ପୁରୁଣା ଅଞ୍ଚଳକୁ ରାସ୍ତା ନିର୍ମାଣରେ ଅବହେଳା ଅଭିଯୋଗ; ନିର୍ମାଣ କାମ ବନ୍ଦ କଲେ ବାପୁଜୀନଗରବାସୀ

ବ୍ରହ୍ମପୁର ଅଫିସ,୧୦ା୬-ଲୋଚାପଡା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦ ବିହାର ଅଞ୍ଚଳରେ ରାସ୍ତା ନିର୍ମାଣକୁ ନେଇ ରବିବାର ଉତ୍ତେଜନା ଦେଖାଦେଇଛି। ଏହି ପଞ୍ଚାୟତ ଅଧୀନରେ ଥିବା ବାପୁଜୀ ନଗର ୬ଷ୍ଠ ଓ ସପ୍ତମ ଲାଇନକୁ ଦୀର୍ଘ ବର୍ଷ ଧରି ରାସ୍ତା ନିର୍ମାଣ କରାଯାଉ ନ ଥିବା ବେଳେ ଅର୍ଥ ଲାଳସାରେ ନୂତନ ଭାବେ ସ୍ବଳ୍ପ ବସତି ସ୍ଥାପନ କରିଥିବା ସାହିକୁ ରାସ୍ତା ନିର୍ମାଣ କରାଯାଉଛି। ଏହାର ପ୍ରତିବାଦ କରି ବାପୁଜୀନଗର ଅଞ୍ଚଳବାସୀ ଗୋବିନ୍ଦ ବିହାର ୧୩ଲେନ୍‌ରେ ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ବିକ୍ଷୋଭ କରିଥିଲେ। ବାପୁଜୀନଗରକୁ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ନୂତନ ଅଞ୍ଚଳରେ ନିର୍ମାଣ କାମ ହୋଇପାରିବ ନାହିଁ ବୋଲି ସେମାନେ ଚେତାବନୀ ଦେଇଥିଲେ।

ପଞ୍ଚାୟତ ଅଧୀନରେ ବାପୁଜୀନଗର ୬ଷ୍ଠ ଓ ସପ୍ତମ ଲାଇନରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବସତିସ୍ଥାପନ ହୋଇଥିଲେ ମଧ୍ୟ ଏଯାଏ ରାସ୍ତା, ଡ୍ରେନ ନାହିଁ। ଇତିମଧ୍ୟରେ ପଞ୍ଚାୟତ ପକ୍ଷରୁ ୩ ରୁ ୪ ଥର ସର୍ଭେ ହୋଇାସାରିଛି। ଏଥିପାଇଁ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି। ତଥାପି ସାହିରେ ରାସ୍ତା ନିର୍ମାଣ କ୍ଷେତ୍ରରେ ପଞ୍ଚାୟତ କର୍ତ୍ତୃପକ୍ଷ ଅବହେଳା କରୁଛନ୍ତି। ଏନେଇ ବାରମ୍ବାର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ନିର୍ମାଣ ହୋଇନାହିଁ। ଫଳରେ ବର୍ଷାଦିନେ ନାନା ଅସୁବିଧା ଭୋଗିବାକୁ ପଡୁଛି। ଏପରିକି ଦୁଇ ଦୁଇ ଥର ମେଟାଲ ପଡିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହାକୁ ଅନ୍ୟତ୍ର ସ୍ଥାନମାନ୍ତର କରାଯାଇଛି। କିନ୍ତୁ କିଛି ବର୍ଷ ମଧ୍ୟରେ ଗଢି ଉଠିଥିବା ଗୋବିନ୍ଦ ବିହାର ଅଞ୍ଚଳକୁ ରାସ୍ତା ନିର୍ମାଣ କରାଯାଉଛି। କନିଷ୍ଠଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଅତି ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କନିଷ୍ଠଯନ୍ତ୍ରୀ ଓ ନିର୍ବାହୀଯନ୍ତ୍ରୀ ଅର୍ଥଲୋଭରେ ନୂତନ ଲାଇନରେ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ମଧ୍ୟ ବାପୁଜୀନଗର ବାସିନ୍ଦା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗାବିନ୍ଦ ବିହାର ସମେତ ଆଖପାଖ ଅଞ୍ଚଳର ରାସ୍ତା ସମ୍ପର୍କିତ ସମସ୍ୟା ଓ ଅଞ୍ଚଳବାସୀଙ୍କ ଅଭିଯୋଗ ସମ୍ପର୍କରେ ବହୁବାର କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିବା ସଭାପତି ହରିହର ନାୟକ କହିଛନ୍ତି। ବାପୁଜୀନଗର ଅଞ୍ଚଳବାସୀଙ୍କୁ ସଭାପତି ନାୟକ ବୁଝାଶୁଝା କରିବା ପରେ ଅଞ୍ଚଳବାସୀ ଆନ୍ଦୋଳନରୁ ଓହରିଥିଲେ। ବାପୁଜୀନଗରକୁ ରାସ୍ତା ନିର୍ମାଣ ନ ହେବା ପର୍ଯ୍ୟନ୍ତ ଅନ୍ୟ କୌଣସି ଅଞ୍ଚଳରେ ରାସ୍ତା ନିର୍ମାଣ ହେଲେ କାର୍ଯ୍ୟ ବନ୍ଦ କରିବା ସହ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଗୋପୀନାଥ ନାୟକ, ଆଦିତ୍ୟ ମିଶ୍ର ଓ ପ୍ରଣବ ମୁନୀଙ୍କ ସମେତ ବହୁ ଅଞ୍ଚଳବାସୀ ସାମିଲ ହୋଇଥିଲେ। ତେବେ ଦୀର୍ଘ ସମୟ ଧରି ଅଞ୍ଚଳବାସୀଙ୍କ ଆନ୍ଦୋଳନ ଓ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସତ୍ତ୍ୱେ ଘଟଣାସ୍ଥଳରେ ସମ୍ପୃକ୍ତ କନିଷ୍ଠଯନ୍ତ୍ରୀ, ନିର୍ବାହୀଯନ୍ତ୍ରୀ ଓ ସ୍ଥାନୀୟ ସରପଞ୍ଚଙ୍କ ଅନୁପସ୍ଥିତି ଅଞ୍ଚଳବାସୀଙ୍କ ଅଭିଯୋଗର ସତ୍ୟତା ପ୍ରମାଣ କରୁଥିବାକୁ ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୪ ନମ୍ବର ଜୋନରେ ବିଜେଡିର ବାଜିମାତ୍‌

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ମାଜିମାତ କରିଛି। ବିଜେଡି ପାର୍ଥିନୀ ସସ୍ମିତା ସ୍ବାଇଁ ୧୫ ହଜାର ୧୬୦ ଖଣ୍ଡ ଭୋଟ ପାଇଛନ୍ତି।...

ବେଆଇନ୍‌ ଚିକିତ୍ସାଳୟ ଚିହ୍ନଟ ପାଇଁ ନିର୍ଦ୍ଦେଶ

ଛତ୍ରପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଅନେକ ବେଆଇନ ଚିକିତ୍ସାଳୟ ଥିବା ଜିଲା ପ୍ରଶାସନର ନଜରକୁ ଆସିଛି। କେତେକ ଚିକିତ୍ସାଳୟରେ ଭ୍ରୁଣ ନିରୂପଣ କରି ଗର୍ଭପାତ ଭଳି ଜଘନ୍ୟ...

ଗଞ୍ଜାମରେ ନୂଆ ଆର୍‌ଟିଓ

ଛତ୍ରପୁର,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ନୂତନ ଆର୍‌ଟିଓ ଭାବେ ମାନସ ସାହୁ କାର୍ଯ୍ୟରେ ଯୋଗଦେଇଛନ୍ତି। ପୂର୍ବରୁ ସେ ବରଗଡ଼ ଜିଲାରେ ଆର୍‌ଟିଓ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ଏବେ...

ବ୍ରହ୍ମପୁର ସହରରେ ରହିଛି ୭ ବ୍ଲାକ୍‌ସ୍ପଟ୍‌

ବ୍ରହ୍ମପୁର ଅଫିସ,୬ା୮: ବ୍ରହ୍ମପୁର ସହର ଓ ସନ୍ନିକଟ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ ଏବେ ଦୁର୍ଘଟଣାପ୍ରବଣ ହୋଇପଡ଼ିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ଯୋଜନା...

ଘରେ ପଶି ନାବାଳିକାଙ୍କୁ ବଳାତ୍କାର

ବୁଗୁଡ଼ା,୨୫ା୬: ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଞ୍ଚଳରେ ଗୁରୁବାର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲା କ୍ରମେ ପୋଲିସ...

କରୋନା ଯୋଦ୍ଧାଙ୍କୁ ଅଣଦେଖା: ଏମ୍‌କେସିଜି ମେଡିକାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ପୋଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

ପୁରୁଷୋତ୍ତମପୁର,୬।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ସଭାପତି ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ରବିବାର...

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଗୋପାଳପୁର,୬ା୧(ଡି.ଏନ.ଏ.): ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିବା ଘଟଣାରେ ଶୁକ୍ରବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ...

Advertisement
Archives

Model This Week