନ୍ତି କେବଳ କେରଳର। ଚଳିତ ଥର ହଜ୍‌ରେ ଯିବା ପାଇଁ କେରଳରେ ପୁରୁଷଙ୍କ ଅପେକ୍ଷା ବେଶୀ ମହିଳା ଆବେଦନ କରିଥିବା ଜଣାପଡ଼ିଛି। କେରଳରୁ ପ୍ରାୟ ୧୧ହଜାରୁ ଊର୍ଦ୍ଧ୍ୱ ଯାତ୍ରୀ ହଜ୍‌କୁ ଯାଉଥିବା ବେଳେ ସେଥିରୁ ୬୯୫୯ ମହିଳା ଓ ୪୫୧୩ ପୁରୁଷ ରହିଛନ୍ତି। ଗତବର୍ଷ ସରକାର ନିୟମରେ ପରିବର୍ତ୍ତନ କରି ୪୫ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନେ ବିନା କୌଣସି ପୁରୁଷ ସାଥୀଙ୍କ ସହ ସେଠାକୁ ଯାଇପାରିବେ ବୋଲି ମଞ୍ଜୁରୀ ଦେଇଥିଲେ। ତେବେ ଏହାର ପୂରା ଲାଭ କେରଳର ମହିଳାମାନେ ଉଠାଇଛନ୍ତି। ଗତବର୍ଷ ମଧ୍ୟ ଏକୁଟିଆ ଯାଇଥିବା ୧୩୪୦ ମହିଳାଙ୍କ ଠାରୁ ୧୧୨୪ ମହିଳା କେବଳ କେରଳରେ ଥିଲେ। ଚଳିତ ଥର ଉତ୍ତରପ୍ରଦେଶରୁ ୯୯ ଓ ପଶ୍ଚିମ ଭାରତରୁ କେବଳ ୩୯ ମହିଳା ଏକୁଟିଆ ହଜ୍‌କୁ ଯିବେ। ସେହିପରି ତାମିଲନାଡୁର ୩୭, ମହାରାଷ୍ଟ୍ର ୩୧, ରାଜସ୍ଥାନରୁ ୨୬ ଓ କର୍ନାଟକରୁ ୨୩ ମହିଳା ରହିଛନ୍ତି। ଅପରପକ୍ଷରେ ଦିଲ୍ଲୀରୁ ୧୨, ବିହାରରୁ ୯, ଆସାମରୁ ୮, ଝାଡ଼ଖଣ୍ଡରୁ ୫ ଓ ଛତିଶଗଡ଼ରୁ ୪ ମହିଳା ଏଥର ଏକୁଟିଆ ହଜ୍‌ଯାତ୍ରା କରିବେ ବୋଲି ସର୍ଭେରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦରମାରେ ଚଳିପାରୁନାହାନ୍ତି ମାସଯାକ? ଏହି ସାଇଡ୍‌ ବିଜନେସରେ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ଦରମା ମାସ ସରୁ ସରୁ ସରି ଯାଉଛି। ଏବଂ ଆପଣ ଆପଣଙ୍କର ଘର ଖର୍ଚ୍ଚ ପୂରଣ କରିବାକୁ ଟଙ୍କା ରହୁନି, ତେବେ...

ବୋମା ଆକ୍ରମଣକାରୀଙ୍କ ଦ୍ୱିତୀୟ କାର୍ ଖୋଜୁଛି ପୋଲିସ୍, ଲାଲ୍ ରଙ୍ଗର ଏହି କାର୍‌ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ଲାଲ୍ କିଲ୍ଲା ବିସ୍ଫୋରଣ ମାମଲାରେ ପୋଲିସ୍ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇବା ପରେ ଦିଲ୍ଲୀ, ହରିଆଣା ଏବଂ ଉତ୍ତର ପ୍ରଦେଶରେ ବ୍ୟାପକ ଖୋଜାଖୋଜି...

ବିବାହ ମଞ୍ଚରେ ବରକୁ ଛୁରାମାଡ଼: ଆକ୍ରମଣକାରୀଙ୍କୁ ୨ କିମି ପର୍ଯ୍ୟନ୍ତ ଗୋଡ଼ାଇଲା ଡ୍ରୋନ୍ କ୍ୟାମେରା

ନୂଆଦିଲ୍ଲୀ,୧୨।୧୨: ମହାରାଷ୍ଟ୍ରର ଅମରାବତୀରେ ଏକ ବିବାହ ଉତ୍ସବ ସମୟରେ ବରକୁ ମଞ୍ଚ ଉପରେ ଛୁରାମାଡ଼ କରାଯିବା ପରେ ପରିବେଶ ଏକ ଅପରାଧ ସ୍ଥଳରେ ପରିଣତ ହୋଇଛି।...

ଆୟ ବଢୁଛି, କିନ୍ତୁ ସମ୍ପତ୍ତି ବଢୁନାହିଁ: ଭାରତୀୟଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣୁଛି FOMO-YOLO ଚିନ୍ତାଧାରା

ନୂଆଦିଲ୍ଲୀ,୧୨।୧୨: ଭାରତୀୟ ଅର୍ଥନୀତି ବିଶ୍ୱର ଅଭିବୃଦ୍ଧି କ୍ଷେତ୍ରରେ ଏକ ଉଜ୍ଜ୍ୱଳ ସ୍ଥାନ ହୋଇ ରହିଥିବାବେଳେ, ଏହାର ଯୁବପିଢ଼ିଙ୍କ ଆୟ ବଢୁଥିଲେ ମଧ୍ୟ ସେମାନଙ୍କ ପାଖରୁ ସମ୍ପତ୍ତି...

ବିଦେଶରୁ ଫେରି ଲାଲ୍ କିଲ୍ଲା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୨: ଭୁଟାନରୁ ଦୁଇ ଦିନିଆ ବିଦେଶ ଗସ୍ତ ସାରି ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ (LNJP) ଡାକ୍ତରଖାନାରେ...

ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ: Video ଦେଖିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୧୨।୧୧: ଦିଲ୍ଲୀ ବିସ୍ଫୋରଣର ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏଥିରେ ଲାଲକିଲ୍ଲା ନିକଟରେ ଚଳନ୍ତା ଯାନ ମଧ୍ୟରେ ଏକ କାରରେ କିପରି ବୋମା ବିସ୍ଫୋରଣ...

ପୁଣି ହେବ କି ଭାରତ-ପାକିସ୍ତାନ ଯୁଦ୍ଧ? ମୋଦି ନେବେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୧୨: ଦିଲ୍ଲୀ ବିସ୍ଫୋରଣକୁ ନେଇ ଆଜି ବସୁଛି CCS ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ସୁରକ୍ଷା ସଂପର୍କିତ କେନ୍ଦ୍ର କ୍ୟାବିନେ ବୈଠକ। ବୈଠକରେ ହୋଇପାରେ ବଡ଼...

ବିହାରରେ କିଏ ଗଢିବ ସରକାର? ଏକଜିଟ୍‌ ପୋଲରେ ବଡ଼ ଖୁଲାସା, ଦେଖିଲେ ଚକିତ ହେବେ…

ପାଟନା,୧୨।୧୧: ବିହାରର ୨୪୩ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ହେବା ମାତ୍ରେ, ଏଜେନ୍ସିଗୁଡ଼ିକ ଏକଜିଟ ପୋଲ ପ୍ରକାଶ କରିଥିଲେ। ଅଧିକାଂଶ ସର୍ଭେ NDA ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri