Posted inଖେଳ

ଦିନେ ପିତାଙ୍କ ସହ କୃଷି କାମ କରୁଥିଲେ, ଏବେ ଭାରତକୁ ବିଶ୍ୱକପ୍‌ ସେମିଫାଇନାଲରେ ପହଞ୍ଚାଇଲେ ଏହି କ୍ରିକେଟର୍‌

ପୋଚେଫଷ୍ଟ୍ରୁମ,୨୯।୧: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ଭାରତ ସୁପର୍‌ ଲିଗ କ୍ୱାର୍ଟରଫାଇନାଲ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ ପହଞ୍ଚିଛି। ବୋଲିଂ ପାଇଁ ଅନୁକୂଳ ସେନୱେସ ପାର୍କରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୩ ରନ କରିଥିଲା। ଜବାବରେ ସାମ ଫେନିଙ୍ଗ (୭୫)ଙ୍କ ଲୁଆ ଇନିଂସ ସତ୍ତ୍ୱେ ଅଷ୍ଟ୍ରେଲିଆ ୪୩.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୫୯ ରନ କରି ପରାସ୍ତ ହୋଇଛି। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗି ୨୪ ରନ ଦେଇ ୪ଟି ଉଇକେଟ ନେଇ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ। କିନ୍ତୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ୧୭ବର୍ଷୀୟ କାର୍ତ୍ତିକ ଦିନେ ପିତାଙ୍କ ସହ ଜମିରେ କୃଷି କାମ କରୁଥିଲେ। କ୍ରିକେଟ ଖେଳରେ ରୁଚି ରଖିଥିବାରୁ ସେ ବେଳେବେଳେ ପ୍ରାକ୍ଟିସ କରୁଥିଲେ। ପୁଅକୁ ଟ୍ରେନିଂ ଦେବା ପାଇଁ ପିତାଙ୍କ ପାଖରେ ଅର୍ଥର ଅଭାବ ଥିଲା। କିନ୍ତୁ ସେ ଶ୍ରମିକ ଭାବେ କାର୍ଯ୍ୟକରି ପୁଅକୁ କ୍ରିକେଟ ଟ୍ରେନିଂ ଦେଇଥିଲେ। ପିତାଙ୍କ ସଂଘର୍ଷର ଫଳ ସେତେବେଳେ ମିଳିଥିଲା ଯେତେବେଳେ କାର୍ତ୍ତିକ କୁଚ ବିହାରୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ଉତ୍ତର ପ୍ରଦେଶ ରଣଜୀ ଦଳରେ ସ୍ଥାନ ପାଇଥିଲେ। ପରେ ସେ ଅଣ୍ଡର-୧୯ ଭାରତୀୟ ଦଳରେ ସ୍ଥାନ ପାଇଁ ବିଶ୍ୱକପ୍‌ ଦଳରେ ସାମିଲ ହୋଇଥିଲା। ଏଥିପାଇଁ ଅନେକ ସଘର୍ଷ କରିବାକୁ ପଡିଛି, ମୋ ଯୋଗୁ ଏହା ସମ୍ଭବ ହୋଇଛି ବୋଲି କାର୍ତ୍ତିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛକା, ଚୌକାରେ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିବେ କୋହଲି

ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍‌ର ୩୯ତମ ମୁକାବିଲାରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନା ସାମ୍ନି ହେବେ।...

ଶେଷ ମ୍ୟାଚରେ ପାର୍ଟନର ହୋଇ ଖେଳିବେ ଫେଡରର

ଲଣ୍ଡନ,୨୨ା୯: ଶୁକ୍ରବାର ଲାଭର କପ୍‌ରେ ପୁରୁଷ ଡବଲ୍ସରେ ରୋଜର ଫେଡେରର ଓ ରାଫାଲ ନାଡାଲ ପାର୍ଟନର ହୋଇ ଖେଳିବେ। ଫେଡରରଙ୍କ କ୍ୟାରିୟରର ଏହା ଶେଷ ମ୍ୟାଚ...

ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତୀ

ଭୁବନେଶ୍ୱର, ୧୪।୧୧(କ୍ରୀଡ଼ା ପ୍ରତିନିଧି)- ଟାଇମ୍‌ ମାଗାଜିନର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ। ବିଜ୍‌ନେଶ, ମନୋରଞ୍ଜନ,...

ବିଶ୍ୱକପ୍‌ ଦଳରେ ଶାର୍ଦ୍ଦୁଳଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧୦: ଚେନ୍ନାଇ ସପୁର କିଙ୍ଗ୍ସ (ସିଏସ୍‌କେ) ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଭାରତୀୟ ଦଳରେ ବୁଧବାର ସାମିଲ କରାଯାଇଛି। ତେବେ ପୂର୍ବରୁ...

ଶତକ ମାରିବା ପୂର୍ବରୁ ଇଡଲୀ, ଚଟଣୀ, ସମ୍ବର ଖାଇଥିଲେ ମୟଙ୍କ ଅଗ୍ରଓ୍ବାଲ

ପୁଣେ, ୧୧।୧୦: ଭାରତୀୟ ଦଳର ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇବାରେ ପରେ ଦ୍ୱିତୀୟ ଟେଷ୍ଟରେ ମଧ୍ୟ...

କେରଳ ବ୍ଳାଷ୍ଟର୍ସର ପ୍ରଥମ ବିଜୟ

ବାମ୍ବୋଲିମ (ଗୋଆ),୨୮ା୧୨: ସ୍ଥାନୀୟ ଜିଏମ୍‌ସି ଆଥଲେଟିକ୍‌ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏକ ମ୍ୟାଚରେ କେରଳ ବ୍ଳାଷ୍ଟର୍ସ ୨-୦ ଗୋଲରେ...

ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ...

ଫକନର ଜଣେ ସମଲିଙ୍ଗୀ

ସିଡ୍‌ନୀ, ୩୦ା୪ (ପି.ଟି.)-ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିନ ଅବସରରେ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି। ତାଙ୍କର ଜଣେ...

Advertisement
Archives

Model This Week