Posted inପୁରୀ

ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭଙ୍ଗାରୁଜା  

ପୁରୀ ଅଫିସ,୧୩ା୬: ଭୁଲ୍‌ ଇଞ୍ଜେକ୍ସନ ଦେବା ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଶନିବାର ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ସମ୍ପର୍କୀୟମାନେ ହଠାତ୍‌ ଏଭଳି ମୃତ୍ୟୁକୁ ଗ୍ରହଣ ନ କରିପାରି ହୋହଲ୍ଲା କରିବା ସହ ଦୋଷୀ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ପୁରୀ ସଦର ବ୍ଲକ ବେଲଦଳ ପଞ୍ଚାୟତ ଉର ଗ୍ରାମର ମାଗୁଣି ମହାପାତ୍ରଙ୍କ ପୁଅ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଶନିବାର ମଧ୍ୟାହ୍ନ ୧୨ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସମ୍ପର୍କୀୟମାନେ ଚିକିତ୍ସାଳୟରେ ହୋହଲ୍ଲା କରିବା ସହ ସର୍ଜରି ୱାର୍ଡର ଝରକା, କବାଟ ଭଙ୍ଗାରୁଜା କରିଥିଲେ। ପରେ ପୋଲିସ ଫୋର୍ସ ପହଞ୍ଚତ୍ ଲୋକମାନଙ୍କୁ ବୁଝାଇଥିଲେ। ଏ ସମ୍ପର୍କରେ ସମ୍ପର୍କୀୟ ଚିତ୍ରସେନ ମହାପାତ୍ର କହିଛନ୍ତି, ମୃତକ ହୋଟେଲରେ ରୋଷେଇ କରି ମାଆବାପାଙ୍କୁ ପ୍ରତିପୋଷଣ କରିଥାନ୍ତି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କର ପେଟରେ କିଛି ସମସ୍ୟା ହେବାରୁ ହସ୍ପିଟାଲକୁ ଆଣିଥିଲୁ। ସେ ଭଲ ଥିଲେ। ମାତ୍ର ଡାକ୍ତର କ’ଣ ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଆମେ ସନ୍ଦେହ କରୁଛୁ। ଏହାର ଉପଯୁକ୍ତ ତଦନ୍ତ ହେବା ଦରକାର। ଅନ୍ୟପକ୍ଷରେ ମୃତକଙ୍କ ବାପା ମଧ୍ୟ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଲିଖିତ ଭାବେ ଅନୁରୋଧ କରିଛନ୍ତି।
ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନୀଳକଣ୍ଠ ମିଶ୍ର କୁହନ୍ତି, ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ରୋଗୀଙ୍କ ମୃତ୍ୟୁ ହେବା ସମ୍ପୂର୍ଣ୍ଣ ମିଥ୍ୟା। ସମ୍ପୃକ୍ତ ରୋଗୀଙ୍କୁ ଅନ୍ୟ ଜାଗାକୁ ରେଫର କରାଯାଇଥିଲା। ମାତ୍ର ପରିବାର ଲୋକେ ଚାହିଁ ନ ଥିଲେ। ଶନିବାର ସକାଳେ ରୋଗୀଙ୍କ ଅବସ୍ଥା ଭଲ ଥିଲା, ମାତ୍ର ହଠାତ୍‌ ଗୁରୁତର ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହାର ତଦନ୍ତ କରାଯାଇ ଯଦି କୌଣସି ଡାକ୍ତର ଦୋଷୀ ବୋଲି ଜଣାପଡ଼ନ୍ତି ତେବେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ। ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସେବା ପାଇଁ ନିଜ ବିବାହ ରୋକିଲେ ପିଇଓ

ନିମାପଡ଼ା,୧୧ା୫(ଡି.ଏନ.ଏ): ବିଶ୍ୱରେ ଏବେ ମହାମାରୀ କରୋନା ସଂକ୍ରମଣର ଘୋର ବିଭୀଷିକା ଦେଖାଦେଇଛି। କରୋନା ଯୁଦ୍ଧର ମୁକାବିଲା ପାଇଁ ପୋଲିସ, ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ, ଅଙ୍ଗନଓ୍ବାଡି କର୍ମୀ,...

ଗାଁରେ ବ୍ୟାପୁଛି ଜ୍ୱର, ଟେଷ୍ଟିଂ ବ୍ୟବସ୍ଥା ନାହିଁ

ପୁରୀ ଅଫିସ,୧୪।୫: ପୁରୀ ଜିଲାର ଗ୍ରାମାଞ୍ଚଳରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ତଥାପି ପ୍ରଶାସନ ପକ୍ଷରୁ ମୋବାଇଲ୍‌ ଟେଷ୍ଟିଂ ଭ୍ୟାନ୍‌ ବୁଲୁଥିବା ଦେଖିବାକୁ ମିଳୁନାହିଁ।...

ଖୁବ୍‌ଶୀଘ୍ର ସେବାୟତଙ୍କୁ ପରିଚୟପତ୍ର

ପୁରୀ ଅଫିସ, ୩୦।୭: ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ବେଳେ ସେବକ ଏବଂ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ କିପରି...

ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପ୍ରବଳ ଭିଡ

ପୁରୀ ଅଫିସ, ୧୫।୧: ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଶ୍ରୀ ମନ୍ଦିରରେ ପାଳିତ ହେଉଛି ମହାପ୍ରଭୁଙ୍କ ମକର ନୀତି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର...

ଉଚ୍ଛେଦକୁ ବିରୋଧ: ୧୦୦୧ ଦୀପଦାନ, କଳାକନା ବାନ୍ଧି ଧାରଣା

ପୁରୀ ଅଫିସ,୧୨ା୯ : ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପଟୁ ୭୫ ମିଟର ପରିଧିରେ ଥିବା କୋଠା, ମଠ ଭଙ୍ଗାଯିବ। ଜିଲା ପ୍ରଶାସନ ପକ୍ଷରୁ ଦୁଇ ସପ୍ତାହ...

ହାଇୱା ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ନିମାପଡ଼ା,୧୨।୩(ଡି.ଏନ୍‌.ଏ.):ପୁରୀ ଜିଲା ନିମାପଡ଼ା ଡେଲ୍‌ଟା ଛକରେ ଏକ ହାଇୱା ଧକ୍କାରେ ଶନିବାର ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ବ୍ଲକ ବୀରରାମଚନ୍ଦ୍ରପୁର...

ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ

ପୁରୀ ଅଫିସ,୧୯ା୧: ସତ୍ୟବାଦୀ ଏଜୁକେଶନାଲ ଚାରିଟେବୁଲ ଟ୍ରଷ୍ଟ ଏବଂ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଶୋଭାଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର...

ଭକ୍ତଙ୍କ ପାଇଁ ଖୋଲିବ କି ଶ୍ରୀମନ୍ଦିର!

ପୁରୀ ଅଫିସ, ୨୮।୧: ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ ବୈଠକ । ମୁଖ୍ୟ ପ୍ରଶାସକ କ୍ରିଶନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏ...

Advertisement
Archives

Model This Week