ପାତ୍ରପୁର ସରପଞ୍ଚ ଅଯୋଗ୍ୟ ଘୋଷିତ

ପାତ୍ରପୁର,୨୭ା୧୧(ଡି.ଏନ୍‌.ଏ.)-ନିର୍ବାଚନ ସରିବାର ଅଢ଼େଇବର୍ଷ ପରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ପାତ୍ରପୁର ସରପଞ୍ଚ ଏ. ଶ୍ରୀଦେବୀଙ୍କ ପଦବୀକୁ କୋର୍ଟ ଅଯୋଗ୍ୟ ଘୋଷିତ କରିଛି। ପାତ୍ରପୁର ପାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ଲୋପାମୁଦ୍ରା ବେହେରା ୨ରୁ ଅଧିକ ସନ୍ତାନ ଥିବା ଏକ ମାମଲାର ଶୁଣାଣି କରି ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି।
ପ୍ରକାଶ ଯେ, ଗତ ସରପଞ୍ଚ ନିର୍ବାଚନରେ ପାତ୍ରପୁର ପଞ୍ଚାୟତରୁ ଭାଜପା ସମର୍ଥନରେ ଶ୍ରୀଦେବି ବିଜୟୀ ହୋଇଥିଲେ। ଶ୍ରୀଦେବୀଙ୍କର ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ ପବଦୀକୁ ଅଯୋଗ୍ୟ ଘୋଷିତ କରିବାକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅମ୍ବିକା ବିଷୋୟୀ ପାତ୍ରପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ କୋର୍ଟରେ ମାମଲା ଦାୟର କରିଥିଲେ। ସମସ୍ତ ଦିଗକୁ ଅନୁଧ୍ୟାନ ପରେ ସରପଞ୍ଚ ଶ୍ରୀଦେବୀ ୩ ସନ୍ତାନର ଜନନୀ ଥିବା ପ୍ରମାଣିତ ହୋଇଥିଲା। ବିଚାରପତି ବେହେରା ମଙ୍ଗଳବାର ସନ୍ଧ୍ୟାରେ ସରପଞ୍ଚ ଏ ଶ୍ରୀଦେବୀଙ୍କ ପଦବୀକୁ ଅଯୋଗ୍ୟ ଘୋଷଣା କରିବା ସହ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥିନୀ ଅମ୍ବିକାଙ୍କୁ ସରପଞ୍ଚ ଘୋଷଣା କରିଛନ୍ତି। ରାୟ ପ୍ରକାଶ ପରେ ବିଜେଡିର ପତିତପାବନ ଦ୍ୟାନ ସାମନ୍ତରା, ମହେନ୍ଦ୍ର ସେଠୀ ଓ ଅନ୍ୟନେତାମାନେ ଖୁସି ମନାଇଛନ୍ତି। ଅମ୍ବିକାଙ୍କ ପକ୍ଷରୁ ଆଇନଜୀବୀ ବିଜୟ ପ୍ରଧାନ ଓ ପ୍ରଫୁଲ ପ୍ରଧାନ ମାମଲା ପରିଚାଳନା କରୁଥିଲେ। ଶ୍ରୀଦେବୀ ଜିଲା ଅଦାଲତରେ ଆଶ୍ରୟ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ଜିଲା: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୧୫୦୩ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୬।୭: ଚଳିତବର୍ଷ ବାଲେଶ୍ୱର ଜିଲାରେ ୩୨,୭୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ଏ-୧ ଗ୍ରେଡରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା...

୮ ବର୍ଷ ପରେ ନିଖୋଜ ଦିବ୍ୟାଙ୍ଗ ଘରକୁ ଫେରିଲେ

କଣାସ, ୨୩ା୭(ସ୍ବ.ପ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲା ଅଧୀନ ବଡଗୁଟୁଲିପାଲ୍ଲି ଗ୍ରାମର ପରମେଶ୍ୱରମ୍‌ଙ୍କ ଦିବ୍ୟାଙ୍ଗ ନାବାଳିକା ଝିଅ ମାର୍‌ମା ୮ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପୁରୀ...

ଝୋଲାଛାପ୍‌ ୱେବ୍‌ ସିରିଜ୍‌ରେ ଗ୍ରାମୀଣ ସ୍ବାସ୍ଥ୍ୟସେବାର ନିଛକ ଚିତ୍ର

ବଲାଙ୍ଗୀର ଅଫିସ, ୨୦ା୧୧ ବଲାଙ୍ଗୀର ଜନ୍ମିତ ବଲିଡଡ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଗୁରୁବାର ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ଖବରଦାତା ସମ୍ମିଳନୀରେ ମୁକ୍ତିଲାଭ କରିବାକୁ...

୫ ପାନୀୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ପୋଲସରା,୧୪ା୧୨(ଡି.ଏନ.ଏ.): ପୋଲସରା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଶତ ପ୍ରତିଶତ ଘରୋଇ ପାନୀୟ ଜଳଯୋଗାଣକୁ ନେଇ ମଙ୍ଗଳବାର ୫ଟି ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ...

ଶିଳାନ୍ୟାସରେ ସୀମିତ ବିକ୍ରମପୁର ସାଇନ୍ସ ପାର୍କ

ବ୍ରହ୍ମପୁର ଅଫିସ,୭।୯: ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିକ୍ରମପୁରରେ ପ୍ରସ୍ତାବିତ ସାଇନ୍ସ ପାର୍କ ଶିଳାନ୍ୟାସରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିତ୍ତିପ୍ରସ୍ତରକୁ ଏବେ ୭ ବର୍ଷ...

ସ୍ବଚ୍ଛ ହୋଇପାରିନି କିଶୋରନଗର ବ୍ଲକ

ବଇଣ୍ଡା, ୨୩ା୭(ଡି.ଏନ.ଏ.)  କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ଯୋଜନାରେ ଏଯାଏ ସ୍ବଚ୍ଛ ହୋଇପାରିନି ଅନୁଗୋଳ ଜିଲାର କିଶୋରନଗର ବ୍ଲକ। ମୋଟ୍‌ ୨୩ ପଞ୍ଚାୟତ ମଧ୍ୟରୁ କେତୋଟିରେ...

ଘର ଭାଙ୍ଗିଲା, ଫସଲ ଉଜୁଡ଼ିଲା

ପାଟଣା,୨୬।୧୦(ସ୍ବ.ପ୍ର.)- କେନ୍ଦୁଝର ଜିଲା ପାଟଣା ବ୍ଲକରେ ଗତ ୨୪ ଘଣ୍ଟା ମଧ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଠାରେ ୪୮. ୫ ମିଲିମିଟର...

ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ...

Advertisement
Archives

Model This Week