ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର

ପୁରୀ ଅଫିସ,୨୧।୧:ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି। ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ବ୍ୟବସାୟୀ। ସୋମବାର ପୁରୀ ସମୁଦ୍ରରୁ ଏକ ବିରଳ ପ୍ରଜାତିର ସାର୍କ ମାଛ ଧରାପଡ଼ିବା ଏବଂ ଏହାକୁ ତରବରିଆ ଭାବେ ଜଣେ ବ୍ୟବସାୟୀ କିଣିନେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ପ୍ରତ୍ୟେକ ଦିନ ଏହିଭଳି ମାଛ ସୂତି ଓ ଜାଲରେ ପଡୁଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି।
ପେଣ୍ଠକଟା ଅଞ୍ଚଳର ମତ୍ସ୍ୟଜୀବୀମାନେ ପ୍ରତ୍ୟହ ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥାନ୍ତି। ହଜାର ହଜାର ସଂଖ୍ୟାରେ ମତ୍ସ୍ୟଜୀବୀ ସମୁଦ୍ରରୁ ମାଛ ମାରି ସେମାନଙ୍କ ପରିବାର ଚଳାଇଥାନ୍ତି। ସମୁଦ୍ର ଭିତରେ ଜାଲ ପକାଇ ମାଛ ଧରିବା ସହ ସୂତି ମଧ୍ୟ ପକାଇଥାନ୍ତି। ତେବେ ବେଳେବେଳେ ଜାଲରେ ବିରଳ ପ୍ରଜାତିର ମାଛ ପଡ଼ନ୍ତି। କିନ୍ତୁ ଅନେକ ମାଛକୁ ମତ୍ସ୍ୟଜୀବୀମାନେ ଚିହ୍ନି ପାରୁ ନ ଥିବାବେଳେ ଏହାକୁ ସାଧାରଣ ମାଛ ଦାମ୍‌ରେ ବିକ୍ରି କରିଥାନ୍ତି। ଫଳରେ ମତ୍ସ୍ୟ ବ୍ୟବସାୟୀମାନେ ଏହାକୁ ବାହାରକୁ ରପ୍ତାନି କରି ମୋଟା ଅଙ୍କର ଲାଭବାନ ହେଉଛନ୍ତି। ସେହିପରି ସୂତିରେ ବି ବଡ଼ ବଡ଼ ବିରଳ ମାଛ ଧରିଥାନ୍ତି। ସୋମବାର ସୂତିରେ ଏକ ବିରଳ ପ୍ରଜାତିର ସାର୍କ ମାଛ ପଡିଥିଲା। ସୂତି କଣ୍ଟା ସେମିତି ଲାଗି ରହିଥିବାବେଳେ ଏହାର ପେଟ ଚିରି ହୋଇଯାଇଥିଲା। ସମ୍ପୃକ୍ତ ମତ୍ସ୍ୟଜୀବୀ ଏହାକୁ ବେଳାଭୂମି ବାଲିରେ ଆଣି ପକାଇଥିଲେ। ପାଖାପାଖି ୧୦ କିଲୋ ଓଜନ ବିଶିଷ୍ଟ ଏହି ମାଛକୁ ଜଣେ ମତ୍ସ୍ୟଜୀବୀ ଅନ୍ୟ ମାଛ ସହ ନିଲାମରେ କିଣି ନେଇଥିଲେ। ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ପଚାରିବାରୁ ପ୍ରାୟ ପ୍ରତ୍ୟହ ଅଧିକାଂଶଙ୍କ ଜାଲରେ ଏହିଭଳି ମାଛ ପଡୁଛି। ସାର୍କ ଫାର୍କ କ’ଣ ଆମେ ଜାଣିନୁ। ଏହାକୁ ମଗର ମାଛ କହି ଆମେ ବିକ୍ରି କରୁଛୁ । ଅନ୍ୟ ମାଛ ସହ ମିଶାଇ ଏହାକୁ ନିଲାମରେ ବ୍ୟବସାୟୀମାନେ କିଣି ନେଉଛନ୍ତି।
ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଞ୍ଜନ ରଥ କହିଛନ୍ତି, ଏହା ବିରଳ ପ୍ରଜାତିର ବ୍ଲାକଟିପ୍‌ ରିଫ୍‌ ସାର୍କ। ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର) ଅନୁସାରେ ଏହାକୁ ଧରିବା କିମ୍ବା ବିକ୍ରି କରିବା ବେଆଇନ। ଏହା ସାଧାରଣତଃ କୋରାଲ ରିଫ୍‌ରେ ବାସ କରିଥାନ୍ତି। ବେଳେବେଳେ ଖାଦ୍ୟ ଅନ୍ବେଷଣରେ ଏମାନେ ସମୁଦ୍ରର ମୁହାଣ ଅଞ୍ଚଳ ଏପରି କି ମଧୁର ଜଳକୁ ପଶିଆସନ୍ତି। ଏମାନଙ୍କ ପ୍ରଜନନ କ୍ଷମତା ବହୁତ କମ୍‌। ଏଭଳି ପ୍ରଜାତିର ମାଈ ସାର୍କ ଥରକେ ଗୋଟିଏ ପ୍ରଜନନ କରିଥାଏ। ସମୁଦ୍ରରେ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସମୁଦ୍ରରେ ପ୍ରଦୂଷଣ ବଢୁଥିବାରୁ ଏମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ଏଭଳି ସାର୍କ ନ ଧରିବା ଲାଗି ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ଦରକାର। ମତ୍ସ୍ୟଜୀବୀମାନେ ମଧ୍ୟ ଏହା ନ ଜାଣିପାରି ଅନ୍ୟ ସାଧାରଣ ମାଛ ଭଳି ବ୍ୟବସାୟୀଙ୍କ ହାତକୁ ଟେକି ଦେଉଛନ୍ତି। ପୁରୀରେ ସାର୍କ, ଡଲ୍‌ଫିନଙ୍କ ଉପସ୍ଥିତି ଭଲ ରହିଛି। କିନ୍ତୁ ସେମାନଙ୍କ ସୁରକ୍ଷା ଏବଂ ପ୍ରଜନନ ଉପରେ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଯେଉଁମାନେ ଏଭଳି ବେଆଇନ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବା ଦରକାର ବୋଲି ରଥ କହିଛନ୍ତି।
ଅନ୍ୟପକ୍ଷରେ ସହକାରୀ ମତ୍ସ୍ୟ ଅଧିକାରୀ ଦୀକ୍ଷା ଖାଡ଼ଙ୍ଗା କହିଛନ୍ତି, ଏହି ପ୍ରଜାତିର ସାର୍କ ମାଛ ପୁରୀ ଉପକୂଳରେ ଦେଖାଯାଉଛନ୍ତି। ଅବାଧରେ ଏହି ସାର୍କ ଶିକାର କରାଯାଉଥିବା ନେଇ କୌଣସି ସୂଚନା ନାହିଁ। ତଥାପି ଯଦି କେହି ଏମିତି ଶିକାର କରି ବାହାରକୁ ଚାଲାଣ କରୁଥାନ୍ତି ଏ ଦିଗରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଥାଉ କି, ଆନ୍ତର୍ଜାତିକ ସ୍ତରରେ ଏହି ପ୍ରଜାତିର ମାଛ ମାରିବା ଉପରେ କଟକଣା ରହିଛି। ଗତବର୍ଷ ଜାନୁୟାରୀ ମାସରେ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲରରୁ ୧୭୫ଟି ବିରଳ ପ୍ରଜାତିର ସାର୍କ ମାଛ ଜବତ କରାଯାଇଥିଲା। ଏହି ଘଟଣାରେ ୭ ମତ୍ସ୍ୟଜୀବୀଙ୍କୁ ଜେଲ୍‌ ଯିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୨ ରାତି ୮ଟାରୁ ୧୪୪

ଭବାନୀପାଟଣା,୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧୩ ତାରିଖ ମା’ଙ୍କ ଯାତ୍ରା ହେବ।...

ସରକାରୀ ଯୋଜନାରେ ମିଳୁନି ପକ୍କାଘର: ବ୍ଲକ କାର୍ଯ୍ୟାଳୟ ଘେରିଲେ ଲୋକେ

ସୁକିନ୍ଦା,୧୬ା୧୦(ଡି.ଏନ୍‌.ଏ)- ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା, ବାହାବଳପୁର, ବର୍ତ୍ତଣ୍ଡା ଗ୍ରାମ ସହ ୨୫ ପଞ୍ଚାୟତର ବହୁ ଲୋକ ସରକାରୀ ଯୋଜନାରେ ପକ୍କାଘର ପାଇବାରୁ...

୩ ଦିନ ପାଇଁ ବନ୍ଦ ହେଲା ଜିଆଇଇଟି ବିଶ୍ୱବିଦ୍ୟାଳୟ

ଗୁଣପୁର,୮ା୪: ରାୟଗଡ଼ା ଜିଲା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ୱବିଦ୍ୟାଳୟରୁ ୫ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ଗୁଣପୁର...

ବାଇକ୍‌ରୁ ଖସି ଆର୍‌ଆଇଙ୍କ ଜୀବନ ଗଲା

ରାଇରଙ୍ଗପୁର,୨୫ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦିଘିଆବେଡ଼ା ଗ୍ରାମାଞ୍ଚଳ ନିକଟସ୍ଥ ରବିବାର ବଡ଼ଦିନ ଅବସରରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଦିଘିଆବେଡ଼ା ଗ୍ରାମ...

୪ ପ୍ରକଳ୍ପ ପାଇଁ ୪୬୧ କୋଟି ମଞ୍ଜୁର

ପୁରୀ ଅଫିସ,୧୩।୧୧: ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ାଯିବ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ ଅତ୍ୟାଧୁନିକ ସେବା...

ଭାରତ ବନ୍ଦ: ବାଲେଶ୍ୱରରେ ପ୍ରଭାବ

ବାଲେଶ୍ୱର ଅଫିସ,୨୬।୧୧: କେନ୍ଦ୍ର ସରକାର ଜନ ବିରୋଧୀ ଏବଂ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସକାଳ ୬ଠାରୁ ୨୪ ଘଣ୍ଟିଆ ବନ୍ଦରେ ବାଲେଶ୍ୱର ଜିଲା...

ଟ୍ରକ୍‌ ପଛରେ ପିଟିଲା ସ୍କର୍ପିଓ: ୩ ମୃତ, ୩ ଗୁରୁତର

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା...

ବୁଝାମଣା ପାଇଁ ରାଜି ଅଛୁ: ଶ୍ରୀୟା

କଟକ ଅଫିସ,୨୨।୧: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କ ଘରୋଇ କଳି ପ୍ରସଙ୍ଗ ପୁଣିଥରେ ରୋଚକ ହୋଇଛି। ଶୁକ୍ରବାର ହ୍ୟୁମାନ...

Advertisement
Archives

Model This Week