ଝିଅଙ୍କୁ ଧମକ ଓ ଆକ୍ରମଣ, ମା’ ଗଲେ ଜେଲ

ଦିଗପହଣ୍ଡି,୨୦ା୧୧(ଡି.ଏନ.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର କଲ୍ୟାଣପୁର ଗଁାର ମଞ୍ଜୁଳା ଗୌଡଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଥାନା ମାମଲା ନଂ. ୨୩୬/୧୯ ଦଫା ୩୪୧/୩୨୩/୨୯୪/୫୦୬ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ସକାଳ ପ୍ରାୟ ୮ ଟାରେ ମଞ୍ଜୁଳା ଏକ ଦା’ ଧରି ଗଁାରେ ରହୁଥିବା ତାଙ୍କ ଝିଅ ଜୟନ୍ତୀଙ୍କ ଘର ପାଖକୁ ଯାଇ ଗାଳି ଗୁଲଜ କରିବା ସହ ଦା’ରେ ଆକ୍ରମଣ ଉଦ୍ୟମ କରିଥିଲେ। ପଡୋଶୀ ପହଞ୍ଚି ଛଡାଛଡି କରିଥିଲେ। ଜୟନ୍ତୀ ଏନେଇ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତାଙ୍କୁ ଗିରଫ କରିଥିଲା। ଏସ୍‌ଆଇ ମାଧବ ଚନ୍ଦ୍ର ଟାକରୀଙ୍କ ସୂଚନାନୁସାରେ, ମଞ୍ଜୁଳାଙ୍କ ଝିଅ ଜୟନ୍ତୀ ପରିବାର ଲୋକଙ୍କ ବିନା ସହମତିରେ ଗ୍ରାମର ସଞ୍ଜୟ କୁମାର ଗୌଡଙ୍କୁ ଇଚ୍ଛାରେ ବିବାହ କରି ଦିଗପହଣ୍ଡିରେ ଏକ ଭଡ଼ାଘରେ ରହୁଥିଲେ। ଜୁଲାଇ ୧୮ ତାରିଖ ରାତି ପ୍ରାୟ ୯ ଟାରେ ଜ୍ୱାଇଁ ସଞ୍ଜୟ ଦିଗପହଣ୍ଡି ପୁଞ୍ଜିକୟଁା ଛକ ନିକଟ ଏକ ଡ୍ରେସ ଦୋକାନ ପାଖରେ ଠିଆ ହୋଇଥିବା ବେଳେ ଶ୍ୱଶୁର ତଥା ମଞ୍ଜୁଳାଙ୍କ ସ୍ବାମୀ ଉମାକାନ୍ତ ଗୌଡ ତାଙ୍କୁ ଛୁରିରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଛୁରା ମାଡ଼ରେ ସଞ୍ଜୟଙ୍କ ଅନ୍ତବୁଜୁଳା ବାହାରି ପଡ଼ିଥିଲା। ତାଙ୍କ ମୁଣ୍ଡ ଓ କାନ୍ଧରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘଟଣାର ପରଦିନ ସଞ୍ଜୟଙ୍କ ସ୍ତ୍ରୀ ଜୟନ୍ତୀ ଥାନାରେ ବାପା ଉମାକାନ୍ତଙ୍କ ନଁାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ମାମଲା ନଂ. ୧୭୯/୧୯ରେ ପୋଲିସ ଅଭିଯୁକ୍ତ ଉମାକାନ୍ତଙ୍କ ନଁାରେ ହତ୍ୟା ଉଦ୍ୟମ ମକଦ୍ଦମା ରୁଜୁ କରିଥିଲା। ଘଟଣା ପରଠାରୁ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri