ପାଣି ଚିନ୍ତା, ବର୍ଷା ଉପରେ ଭରସା: ଗଞ୍ଜାମ ଜିଲାରେ ଖରିଫ ଫସଲ

ଛତ୍ରପୁର,୫ା୭(ଡି.ଏନ.ଏ.)- ଗଞ୍ଜାମ ଜିଲାରେ ଚଳିତବର୍ଷ ହେବାକୁ ଥିବା ଖରିଫ୍‌ ଫସଲ ପାଇଁ ଚାଷୀଙ୍କୁ ପାଣି ଚିନ୍ତା ଘାରିଛି। ଜିଲାରେ ହେଉଥିବା ଖରିଫ ଫସଲକୁ ଜଳସେଚନର ଅଭାବ ରହିଛି। ଫଳରେ ବର୍ଷା ଉପରେ ଚାଷୀଙ୍କୁ ନିର୍ଭର କରିବାକୁ ପଡୁଛି। ବିଗତ ଦିନଗୁଡିକରେ ମଧ୍ୟ ଏପରି ଦେଖିବାକୁ ମିଳିଛି। ଓଡିଶାର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ହୋଇଥିବାବେଳ ଗଞ୍ଜାମ ଜିଲାରେ ଏହାର ଆରମ୍ଭ ମଧ୍ୟ ହୋଇନି। ଜିଲାରେ ବର୍ଷାଭାବ ଏବେଠୁ ଦେଖାଦେଲାଣି। ଖରିଫ ଫସଲ ମଧ୍ୟରେ ଧାନ ଫସଲ ମୁଖ୍ୟ ରହିଛି। ରାଜ୍ୟର ଗଞ୍ଜାମ ଜିଲାରୁ ହିଁ ସର୍ବାଧିକ ଧାନ ଅମଳ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଜଳସେଚନ ଅଭାବ ନେଇ ଚାଷୀ ଚିନ୍ତିତ। ପ୍ରତିବର୍ଷ ବିପର୍ଯ୍ୟୟ ଆସି ଫସଲ ଉଜାଡି ଦେଉଛି। ଏନେଇ ଚାଷୀଙ୍କର ଆଥିର୍ତ୍କ ମେରୁଦଣ୍ଡ ଭାଙ୍ଗିବାକୁ ବସିଲାଣି। ଅପରପକ୍ଷରେ ଜିଲାର ଲକ୍ଷାଧିକ ଚାଷୀ ଚାଷରୁ ମୁହଁ ଫେରାଇଲେଣି। ଏଥିସହ ପରିବାର ପ୍ରତିପୋଷଣ ପାଇଁ ଜିଲା ବାହାରକୁ କାମ ଅନ୍ବେଷଣରେ ଚାଷୀମାନେ ଚାଲିଯାଉଥିବା ଦେଖିବାକୁ ମିଳିଛି। ତଥାପି ଜିଲାର ସେଚ ସମସ୍ୟାରେ ସୁଧାର ଆସୁନି। ଜିଲାରେ ଗୋଟିଏ ମାତ୍ର ଋଷିକୁଲ୍ୟା ବୃହତ ସେଚ ପ୍ରକଳ୍ପ ରହିଛି। ୨୨ ବ୍ଲକ ମଧ୍ୟରୁ ୮ ବ୍ଲକର ଜମିକୁ ବୃହତ୍‌ ପ୍ରକଳ୍ପରୁ ଟୋପାଏ ପାଣି ମିଳୁନି। ସେଥିମଧ୍ୟରେ ପାତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ, ବେଗୁନିଆପଡା, କବିସୂର୍ଯ୍ୟନଗର, ପୋଲସରା, ଜଗନ୍ନାଥପ୍ରସାଦ ଓ ସୋରଡା ବ୍ଲକ ରହିଛି। ଏଥିସହ ଜିଲାରେ ଥିବା ମଧ୍ୟମ ସେଚ ପ୍ରକଳ୍ପଗୁଡିକରୁ ମଧ୍ୟ ୬ ବ୍ଲକରେ କୌଣସି ସେଚ ସୁବିଧା ନାହିଁ। ସେଥିମଧ୍ୟରେ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ଖଲ୍ଲିକୋଟ, ଆସିକା, ଶେରଗଡ ଓ ଜଗନ୍ନାଥପ୍ରସାଦ ବ୍ଲକ ରହିଛି। ଆହୁରି ଜଣାଯାଇଛି ଯେ, ଉଭୟ ବୃହତ ଓ ମଧ୍ୟମ ସେଚ ପ୍ରକଳ୍ପରୁ ଖଲ୍ଲିକୋଟ ଓ ଜଗନ୍ନାଥପ୍ରସାଦ ବ୍ଲକ ଜମିକୁ ସେଚ ସୁବିଧା ମିଳୁନି। କୃଷି ବିଭାଗଠାରୁ ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲାରେ ଚଳିତବର୍ଷ ୪ ଲକ୍ଷ ୮ ହଜାର ୮୧୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ମାତ୍ର ଏଥିରୁ ୨ ଲକ୍ଷ ୮୭ହଜାର ୮୧୧ ହେକ୍ଟର ଫସଲକୁ ହିଁ ସେଚ ସୁବିଧା ଥିବା ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୦୧୮ରେ ଜିଲାର ୨ ଲକ୍ଷ ୮୧ ହଜାର ହେକ୍ଟର ଜମିକୁ ସେଚ ସୁବିଧା ଥିଲା। ଗତ ସପ୍ତାହରେ ଏଠାରେ ଅନୁଷ୍ଠିତ ଗଞ୍ଜାମ ଜିଲା କୃଷି ନିର୍ଦ୍ଧାରଣ କମିଟି ବୈଠକରେ ମଧ୍ୟ ଏନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପାଣି ସୁଷମ ବଣ୍ଟନ ଉପରେ ଗୁରୁତ୍ୱାରୋପ କରାଯିବା ସହ ବର୍ଷା ଉପରେ ଭରସା ମଧ୍ୟ କୁହାଯାଇଥିଲାା ଆହୁରି ଜଣାଯାଇଛି, ଚଳିତ ବର୍ଷ ଋଷିକୁଲ୍ୟା ବୃହତ ସେଚ ପ୍ରକଳ୍ପରୁ ୬୦ ହଜାର ୩୫୪ ହେକ୍ଟର ଜମିକୁ ସେଚ ସୁବିଧା ମିଳିବ ବୋଲି କୁହାଯାଇଥିବାବେଳେ ମଧ୍ୟମ ସେଚ ପ୍ରକଳ୍ପରୁ ୬୮ ହଜାର ୧୬୦ ହେକ୍ଟର, କ୍ଷୁଦ୍ର ସେଚ ପ୍ରକଳ୍ପରୁ ୯୭ ହଜାର ୨୨୨ ହେକ୍ଟର, ଉଠା ସେଚ ପ୍ରକଳ୍ପରୁ ୩୨ ହଜାର ୧୨୫ ହେକ୍ଟର ଜମିକୁ ସେଚ ସୁବିଧା ମିଳିବ। ଜିଲାରେ ଚଳିତ ବର୍ଷ ୨ ଲକ୍ଷ ୮ ହଜାର ୪୨୦ ହେକ୍ଟର ଜମିରେ ଖରିଫ ଫସଲ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ଏଥିରୁ ୧ ଲକ୍ଷ ୭୬ ହଜାର ୧୫୮ ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ ବୋଲି ଜଳସେଚନ ବିଭାଗ ପକ୍ଷରୁ କୃଷି ନିର୍ଦ୍ଧାରଣ କମିଟିକୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ଧାନ ଫସଲ ପାଇଁ ବୃହତ ସେଚ ପ୍ରକଳ୍ପରୁ ୪୯ ହଜାର ୬୫୪ ହେକ୍ଟର, ମଧ୍ୟମ ସେଚ ପ୍ରକଳ୍ପରୁ ୪୭ ହଜାର ୬୫୩ ହେକ୍ଟର, କ୍ଷୁଦ୍ର ସେଚ ପ୍ରକଳ୍ପରୁ ୬୮ ହଜାର ୭୭୦ ହେକ୍ଟର ଓ ଉଠା ସେଚ ପ୍ରକଳ୍ପରୁ ୩ ହଜାର ୬୭୫ ହେକ୍ଟର ଜମିକୁ ଜଳସେଚନ ବିଭାଗ ପାଣି ଯୋଗାଇ ପାରିବେ। ସେହିପରି ଶସ୍ୟ ଜାତୀୟ ଫସଲ ହେବାକୁ ଥିବା ୨ ଲକ୍ଷ ୫୦ ହଜାର ୬୦୬ ହେକ୍ଟର ମଧ୍ୟରୁ ୨ ଲକ୍ଷ ୧୧ ହଜାର ୮୦୩ ହେକ୍ଟର ଜମିକୁ ସେଚ ସୁବିଧା ଅଛି। ଡାଲି ଜାତୀୟ ଫସଲ ପାଇଁ ୪୮ ହଜାର ୮୯୫ ହେକ୍ଟର ମଧ୍ୟରୁ ୮ ହଜାର ୪୦୯ ହେକ୍ଟର, ତୈଳ ଜାତୀୟ ଫସଲ ପାଇଁ ୨୪ ହଜାର ୯୧୫ହେକ୍ଟର ମଧ୍ୟରୁ ୫ହଜାର ୭୧୨ ହେକ୍ଟର, ପନିପରିବା ପାଇଁ ୭୩ ହଜାର ୮୨୪ ହେକ୍ଟର ମଧ୍ୟରୁ ୫୪ ହଜାର ୯୯୨ ହେକ୍ଟର ଜମିକୁ ସେଚ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଝାଳବୁହା ଧନ ଖାଇଗଲେ…

ଶେରଗଡ଼,୧୮ା୨: ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଭୂଷୁଣ୍ଡା ଗ୍ରାମ ନିକଟରେ ବୁଧବାର ରାତିରେ ଏକ ହାତୀପଲ ପଶି ୫୦ ଏକର ଜମିରୁ ଊର୍ଦ୍ଧ୍ୱ ପନିପରିବା ଫସଲ...

କାଶତଣ୍ଡୀ ପାଇଁ ବିପଦରେ ଋଷିକୁଲ୍ୟା

ଧରାକୋଟ,୨୯ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଜୀବନ ରେଖା ଋଷିକୁଲ୍ୟା ନଦୀ ଏବେ କାଶତଣ୍ଡୀ ବା ଚଢ଼େୟା ଲତା ପାଇଁ ବିପଦରେ। ଋଷିମାଳ ପର୍ବତରୁ ବାହାରି ସୋରଡ଼ା, ଧରାକୋଟ,...

ଋଷିକୁଲ୍ୟା ନଦୀରେ ଭାସିଯାଉଥିବା ଯୁବକକୁ ଉଦ୍ଧାର କଲେ ଦମକଳବାହିନୀ 

 ପୁରୁଷୋତ୍ତମପୁର,୯/୮(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଗ୍ରାମରେ ସନ୍ତୋଷ ଦାସ ନାମକ ଜଣେ ଯୁବକ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଗୋଡଖସିଯାଇ...

ଏସ୍‌ଏଚ୍‌ଜିକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୯ା୯(ଡି.ଏନ.ଏ.):ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଆହ୍ବାନ ଦେଇଥିଲେ। ସ୍ବାଧୀନତା ଦିବସରେ ପ୍ରତ୍ୟେକ...

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ଜଙ୍ଗଲ ମନ୍ତ୍ରୀ

ଭଞ୍ଜନଗର,୧ା୫(ଡି.ଏନ୍‌.ଏ.): ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ବ୍ଲକ ଲେମ୍ଭେଇ ପଞ୍ଚାୟତର...

ହୁକିଂ ତାରରେ ଲାଗି ନାବାଳକଙ୍କ ମୃତ୍ୟୁ: ଘଟଣାସ୍ଥଳରେ ଉତ୍ତେଜନା

ଭଞ୍ଜନଗର,୧୫।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଚୁନାପଲ୍ଲୀଠାରେ ଫସଲ ସୁରକ୍ଷା ପାଇଁ ବିଛା ହୋଇଥିବା ହୁକିଂ ତାରରେ ଲାଗି ରବିବାର ଜଣେ ନାବାଳକଙ୍କ ମୃତ୍ୟୁ...

ଛତ୍ରପୁର ବିଡିଓଙ୍କ ପରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଯୋଦ୍ଧାଙ୍କୁ ଅସମ୍ମାନ ଏବଂ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଡାକ୍ତର, ଆଶାକର୍ମୀ, ଶିକ୍ଷକ, ମହିଳା ସଂଘ ସଦସ୍ୟ...

ପୁରୁଷୋତ୍ତମପୁରରେ ଜଣେ ଶିକ୍ଷୟିତ୍ରୀ, ବିଦ୍ୟୁତ୍‌ ବିଭାଗୀୟ କର୍ମଚାରୀ କରୋନା ଆକ୍ରାନ୍ତ

ପୁରୁଷୋତ୍ତମପୁର,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସ୍‌ିରେ ରହୁଥିବା ଦୁଇ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ରହିଥିବା ବେଳେ ଆଉ...

Advertisement
Archives

Model This Week