ପାଟପୁରରେ ପୁଣି ଲଜ୍ୟା: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ; ଗ୍ରାମର ମୁଖିଆ ଅଟକ

ପାଟପୁର,୯ା୧୨- ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଏକ ଗାଁରେ ଜଣେ ୬ ବର୍ଷୀୟା ବାଳିକାଙ୍କୁୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଏ ନେଇ ପାଟପୁର ପୋଲିସ ନଂ. ୨୬୩/୧୯ରେ ମାମଲା ରୁଜୁ କରି ଉକ୍ତ ଗ୍ରାମର ମୁଖିଆ (୬୨)ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଗତ ମଙ୍ଗଳବାର ଅପରାହ୍ନରେ ନାବାଳିକା ଘର ସମ୍ମୁୁଖରେ ସାଇକେଲ ଚଲାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ପଇସା ପ୍ରଲୋଭନ ଦେଖାଇ ଗାଁ ଶେଷ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିର ନିକଟକୁ ଡାକି ନେଇ ବଳାତ୍କାର କରିଥିଲେ। ଶନିବାର ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଆସି ଧାନ କିଣାବିକାକୁ ନେଇ ତାଙ୍କ ଜେଜେଙ୍କ ସହ କଥା ହେଉଥିଲେ। ଏହି ସମୟରେ ପୀଡ଼ିତା ସେଠାରେ ପହଞ୍ଚତ୍ଥିଲେ। ହେଲେ ଅଭିଯୁକ୍ତ ତାଙ୍କୁ ତିରସ୍କାର କରିବାରୁ ପୀଡ଼ିିତା ଏଥିରେ ଉତ୍‌କ୍ଷିପ୍ତ ହୋଇ ଘର ଲୋକଙ୍କୁ ସବୁ କଥା କହିଥିଲେ। କିନ୍ତୁ ଅଭିଯୁକ୍ତ ଜଣକ ସେଠାରୁ କୌଶଳକ୍ରମେ ଚମ୍ପଟ ମାରିଥିଲେ। ଏହା ଜାଣି ପୀଡିତାଙ୍କ ପରିବାର ଥାନାକୁ ଯିବା ପାଇଁ ଅଟୋ ଡାକିଥିଲେ, ମାତ୍ର ସମସ୍ତ ଅଟୋ ମାଲିକ ମନା କରିଦେବାରୁ ପୀଡ଼ିତାଙ୍କ ମା’ ମୋବାଇଲ ଫୋନ୍‌ ଯୋଗେ ଚାଇଲ୍‌ଡଲାଇନ କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ଚାଇଲ୍‌ଡଲାଇନ କର୍ତ୍ତୃପକ୍ଷ ପୀଡିତାଙ୍କ ଗାଁରେ ପହଞ୍ଚତ୍ ସରଜମିନ ତଦନ୍ତ କରିଥିଲେ। ପରେ ବ୍ରହ୍ମପୁରସ୍ଥିତ ଚାଇଲ୍‌ଡଲାଇନର କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ ଏବଂ ସୁପରଭାଇଜର ଜ୍ୟୋତ୍ସ୍ନାରାଣୀ ପାତ୍ର, ଟିମ ମେମ୍ବର ପ୍ରଣତି କୋରଙ୍କ ସହଯୋଗରେ ପୀଡ଼ିତାଙ୍କ ମା’ ପାଟପୁର ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ବୃଦ୍ଧ ଓ ପୀଡ଼ିତାଙ୍କୁ ସୋମବାର ବ୍ରହ୍ମପୁର ବଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି: ଭଙ୍ଗାରୁଜା ନେଇ ମାମଲା ରୁଜୁ, ଉଭୟ ପକ୍ଷ ସହ ଆଲୋଚନା

ଛତ୍ରପୁର,୨୮ା୬(ଡି.ଏନ.ଏ.)- ଚମାଖଣ୍ଡି ଥାନା ଅଞ୍ଚଳରେ ଥିବା ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଦେଖାଦେଇଛି ା ଟାଟା ଷ୍ଟିଲ୍‌ରେ ସ୍ଥାୟୀ ନିଯୁକ୍ତି ଦାବି ନେଇ ଠିକା କର୍ମଚାରୀ...

ଟ୍ରାକ୍ଟର ଧକ୍କାରେ ଛାତ୍ରୀଙ୍କ ଜୀବନ ଗଲା, ଚାଳକଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ବସିଲେ ଗ୍ରାମବାସୀ

ଛତ୍ରପୁର,୩ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ଝରପୋଖରୀ ନିକଟ ରାସ୍ତାରେ  ବୁଧବାର ଏକ ସାଇକେଲକୁ ଟ୍ରାକ୍ଟର ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ...

ଗଞ୍ଜାମରେ ଟିଡି ଟିକାର ବ୍ୟବହାର ଆରମ୍ଭ: ୧ଲକ୍ଷ ୭୭ ହଜାର ଜଣଙ୍କୁ ଦିଆଯିବ ଟିକା

ବ୍ରହ୍ମପୁର ଅଫିସ୍‌,୧୨।୬: ଗଞ୍ଜାମ ଜିଲାରେ ଟିଡି (ଟିଟାନସ୍‌ ଏବଂ ଆଡଲଟ୍‌ ଡିପ୍‌ଥେରିଆ) ଟିକାର ବ୍ୟବହାର ଆରମ୍ଭ ହୋଇଛି। ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ପରିସରରେ ଥିବା ପୋଷ୍ଟପାର୍ଟମ...

ଘଣ୍ଟ, ସଂକୀର୍ତ୍ତନରେ ବଜରଙ୍ଗ ଦଳର ଶୋଭାଯାତ୍ରା

ହିଞ୍ଜିଳିକାଟୁ,୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବଜରଙ୍ଗ ଦଳ ପକ୍ଷରୁ ଗୁରୁବାର ରାମନବମୀ ସମାରୋହ ଏବଂ ଶୋଭାଯାତ୍ରା ପାଳିତ ହୋଇଯାଇଛି । ଏହି ଅବସରରେ ହିଞ୍ଜିଳିକାଟୁ ରେଗିଡିସାହି...

ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ...

ଗଞ୍ଜାମରେ ଗୋଷ୍ଠୀ ସଂକ୍ରମଣ ହୋଇନି: ଜିଲାପାଳ

ଛତ୍ରପୁର,୩।୬(ଡି.ଏନ.ଏ.)-ରାଜ୍ୟରେ ସର୍ବାଧିକ କରୋନା ପଜିଟିଭ ସଂଖ୍ୟା ଗଞ୍ଜାମ ଜିଲାରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୯୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ବଡ଼ଖେମୁଣ୍ଡି ରାଣୀଙ୍କ ପରଲୋକ

ଦିଗପହଣ୍ଡି,୬ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିର ବଡ଼ଖେମୁଣ୍ଡି ରାଣୀ ତଥା ଯୁବରାଜ ସ୍ବର୍ଗତ ମାଣିକେଶ୍ବରୀ ପ୍ରସାଦ ଦେବଙ୍କ ଧର୍ମପତ୍ନୀ ପୂର୍ଣ୍ଣେଶ୍ବରୀ ଦେବୀଙ୍କ ୭୪ ବର୍ଷ ବୟସରେ ଗୁରୁବାର...

ମିଠା ଦୋକାନ ସିଲ୍‌ କଲା ପ୍ରଶାସନ: ପୋଲିସ-ଓକିଲ ମୁହାଁମୁହିଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲା ପୋଲିସ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି।...

Advertisement
Archives

Model This Week