ପାଣିଘେରରେ କେନ୍ଦୁଘାଟି

କେନ୍ଦୁଝର, ୨୩ା୯ (ସ୍ବ.ପ୍ର.)-ସରକାର ସମସ୍ତ ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଉଛନ୍ତି। ଏପରିକି ବିଜୁ ସେତୁ ଯୋଜନାରେ ନଦୀନାଳରେ ପୋଲ ନିର୍ମାଣ କରି ପଞ୍ଚାୟତ ସହିତ ସବୁ ଗ୍ରାମକୁ ସଂଯୋଗ କରିବା ସହ ସବୁଦିନିଆ ରାସ୍ତା ନିର୍ମାଣ ବିଭିନ୍ନ ଯୋଜନାରେ କରୁଛନ୍ତି। କିନ୍ତୁ ପାଣିଘେରରେ ବାଂଶପାଳ ବ୍ଲକର ଫୁଲଝର ପଞ୍ଚାୟତ ଅଧୀନ କେନ୍ଦୁଘାଟି ଗ୍ରାମକୁ ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ଦୁଃଖରେ ଦିନ କାଟୁଛନ୍ତି। ଜିଲାର ଲାଇଫ ଲାଇନ କୁହାଯାଉଥିବା ବୈତରଣୀ ନଦୀ ସେମାନଙ୍କ ପାଇଁ ଡେଥ୍‌ ଲାଇନ ପାଲଟିଥିଲେ ହେଁ ଏଥିପ୍ରତି ସରକାର କିମ୍ବା ପ୍ରଶାସନର ନଜର ପଡୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଗ୍ରାମର ତିନି ପାର୍ଶ୍ୱରେ ରହିଛି ବୈତରଣୀ ଓ ମଲଦା ନଦୀ। ପାହାଡିଆ ଅଞ୍ଚଳ ହୋଇଥିବାରୁ ବର୍ଷା ହେଲେ ପାଣି ଭର୍ତ୍ତି ହୋଇଯାଏ। ବନ୍ୟା ପାଣି ଯୋଗୁ ନଦୀ କୂଳ ଖାଇ ଯାଉଥିବାରୁ ଲୋକଙ୍କ ଜମିବାଡ଼ି କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ଏଥିପାଇଁ କ୍ଷତିପୂରଣ ମଧ୍ୟ ମିଳେ ନାହିଁ ବୋଲି ସେମାନେ ଅଭିଯୋଗ କରନ୍ତି।
ବର୍ଷାଦିନ ଆସିଲେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଅଧିକ ବଢ଼ିଯାଏ। ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀଡଙ୍ଗାରେ ନଦୀ ପାର ହୋଇ ଯିବାଆସିବା କରିଥାନ୍ତି। ବର୍ଷାଦିନେ ପଞ୍ଚାୟତ ଅଫିସ, ହାଟବଜାରକୁ ଯିବା ଆସିବା କଷ୍ଟକର ହୋଇପଡ଼େ। ନଦୀର ସୁଅକୁ ବେଖାତିର କରି ପେଟ ଲାଗି ଚାଉଳ ଗଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡଙ୍ଗାରେ ଯିବାଆସିବା କରିଥାନ୍ତି। ବହୁ ବର୍ଷ ହେଲା ଏଭଳି ଦୁଃଖ ଭୋଗୁଛନ୍ତି। ଏ ନେଇ ବହୁ ଖବର ପ୍ରକାଶ ପାଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଜୀବନକୁ ବାଜି ଲଗାଇ ଏଭଳି ବିପଦପୂଣ୍ଣର୍ର୍ ଯାତାୟାତ କରୁଥିବାରୁ ଏ ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଡଙ୍ଗା ଚଳାଇବା ପାଇଁ ସରକାରୀ କଟକଣା ରହିଛି। ତେବେ ଏଥିପାଇଁ ଲାଇସେନ୍ସ କରିବା ସହ ସରକାରୀ ନୀତିନିୟମ ପାଳନ କରିବାକୁ ପଡ଼ିଥାଏ। କିନ୍ତୁ ଏଠାରେ ପ୍ରଶାସନ କୌଣସି ସହାୟତା କରୁ ନ ଥିବାରୁ ସେମାନେ ବାଧ୍ୟ ହୋଇ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଥିବା କହିଛନ୍ତି। ତେବେ କେବେ ଦୁଃଖ ଦୂର ହେବ ସେ ନେଇ ଗ୍ରାମବାସୀ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ ବିଭାଗର ଚଢ଼ାଉ, ୪ ଜଣଙ୍କୁ ଉଠାଇ ନେଲା ଟିମ୍‌

ଗଞ୍ଜାମ,୨୧ା୭(ଡି.ଏନ୍‌.ଏ.): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ବେଆଇନ ମଦ ବିକ୍ରି ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗକୁ ଆଧାର କରି ପୂର୍ବ...

ଆଜିଠୁ ଖୋଲିବ ଷଷ୍ଠ, ସପ୍ତମ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଏବେ ଶ୍ରେଣୀ ଗୃହରେ ବସି...

କଣିହଁ। ଏନ୍ଟିପିସିରେ ପହଞ୍ଚିଲା ଦୁଲଙ୍ଗ କୋଇଲା

ତାଳଚେର,୧୧ା୧(ନି.ପ୍ର.) – ଅନୁଗୋଳ ଜିଲା କଣିହଁ।ସ୍ଥିତ ଏନ୍‌ଟିପିସି ପ୍ଲାଣ୍ଟର ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ଚୁକ୍ତିମୁତାବକ ଝାରସୁଗୁଡ଼ାସ୍ଥିତ ଏନ୍‌ଟିପିସିର ଦୁଲଙ୍ଗ ମାଇନ୍ସରୁ କୋଇଲା ଅଣାଯାଇଛି। ଟ୍ରେନ୍‌...

ପୁରୁଷୋତ୍ତମପୁରରେ ଜାତୀୟ ଲୋକ ଅଦାଲତ: ୨ ଲକ୍ଷ ୭୧ ହଜାର ଟଙ୍କା ଆଦାୟ

ପୁରୁଷୋତ୍ତମପୁର, ୧୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଜାତୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରପତି ଅନ୍ନପୂର୍ଣ୍ଣା ଷଡ଼ଙ୍ଗୀ ବିଭିନ୍ନ...

ବିଏସ୍‌ସିଏଲ୍‌ ଦ୍ୱାରା ଦୁଇଦିନିଆ ‘ସିଟି ଲାବ ସେଣ୍ଟର’: ୯ କଲେଜର ୨୦ ମଡେଲ ପ୍ରଦର୍ଶିତ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବଜାୟ ରଖିବା ସହ ବିକାଶର ନୂଆ ଢାଞ୍ଚା ପାଇଁ ନକ୍ସା ଦେଖାଇଛନ୍ତି ଛାତ୍ରୀଛାତ୍ର। ଭୁବନେଶ୍ୱରର ୯ଟି କଲେଜ ଯଥା କଲେଜ ଅଫ୍‌...

ଭୁଶୁଡ଼ିଲା ଆନ୍ଧ୍ର ମହିଳା ସମାଜମ୍‌ କୋଠା

ବ୍ରହ୍ମପୁର ଅଫିସ୍‌,୧୩ା୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁର ସହରର ଗିରି ମାର୍କେଟରେ ଥିବା ବହୁ ପୁରାତନ ଆନ୍ଧ୍ର ମହିଳା ସମାଜମ୍‌ କୋଠା ଭୁଶୁଡି ପଡ଼ିଛି।...

ଭତା, ଆବାସ ଯୋଜନାରୁ ବଁଚିତ: ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ ସୂର୍ଯ୍ୟକାନ୍ତି

ପର୍ଲା,୧୩।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଳର ଅନେକ ଗରିବ୍‌ ଦୁଖି ଭଲ ଘରଖେଁ ଅଭାବୁ ବଡ଼ା ଗୁଲଗୁଲା ହେଇ ଜୀବନ ବିତଉଛନ୍‌। କିଏ ଝାଟି ମାଟି ଘରେ...

ବରଗଡ଼ ମତଦାନ: ଦିନ ୧୧ଟା ସୁଦ୍ଧା ଅତାବିରାରେ ସର୍ବାଧିକ, ବିଜେପୁରରେ ସର୍ବନିମ୍ନ

ବରଗଡ଼ ଅଫିସ୍‌,୧୮।୪: ବରଗଡ଼ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର  ସମୁଦାୟ ୧୩୭୮ ଭୋଟ କେନ୍ଦ୍ରରେ ଗୁରୁବାର ସକାଳ ୭ଟାରୁ ମତଦାନ ଗ୍ରହଣ ଆରମ୍ଭ ହୋଇଛି। କେତେକ...

Advertisement
Archives

Model This Week