ପାଦ ମିଳିଥିଲା, ମିଳିଲା ଖପୁରି: ହତ୍ୟାକାଣ୍ଡର ଖିଅ ଖୋଜୁଛି ପୋଲିସ

ଯୋଡ଼ା,୨।୩(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ ବାଂଶପାଣି ଟୋଲ ଗେଟ୍‌ ନିକଟବସ୍ତିରୁ ରବିବାର ସନ୍ଧ୍ୟାରେ ଯୋଡା ପୋଲିସ ଏକ ଶିଶୁର ଖପୁରୀ ଜବତ କରିଛି। ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ା ଏନେଇ ଯୋଡ଼ା ଥାନା ଅଧିକାରୀ ରାଇସେନ୍‌ ମୁର୍ମୁ କହିଛନ୍ତି ଯେ, ଗତ ଜାନୁୟାରୀ ୧୯ ତାରିଖରେ ଏହି ଅଞ୍ଚଳରୁ ଏକ ଶିଶୁର ପାଦ ପୋଲିସକୁ ମିଳିଥିଲା ା ପାଦଟି ବସ୍ତିର ୩ ବର୍ଷର ଶିଶୁ ରୋହିତ ଓରାମ୍‌ଙ୍କର ବୋଲି ସେହି ସମୟରେ ତାଙ୍କ ମା’ ଶଶୀ ଓରାମ୍‌ ଦାବି କରିଥିଲେ ା କାରଣ ଶିଶୁ ରୋହିତ କିଛି ଦିନ ତଳୁ ନିଖୋଜ ଥିଲେ। ଏନେଇ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ା ଏହାକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିଲା ା ରବିବାର ଅପରାହ୍ନରେ ରେଳ ଧାରଣା କଡରେ କିଛି ପିଲା ଖେଳୁଥିବା ବେଳେି ଖପୁରୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଥାନା ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଖପୁରୀଟିକୁ ଜବତ କରିଥିଲେ। ଏହାର ପରୀକ୍ଷାନିରୀକ୍ଷା ପାଇଁ ଗବେଷଣାଗାରକୁ ପଠା ଯିବ ଓ ପୂର୍ବରୁ ମିଳିଥିବା ପାଦ ଓ ରବିବାର ମିଳିଥିବା ଖପୁରୀର ମେଳ କରାଇବା ପରେ ଅତି ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ଥାନାଅଧିକାରୀ ମୁର୍ମୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲିରେ ମଦ୍ୟପଙ୍କ ଉପରେ ରହିବ କଡ଼ା ନଜର: ସହରରେ ମୁତୟନ ହେବ ୧୩ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର, ୮।୩(ବ୍ୟୁରୋ): ହୋଲିକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି ଚଳାଇଛି। ରାଜଧାନୀରେ ଯେଭଳି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜିବ...

ଗୃହଦାହ: ଜ୍ୱାଇଁ ନାମରେ ମାମଲା

ଖୁଣ୍ଟା,୩୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ଥାନା ଅଧୀନ ଗିରିଶ୍ଚନ୍ଦ୍ରପୁର ଗ୍ରାମରେ ଜନୈକା ମହିଳାଙ୍କ ଘର ପୋଡ଼ି ଯାଇଛି। ଏଥିନେଇ ମହିଳା ଜଣକ ନିଜ ଜ୍ୱାଇଁ ନାମରେ ଖୁଣ୍ଟା ଥାନାରେ ଅଭିଯୋଗ...

ଇ- ବିଧାନସଭା: ୪୭ ବିଧାୟକ କିଣିଲେ କମ୍ପ୍ୟୁଟର

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ବିଧାୟକମାନେ ଆଉ କାଗଜପତ୍ର ନୁହେଁ କମ୍ପ୍ୟୁଟର ଜରିଆରେ ସମସ୍ତ ସୂଚନା ପାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିବେ। ଏପରି କି ବିଧାନସଭାକୁ ମଧ୍ୟ ଲାପଟପ୍‌...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଧାନଘରା ଗ୍ରାମର ମା’ଲକ୍ଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ...

ଘୋଷଣା ପୂର୍ବରୁ ଲକ୍‌ ଡାଉନ, ଲୋକେ ହଇରାଣ

କେନ୍ଦୁଝର,୨୪।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ଗତ ସୋମବାରଠାରୁ ଲକ୍‌ଡାଉନ କରାଯାଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ...

ଜଙ୍ଗଲରେ ଚଢାଉ, ୮୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଅବକାରୀ ଓ ପୋଲିସ ଟିମ୍‌ ମିଳିତ ଭାବେ ଚଢାଉ କରି ୮୦ ଲିଟର ରନ୍ଧା ଦେଶୀମଦ...

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଧର୍ମଶାଳା,୨୭ା୯(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅଧୀନ ୨ ପଞ୍ଚାୟତର ୨ ୱାର୍ଡରେ ବୁଧବାର ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ କରାଯାଇଛି। ଏହି ଅବସରରେ ବିଧାୟକ ପ୍ରଣବ କୁମାର...

ବ୍ୟବସାୟୀଙ୍କୁ ତାଲାପକାଇ ସିରିଜ୍‌ ଚୋରି: ସିସିଟିଭିରେ ଚୋରଙ୍କ କାରନାମା କଏଦ୍‌

ଖୋର୍ଦ୍ଧା ଅଫିସ, ୩୦।୧୦: ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ଅନ୍ତର୍ଗତ ମୁକୁନ୍ଦପ୍ରସାଦ ଓ ଗୋଡିପୋଖରୀ ଛକରୁ ମଙ୍ଗଳବାର ରାତିରେ ସିରିଜ୍‌ ଚୋରି ହୋଇଛି। ଷ୍ଟିଲ ଓ...

Coronavirus Update


Archives

Model This Week

Why Dharitri