ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ଫଟୋ ଭାଇରାଲ

ପୁରୁଣା ଭୁବନେଶ୍ୱର,୨୩ା୯(ଡି.ଏନ.ଏ.) : ଐତିହ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣି ଫଟୋ ଭାଇରାଲ ଘଟଣା ଆଲୋଚନାକୁ ଆସିଛି। ବାରମ୍ବାର ମନ୍ଦିର ଭିତରେ କୌଣସି ସେବାୟତ କିମ୍ବା ପର୍ଯ୍ୟଟକ ଫଟୋ ଉଠାଇବା ବା ସେଲଫି ନେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଥିବା ବେଳେ ରବିବାର ଏଭଳି ଜନୈକ ସେବାୟତଙ୍କ ଫଟୋ ଫେସ୍‌ବୁକ୍‌ରେ ଅପଲୋଡ଼
ଘଟଣା କଟକଣାକୁ ପଦାରେ ପକାଇ ଦେଇଛି। ମିଳିଥିବା ଖବର ମୁତାବକ, ସେବାୟତ ଜଣକ ମନ୍ଦିର ଗର୍ଭଗୃହରେ ଖୁବ୍‌ ସୁନ୍ଦର ଭାବରେ ସେଲଫି ନେଇଛନ୍ତି। ଏହାକୁ ସେ ଟିକେ ବି ଭୃକ୍ଷେପ ନ କରି ଫଟୋ ଭାଇରାଲ ମଧ୍ୟ କରିଥିଲେ, ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସୂଚନା ଥାଉ କି ସେଲିବ୍ରେଟି ଶ୍ରୀଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ବେଳେ ଏଭଳି ବ୍ୟତିକ୍ରମ ଅନେକ ସମୟରେ ଦେଖାଯାଉଛି। ଏଣୁ ପ୍ରଶାସନ ଏଭଳି ବିଶୃଙ୍ଖଳା ଆଚରଣ ନିମନ୍ତେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଲେ ହିଁ ସୁଫଳ ମିଳିବ ବୋଲି ଆଶା କରାଯାଉଛି। ଶନିବାର ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ମାତ୍ର ଏହି ଗସ୍ତ ସମୟରେ ମନ୍ଦିର ପ୍ରଶାସନର ଅନେକ କର୍ମଚାରୀ ଓ ଅନ୍ୟ ଅଧିକାରୀ ମୋବାଇଲ ସେଲଫି ଉଠାଇଥିଲେ, ଯାହାକୁ ସେବାୟତ ମହଲରେ ନିନ୍ଦା କରାଯାଇଛି। ଏଥିସହ ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ନେଇ ସରପଞ୍ଚଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମୀକ୍ଷା କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୧୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସୁଦ୍ଧା ଜିଲାରେ ୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ତେଣୁ...

ଭୋଟ୍‌ ନ ଦେଇ ଫେରିଲେ ଶତାଧିକ ଭୋଟର

ସୁନ୍ଦରଗଡ଼,୨୪ା୨(ଡି.ଏନ୍‌.ଏ.): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟରେ ଗୁରୁବାର ସୁନ୍ଦରଗଡ଼ ଜିଲାରେ ମତଦାନ ଶେଷ ହୋଇଛି। ତେବେ ଟାଙ୍ଗରପାଲି ବ୍ଲକ ‘ଖ’...

ଯାଜପୁରରେ ସର୍ବାଧିକ ସକ୍ରିୟ ସଂକ୍ରମିତ

ଭୁବନେଶ୍ୱର, ୨୭ା୫ (ବ୍ୟୁରୋ)- ରାଜ୍ୟରେ ଆଉ ୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ରେ ପହଞ୍ଚତ୍ଛି। ସେହିପରି...

ଶୁକ୍ରବାର ଯୁକ୍ତ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ପ୍ରକାଶ ପାଇବ।...

ରାଜବାଟି ପରିସରରେ ବିରଳ ନାଗ

ସଜନାଗଡ଼,୧୯।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ରାଜବାଟି ପରିସରରୁ ବିରଳ ନାଗ ଉଦ୍ଧାର କରାଯାଇଛି। ରାଜ ପରିବାର ସଦସ୍ୟ ସାହେବ ମର୍ଦ୍ଦରାଜ ସହ ଘରେ ଥିବାବେଳେ ଗୁରୁବାର...

ଆହୁରି ବିଗିଡ଼ିବ ରାଜ୍ୟ ଅଭିବୃଦ୍ଧି

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ରାଜ୍ୟର ଆର୍ଥିକ ଅବସ୍ଥା ସରକାରଙ୍କ ଚିନ୍ତା ବଢ଼ାଇଦେଇଥିବାବେଳେ କର୍ମଚାରୀଙ୍କ ଦରମା, ପେନ୍‌ସନ ଏବଂ ଯୋଜନା ଖର୍ଚ୍ଚ ରାଜକୋଷ ଉପରେ ଅତିରିକ୍ତ ବୋଝ ପାଲଟିଛି।...

ଅଗଷ୍ଟ ୩ରୁ ‘ମେଟଲ୍‌ ମିଟ୍‌-୨୦୧୯’

ଭୁବନେଶ୍ୱର,୨।୭(ବ୍ୟୁରୋ): ବର୍ଷକର ପ୍ରତୀକ୍ଷା ପରେ ପୁଣିଥରେ ଫେରୁଛି ଓଡିଶାର ପ୍ରଥମ ଏବଂ ଏକମାତ୍ର କୁଇଜ୍‌ ମହାକୁମ୍ଭ ‘ମେଟଲ୍‌ ମିଟ୍‌- ୨୦୧୯’। ଅଗଷ୍ଟ ୩ ଓ ୪...

ବାଣ ଫୁଟିଲେ ବଢିପାରେ କରୋନା: ଡିଏମ୍‌ଇଟି

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ କୋଭିଡ୍‌କୁ ନେଇ ସ୍ବାସ୍ଥ୍ୟ ବିଭାଗ ଚିନ୍ତା ବଢେଇବା ଭଳି ସୂଚନା ଦେଇଛି। ବାଣ ଫୁଟିଲେ ବଢିପାରେ କରୋନା ଏ ନେଇ ଡିଏମ୍‌ଇଟି ନିର୍ଦ୍ଦେଶକ...

Advertisement
Archives

Model This Week