ପାଟପୁରରେ ପୁଣି ଲଜ୍ୟା: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ; ଗ୍ରାମର ମୁଖିଆ ଅଟକ

ପାଟପୁର,୯ା୧୨- ଗଞ୍ଜାମ ଜିଲା ପାଟପୁର ଥାନା ଅଧୀନ ଏକ ଗାଁରେ ଜଣେ ୬ ବର୍ଷୀୟା ବାଳିକାଙ୍କୁୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଏ ନେଇ ପାଟପୁର ପୋଲିସ ନଂ. ୨୬୩/୧୯ରେ ମାମଲା ରୁଜୁ କରି ଉକ୍ତ ଗ୍ରାମର ମୁଖିଆ (୬୨)ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।
ପ୍ରକାଶ ଯେ, ଗତ ମଙ୍ଗଳବାର ଅପରାହ୍ନରେ ନାବାଳିକା ଘର ସମ୍ମୁୁଖରେ ସାଇକେଲ ଚଲାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ପଇସା ପ୍ରଲୋଭନ ଦେଖାଇ ଗାଁ ଶେଷ ମୁଣ୍ଡରେ ଥିବା ଠାକୁରାଣୀ ମନ୍ଦିର ନିକଟକୁ ଡାକି ନେଇ ବଳାତ୍କାର କରିଥିଲେ। ଶନିବାର ଅଭିଯୁକ୍ତ ପୀଡ଼ିତାଙ୍କ ଘରକୁ ଆସି ଧାନ କିଣାବିକାକୁ ନେଇ ତାଙ୍କ ଜେଜେଙ୍କ ସହ କଥା ହେଉଥିଲେ। ଏହି ସମୟରେ ପୀଡ଼ିତା ସେଠାରେ ପହଞ୍ଚତ୍ଥିଲେ। ହେଲେ ଅଭିଯୁକ୍ତ ତାଙ୍କୁ ତିରସ୍କାର କରିବାରୁ ପୀଡ଼ିିତା ଏଥିରେ ଉତ୍‌କ୍ଷିପ୍ତ ହୋଇ ଘର ଲୋକଙ୍କୁ ସବୁ କଥା କହିଥିଲେ। କିନ୍ତୁ ଅଭିଯୁକ୍ତ ଜଣକ ସେଠାରୁ କୌଶଳକ୍ରମେ ଚମ୍ପଟ ମାରିଥିଲେ। ଏହା ଜାଣି ପୀଡିତାଙ୍କ ପରିବାର ଥାନାକୁ ଯିବା ପାଇଁ ଅଟୋ ଡାକିଥିଲେ, ମାତ୍ର ସମସ୍ତ ଅଟୋ ମାଲିକ ମନା କରିଦେବାରୁ ପୀଡ଼ିତାଙ୍କ ମା’ ମୋବାଇଲ ଫୋନ୍‌ ଯୋଗେ ଚାଇଲ୍‌ଡଲାଇନ କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ଚାଇଲ୍‌ଡଲାଇନ କର୍ତ୍ତୃପକ୍ଷ ପୀଡିତାଙ୍କ ଗାଁରେ ପହଞ୍ଚତ୍ ସରଜମିନ ତଦନ୍ତ କରିଥିଲେ। ପରେ ବ୍ରହ୍ମପୁରସ୍ଥିତ ଚାଇଲ୍‌ଡଲାଇନର କେନ୍ଦ୍ର ସଂଯୋଜକ ସାଇ ପ୍ରସାଦ ସାମଲ ଏବଂ ସୁପରଭାଇଜର ଜ୍ୟୋତ୍ସ୍ନାରାଣୀ ପାତ୍ର, ଟିମ ମେମ୍ବର ପ୍ରଣତି କୋରଙ୍କ ସହଯୋଗରେ ପୀଡ଼ିତାଙ୍କ ମା’ ପାଟପୁର ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ବୃଦ୍ଧ ଓ ପୀଡ଼ିତାଙ୍କୁ ସୋମବାର ବ୍ରହ୍ମପୁର ବଡ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରୁ ଖସି ଯୁବକ ଗୁରୁତର: ଦେବଦୂତ ସାଜି ଉଦ୍ଧାର କଲେ ସ୍ୱାମୀ-ସ୍ତ୍ରୀ

ଛତ୍ରପୁର ୧୨।୭(ଦିଲ୍ଲୀପି ସାମଲ): ଚଳନ୍ତା ଟ୍ରେନରୁ ଗୋଡ଼ ଖସିଯିବା ଫଳରେ ଜଣେ ଯୁବକ ରେଳ ଧାରଣା କଡ଼କୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଛତ୍ରପୁର ପୋଡାପଦର ରେଳ…

ଛାତରୁ ଖସି ପଡ଼ିଲେ ଯୁବକ

ଛତ୍ରପୁର, ୧୧।୭ (ଦିଲ୍ଲୀପ ସାମଲ): ନିଜ ଘରର ଛାତ ଉପରେ କାମ କରୁଥିବା ବେଳେ ଛାତରୁ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଭାବନୀୟ…

ପିଲାଙ୍କ କଳିକୁ ନେଇ ମହିଳାଙ୍କୁ ଟଣାଓଟରା କରି ମାରିଥିଲେ ମାଡ଼: ଅଭିଯୁକ୍ତ ଗିରଫ, ଜାମିନ ନାମଞ୍ଜୁର ପରେ…

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ବାବୁଲିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା…

କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି: ତାଲା ଭାଙ୍ଗି… ସରପଞ୍ଚଙ୍କ ଏତଲା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କାର୍ଯ୍ୟାଳୟରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଅଙ୍ଗନୱାଡି ଗୃହ ନିର୍ମାଣ ବିବାଦ: ୨୧ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ସିଡିପିଓ

ଭଞ୍ଜନଗର, ୧୧।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଜଗନ୍ନାଥପ୍ରସାଦ ବ୍ଲକ ରାଉତି ପଞ୍ଚାୟତରେ ଅଙ୍ଗନୱାଡି କେନ୍ଦ୍ରର ସ୍ଥାୟୀ ଗୃହ ନିର୍ମାଣକୁ ନେଇ ଚାଲିଥିବା ବିବାଦ…

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri