ପୁରୀ ଜିଲାର ୩ ବୁଥ୍‌ରେ ଆଜି ସାନି ମତଦାନ

ପୁରୀ ଅଫିସ,୧୯ା୫: ପୁରୀ ଜିଲାର ୩ଟି ବୁଥ୍‌ରେ ରବିବାର ସାନି ମତଦାନ ଅନୁଷ୍ଠିତ ହେବ। ଏହି ବୁଥ୍‌ଗୁଡ଼ିକ ହେଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ୨୨୨ନଂ. କମାଶାସନ ପ୍ରୋଜେକ୍ଟ ୟୁପି ସ୍କୁଲ, କମାଶାସନ, ୬୨ନଂ. ଗାଦିବ୍ରହ୍ମ ପ୍ରାଇମେରୀ ସ୍କୁଲ, ବାଘମୁଣ୍ଡା ଏବଂ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ୭୮ନଂ. ବୁଥ୍‌ ବଳଭଦ୍ରପୁର ନୋଡାଲ ୟୁପି ସ୍କୁଲ, ବୀରକେଶରୀପୁର। ୬୨ ନଂ. ବୁଥ୍‌ରେ ୮୦୦ ମତଦାତା, ୨୨୨ ବୁଥ୍‌ରେ ୮୧୬ ଏବଂ ୭୮ ନଂ. ବୁଥ୍‌ରେ ୧୩୬୭ ଜଣ ମତଦାତା ମତଦାନ କରିବେ। ଶନିବାର ସମ୍ପୃକ୍ତ ବୁଥ୍‌ରେ ପୋଲିଂ ପାର୍ଟି ଆବଶ୍ୟକ ସରଞ୍ଜାମ ଧରି ପହଞ୍ଚତ୍ ସାରିଛନ୍ତି। ପ୍ରତ୍ୟେକ ବୁଥ୍‌କୁ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୫ଜଣ ପୋଲିଂ କର୍ମଚାରୀ ଯାଇଛନ୍ତି। ରବିବାର ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସାନି ନିର୍ବାଚନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ୨୩ତାରିଖରେ ହେବାକୁ ଥିବା ଗଣତି ଲାଗି ସବୁ ପ୍ରସ୍ତୁତି ସରିଛି। ସୂଚନାଥାଉ କି, କମାଶାସନ ବୀରକେଶରୀପୁର ବୁଥ୍‌ରେ ଇଭିଏମ୍‌ ଭଙ୍ଗାରୁଜା ହୋଇଥିବାବେଳେ ବାଘମୁଣ୍ଡା ବୁଥ୍‌ର କଣ୍ଟ୍ରୋଲ ୟୁନିଟ୍‌ ମିଳି ନ ଥିଲା। ତେଣୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଜିଲାର ଏହି ୩ଟି ବୁଥ୍‌ରେ ସାନି ମତଦାନ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଜିଲା ଚିଠି: ତୀର୍ଥ ପୁଷ୍କରିଣୀକୁ ହତାଦର

ଭାରତର ଚାରିଧାମ ମଧ୍ୟରୁ ଶ୍ରେଷ୍ଠଧାମ ପୁରୀ। ଏହା ଜଗନ୍ନାଥ ଧାମ ନାମରେ ବେଶ୍‌ ପରିଚିତ। ଏହି ପବିତ୍ର ଧାମରେ ରହିଛି ଏକାଧିକ ତୀର୍ଥ ପୁଷ୍କରିଣୀ। ସେଗୁଡ଼ିକ...

ସୁନ୍ଦରଗଡ଼ ପୁଣି ଶୀର୍ଷରେ: ଚିନ୍ତାରେ ପ୍ରଶାସନ

ସୁନ୍ଦରଗଡ଼,୮।୫: ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ହାର ଥମିବାର ନାଆଁ ଧରୁନାହିଁ। ଗତ ୨୪ ଘଣ୍ଟାରେ ପୁଣି ୧,୯୨୨ ପଜିଟିଭ ଚିହ୍ନଟ ହୋଇ ଏହି ଜିଲା...

୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ

ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି।...

ବିଧାନସଭା ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଆସନ୍ତା ୨୯ ତାରିଖରେ କରୋନା କଟକଣା ଭିତରେ ବିଧାନସଭାର  ଅଧିବେଶନ ଆରମ୍ଭ ହେବ। ଏହା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସର୍ବଦଳୀୟ...

ଲୁଣା, ହେନ୍ତାଳବଣ ପ୍ରତି ବଢୁଛି ବିପଦ

ମହାକାଳପଡ଼ା,୧୫ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ପାରାଦୀପ...

ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର...

ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୬୬, ମୟୂରଭଞ୍ଜରୁ...

୨୨ ତାରିଖ ବେଳକୁ ବାତ୍ୟାର ରୂପ ନେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ୨୦ ତାରିଖ...

Advertisement
Archives

Model This Week