ପାଲସୁଙ୍କୁ ପରିଶ୍ରମ ଦେଇଛି ସଫଳତା

ଗୋବିନ୍ଦପାଲି, ୧୩ା୩(ଡି.ଏନ.ଏ.): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଟାଣିଗୁଡାର ପାଲସୁ ପାଙ୍ଗିଙ୍କୁ ପରିଶ୍ରମ ଦେଇଛି ସଫଳତା। ଜଣେ ସଫଳ କଦଳୀ ଚାଷୀ ରୂପେ ସେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ପାଠ ପଢିବା ସହ କଠିନ ପରିଶ୍ରମ କରି ନିଜ ଚାଷଜମିରେ କରିଛନ୍ତି ଏହି ଚାଷ। ଯାହା ଅନ୍ୟମାନଙ୍କ ପାଇଁ ଏବେ ପାଲଟିଛି ଉଦାହରଣ। ମାଆବାପା ଭଉଣୀଭାଇଙ୍କୁ ନେଇ ତାଙ୍କ ପରିବାର। ତାଙ୍କ ଗ୍ରାମରେ ବସବାସ କରନ୍ତି ମାତ୍ର ୧୨ଟି ପରିବାର। ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କି ବିଦ୍ୟାଳୟ କିଛି ନାହିଁ। ତେବେ ନିଜ ଅଧ୍ୟବସାୟ ଓ ଆଗ୍ରହ ଯୋଗୁ ବିଦ୍ୟାଳୟ ଅଧ୍ୟୟନ ସାରି ଏବେ ମାଥିଲି ଆଇଟିଆଇରେ ପାଠ ପଢୁଛନ୍ତି। ପଢାସହ ନିଜ ଘର ପଛ କିଆରିରେ କଦଳୀ ଚାଷ କରିଛନ୍ତି ପାଲସୁ। ସାଇକେଲରେ କଦଳୀ ବଜାରକୁ ନେଇ ବିକ୍ରି କରନ୍ତି। ଏଥିରୁ ସେ ନିଜର ପଢା ଖର୍ଚ୍ଚ ଉଠାଇବା ସହ ପରିବାର ଚଳାଇବାରେ ସହାୟତା କରିଥାନ୍ତି। ଆଜି ନିଜେ କଷ୍ଟ ପଡି ମୁଣ୍ଡର ଝାଳ ତୁଣ୍ଡରେ ମାରି ସେ ନିଜ ଗୋଡରେ ଛିଡା ହୋଇ ସମାଜରେ ଜଣେ ସଫଳ ଚାଷୀ ରୂପେ ପରିଗଣିତ ହୋଇପାରିଛନ୍ତି। ଏହି ଚାଷ ପାଇଁ ପାଲସୁ କୌଣସି ସରକାରୀ ସହାୟତା ପାଇନାହାନ୍ତି। ଏପରିକି ଉଦ୍ୟାନ ବିଭାଗର ପରାମର୍ଶ ମଧ୍ୟ ତାଙ୍କୁ ମିଳିପାରିନି। ତାଙ୍କ ଗ୍ରାମକୁ କେବେ ବିଭାଗୀୟ ଅଧିକାରୀ ଆସନ୍ତି ନାହିଁ। ଏନେଇ ଜିଲା ଉଦ୍ୟାନ କୃଷି ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହି ଗ୍ରାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ସେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦଙ୍କ ପାଇଁ ସବୁ ଜଳାଞ୍ଜଳି

ଭବାନୀପାଟଣା,୨୫।୧୦(ସ୍ବ.ପ୍ର.): ଗୋବିନ୍ଦଙ୍କ ପାଇଁ ସବୁ ଲକ୍ଷ୍ମଣରେଖାକୁ ଡେଇଁଥିଲେ ସରକାରୀ ବାବୁମାନେ। କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ (ସିଏଜି)ଙ୍କ ଆପତ୍ତି ସତ୍ତ୍ୱେ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଅଜାଡ଼ି ଚାଲିଥିଲେ...

ବିଦ୍ୟୁତ୍‌ ଚୋରି: କ୍ଷତି ରୋକିବ ସ୍ମାର୍ଟ ମିଟର; ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଉପଭୋକ୍ତା ହେବେ ସ୍ମାର୍ଟ ମିଟର ପରିସରଭୁକ୍ତ

ଭୁବନେଶ୍ୱର, ୧୯।୮ (ବ୍ୟୁରୋ): ଘରେ ଲାଗିଥିବା ପୁରୁଣା ବିଦ୍ୟୁତ୍‌ ମିଟର ବଦଳିଯିବ। ଲାଗିବ ନୂଆ ପ୍ରିପେଡ୍‌ ଓ ସ୍ମାର୍ଟ ମିଟର। ରାଜ୍ୟର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ...

ଦିଗପହଣ୍ଡି ସହରରେ କମିଲା ବିଜେଡିର ଭୋଟ

ଦିଗପହଣ୍ଡି,୨୭।୫(ଡି.ଏନ.ଏ.)-ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଲଗାତର ଭାବେ ୭ଥର ଏଠାରୁ ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଭାବେ...

ନାବାଳିକାକୁ ବଳାତ୍କାର ପରେ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ଯୁବକ

ବ୍ରହ୍ମପୁର ଅଫିସ ,୨୬।୬: ଗଞ୍ଜାମ ଜିଲା ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣକରି ବଳତ୍କାର ଓ ପରେ ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କୁ...

କରୋନା ମୁକାବିଲାକୁ ନେଇ ଛତିଶା ନିଯୋଗ ବୈଠକ: ଦର୍ଶନ, ଭୋଜନ ବ୍ୟବସ୍ଥା, ଗହଳି କଟକଣା ଉପରେ ଆଲୋଚନା

ପୁରୀ ଅଫିସ,୧୫।୩: କରୋନା ସତର୍କତାକୁ ନେଇ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ। ଏଥିରେ ମୁଖ୍ୟ ପ୍ରଶାସକ ଡ . କ୍ରିଷନ କୁମାର ଅଧ୍ୟକ୍ଷତା...

ନିଶାମୁକ୍ତ ଜିଲା ଗଠନ ଦାବି: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲା ମିଳିତ ନିଶା ନିବାରଣ ମଞ୍ଚ ପକ୍ଷରୁ ନୂଆବଜାର ଗାନ୍ଧୀ ପଡିଆଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବୁଧବାର ମଞ୍ଚ କର୍ମକର୍ତ୍ତାମାନେ...

ପରୀକ୍ଷା ଘୁଞ୍ଚାଇବା ଦାବିରେ ବିକ୍ଷୋଭ

ସୋର, ୧୯ା୧(ଡି.ଏନ୍‌.ଏ.)-ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଯୁକ୍ତ ଦୁଇ ୧ମ ବର୍ଷ ପରୀକ୍ଷା ତାରିଖ ଘୁଞ୍ଚାଇବା ସହ ପାସ୍‌ ଫେଲ୍‌ ନିୟମ ବାତିଲ କରିବା ଦାବିରେ ଶନିବାର...

୩ ବ୍ୟବସାୟୀଙ୍କ ଠାରୁ ୧୬ ଲକ୍ଷ ୮୦ ହଜାର ଲୁଟ୍‌: * ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ଧରାକୋଟ,୨୮ା୫(ଡି.ଏନ.ଏ.)- ଧରାକୋଟ ଥାନା ବାଦଗଡ଼ ଗ୍ରାମ ଛକ ନିକଟରୁ ବୁଧବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଲୁଟ୍‌ ହୋଇଛି। ୩ ବ୍ୟବସାୟୀଙ୍କ ଠାରୁ ଖଣ୍ଡା...

Advertisement


Archives

Model This Week