ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ ନେଇ ଅଭିଯୋଗ କଲେ ହିତାଧିକାରୀ

ଯୋଡ଼ା, ୨୦।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବାଲାଗୋଡା ପଞ୍ଚାୟତରେ ଗରିବ ହିତାଧିକାରୀଙ୍କଠାରୁ ଟିପ ଚିହ୍ନ ନେଇ ପିଡିଏସ୍‌ ସାମଗ୍ରୀକୁ ହରିଲୁଟ୍‌ କରାଯାଉଥିବା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଓ କିରୋସିନ ବିଭିନ୍ନ ଆଳ ଦେଖାଇ ପ୍ରତିମାସ ବଣ୍ଟନ ନ କରି ବାଟମାରଣା କରାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଦୀର୍ଘ ୫ ମାସ ହେବ ସେମାନେ ଖାଦ୍ୟ ସାମଗ୍ରୀ ପାଉ ନ ଥିବାରୁ ମଙ୍ଗଳବାର ଯୋଡା ବ୍ଲକର ଯୋଗାଣ ନିରୀକ୍ଷକଙ୍କ କାର୍ଯାଳୟକୁ ଅଭିଯୋଗ ଜଣାଇବାକୁ ଆସିଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ସୂଚନା ଦେଇଥିଲେ। ସେମାନେ କହିଥିଲେ, ରାଶନ ସାମଗ୍ରୀ ଉଠାଇବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାବେଳେ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀମାନେ ସେମାନଙ୍କଠାରୁ ବାୟୋମେଟ୍ରିକ ମେଶିନ୍‌ରେ ଟିପ ଚିହ୍ନ ଲଗାଇବାକୁ କହିଥାନ୍ତି। ଟିପଚିହ୍ନ ଦେବା ପରେ ମେଶିନ୍‌ରେ ଲିଙ୍କ ଫେଲ ହୋଇଯାଇଥିବା କହି ସେମାନଙ୍କୁ ଖାଦ୍ୟ ସାମଗ୍ରୀ ନ ଦେଇ ଫେରାଇ ଦିଆଯାଇଥାଏ। ପରବର୍ତ୍ତୀ ସମୟରେ ପୁଣି ସାମଗ୍ରୀ ଆଣିବାକୁ ଗଲେ ସେମାନଙ୍କୁ ଆଉ ମିଳିବ ନାହିଁ ବୋଲି କୁହାଯାଇଥାଏ। ଏହି ଗ୍ରାମର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ରାଶନକାର୍ଡରେ ପୂର୍ବରୁ ୪ ଜଣଙ୍କ ନାମ ଥିଲା। ପରବର୍ତ୍ତୀ ସମୟରେ କାର୍ଡରେ ପରିବାରର ଆଉ ୨ ଜଣ ସଦସ୍ୟଙ୍କର ନାମ ଯୋଡ଼ାଯାଇଥିଲା। ଏହି ନୂତନ କାର୍ଡ ମାଧ୍ୟମରେ ୬ ଜଣଙ୍କ ନାମରେ ସାମଗ୍ରୀ ଦିଆଯିବା ପରିବର୍ତ୍ତେ ୪ ଜଣଙ୍କ ନାମରେ ସାମଗ୍ରୀ ଦେଉଛନ୍ତି। ନୂତନ କାର୍ଡକୁ ସମ୍ପୃକ୍ତ କର୍ମଚାରୀ ମାଗିନେଇ ଫରାଉ ନ ଥିବା ଖବରଦାତାଙ୍କ ଆଗରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବାଲାଗୋଡା ପଞ୍ଚାୟତର ଜିଆରଏସ ପ୍ରିୟବ୍ରତ ବାରିକଙ୍କୁ ପଚାରିବାରୁ ସାଧାରଣ ବଣ୍ଟନ ଦାୟିତ୍ୱ ନିର୍ବାହୀ ଅଧିକାରୀଙ୍କ ନାମରେ ଥିବାରୁ ତାଙ୍କ ସହ କଥାବାର୍ତ୍ତା ହେବା ପାଇଁ ସେ କହିଥିଲେ। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ସାହୁଙ୍କୁ ପଚାରିବାରୁ ସେ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ତେବେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ରେ ୯୬୫ ପ୍ରବାସୀ

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ସୋମବାର ସୁଦ୍ଧା ୯୬୫ ଜଣ ପ୍ରବାସୀ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରିବା ପାଇଁ ପ୍ରାୟ ୮୪୪୧...

କେନ୍ଦୁଝର ଟାଉନରେ ସେକ୍ସ ର଼୍ୟାକେଟ ପର୍ଦ୍ଦାଫାସ୍‌: ୧୧ ଯୁବତୀ ଯୁବକଙ୍କୁ କୋର୍ଟ ଚାଲାଣ

କେନ୍ଦୁଝର, ୧୧ା୮(ସ୍ବ.ପ୍ର./ଡି.ଏନ.ଏ.)-ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁଝର ଟାଉନ ଥାନା ପୋଲିସ ଚଢାଉ କରି ସେକ୍ସ ର଼୍ୟାକେଟ୍‌ରେ ସମ୍ପୃକ୍ତ ୫ ଯୁବତୀ ଓ ୬ ଯୁବକଙ୍କୁ ଗରିଫ କରିଥିଲା।...

ରାପ୍‌ ସଙ୍ଗ୍‌ ମାଧ୍ୟମରେ ସଚେତନ କରୁଛନ୍ତି ସାର୍ଥକ

ଜୟପୁର,୨୭ା୩(ନି.ପ୍ର.) : ରାପ୍‌ ସଙ୍ଗ୍‌ ମାଧ୍ୟମରେ ଟ୍ରାଫିକ୍‌ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା କୋରାପୁଟ ଜିଲା ଜୟପୁର ସହରର ସାର୍ଥକ ସାହୁ ଏବେ...

ନାମକୁ ମାତ୍ର ବାୟୋମେଡିକାଲ ୱେଷ୍ଟେଜ୍‌ ପ୍ରକଳ୍ପ

ବାଲେଶ୍ୱର ଅଫିସ, ୨।୮-ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାୟୋମେଡ଼ିକାଲ ହାଜାର୍ଡ଼ ୱେଷ୍ଟେଜ୍‌ ପ୍ରକଳ୍ପ ଦ୍ୱାରା ସଂକ୍ରମଣ ରୋକିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚିକିତ୍ସା...

କ୍ୱାରେଣ୍ଟାଇନ ଅବଧି ସରିଲା: ଛତ୍ରପୁର ବ୍ଲକର ୪୩୫ ଜଣ ଘରକୁ ଗଲେ

ଛତ୍ରପୁର, ୨୨।୫(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରୁ ୨୧ ଦିନିଆ ଅବଧି ସରିବା ପରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫ ପ୍ରବାସୀ...

ଲକ୍‌ଡାଉନ୍‌ ନିୟମ ନମାନିବାରୁ ଦଣ୍ଡ: ଖୋର୍ଦ୍ଧାରେ ୩୬ ଗାଡ଼ି ଜବତ

ଖୋର୍ଦ୍ଧା ଅଫିସ,୨୪।୩: କୋଭିଡ-୧୯ ସହ ମୁକାବିଲା ନିମନ୍ତେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତ ଜିଲାକୁ ସମ୍ପୂର୍ଣ୍ଣ ତାଲା ବନ୍ଦ ବା...

କାଟିଙ୍ଗିଆ ବିଦ୍ୟାଳୟ ଜମି ଜବରଦଖଲ ଘଟଣା : ପ୍ରଶାସନ ପକ୍ଷରୁ କରାଗଲା ଉଚ୍ଛେଦ

ଦାରିଙ୍ଗବାଡ଼ି, ୨୭ା୬(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତରେ ରହିଥିବା ମହର୍ଷି ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ଜମିରେ ଗୋଟିଏ ପରିବାର ଦୀର୍ଘବର୍ଷ ଧରି...

୬ବର୍ଷର ଶୁଭଲକ୍ଷ୍ମୀଙ୍କୁ ସିକିଲସେଲ୍‌: ଚିକିତ୍ସା ପାଇଁ ଟଙ୍କା ନାହିଁ

ପରଜଙ୍ଗ, ୨୮।୪(ଡି.ଏନ.ଏ.)-ଜୀବନ ଏତେ ସହଜ ନୁହେଁ, କଅଁଳ ବୟସରୁ ଏକଥାକୁ ବୁଝିସାରିଲେଣି ଶୁଭଲକ୍ଷ୍ମୀ। ଯେଉଁ ବୟସରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ସମୟରେ ସିକିଲ୍‌ସେଲ୍‌...

Coronavirus Update


Archives

Model This Week

Why Dharitri