ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିବାଧିତ ସୌମ୍ୟାଙ୍କୁ ମିଳିଲେ ଜୀବନସାଥୀ

ବ୍ରହ୍ମପୁର ଅଫିସ୍‌,୯ା୧୨-ଖୁବ୍‌ କମ୍‌ ବୟସରୁ ଦୃଷ୍ଟିଶକ୍ତି ହରାଇଥିଲେ ସୌମ୍ୟା। ଜୀବନ ଯେମିତି ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ତେବେ ସୌମାଙ୍କ ଅନ୍ଧାର ଜୀବନ ମଧ୍ୟରେ ଆଲୋକ ଭରିଦେବାକୁ ମିଳିଯାଇଛନ୍ତି ଜଣେ ଜୀବନ ସାଥୀ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ଏହି ଆଦର୍ଶ ବିବାହକୁ ନେଇ ବ୍ରହ୍ମପୁରରେ ଚର୍ଚ୍ଚା ଲାଗିରହିଛି ।
ବ୍ରହ୍ମପୁର ସହର ଗେଟ୍‌ବଜାର ରାଧାକ୍ରିଷ୍ଣ ସାହିର ଜି.ଏଲ୍‌.ଏନ୍‌. ସ୍ବାମୀ ଶେଖରଙ୍କ ୨ ଝିଅ ଏବଂ ଗୋଟିଏ ପୁଅ। ସାନଝିଅ ସୌମ୍ୟା ୧୪ ବର୍ଷ ବୟସରେ ମସ୍ତିଷ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ରୋଗ ଭଲ ହେଲା, କିନ୍ତୁ ଧୀରେ ଧୀରେ ସେ ଦୃଷ୍ଟିଶକ୍ତି ହରାଇବାରେ ଲାଗିଲେ। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଶେଖର ନିଜ ଆର୍ଥିକ କ୍ଷମତା ଅନୁଯାୟୀ ଝିଅର ଚିକିତ୍ସା କରାଇଲେ। ହେଲେ ସୁଫଳ ମିଳିଲାନି । ଶତପ୍ରତିଶତ ଦୃଷ୍ଟିବାଧିତ ହୋଇଗଲେ ସୌମ୍ୟା। ଝିଅର ବିବାହ ଯୋଗ୍ୟ ବୟସ ହେବାରୁ ଶେଖର ଚିନ୍ତିତ ଥିଲେ। ଆନ୍ଧ୍ରପ୍ରଦେଶର ବିଜୟାନଗରମ୍‌ରେ ରହୁଥିବା ଜଣେ ସମ୍ପର୍କୀୟ ମଦନଙ୍କ ସମ୍ପର୍କରେ ଶେଖରଙ୍କୁ କହିଥିଲେ। ଆନ୍ଧ୍ରପ୍ରଦେଶ ତିରୁପତିର ଜି.ଭେଙ୍କଟ ସୀମାଦ୍ରୀଙ୍କ ପୁଅ ମଦନ ତିରୁମାଲା ମନ୍ଦିରରେ ଭକ୍ତଙ୍କୁ ମାଗଣାରେ ଖାଦ୍ୟ ଦିଆଯାଉଥିବା କ୍ୟାଣ୍ଟିନ୍‌ରେ କାମ କରନ୍ତି। ସମ୍ପୃକ୍ତ ସମ୍ପର୍କୀୟଙ୍କ ଜରିଆରେ ସୌମା ଓ ମଦନଙ୍କ ବିବାହ ସମ୍ପର୍କରେ ଶେଖର ଏବଂ ସୀମାଦ୍ରୀ କଥା ହୋଇଥିଲେ। ମଦନଙ୍କୁ ସୌମ୍ୟାଙ୍କ ଦୃଷ୍ଟିହୀନତା ସମ୍ପର୍କରେ କୁହାଯାଇଥିଲା। ଏହାକୁ ଅତି ସକରାମତ୍କ ଭାବେ ଗ୍ରହଣକରି ମଦନ ବିବାହ ପାଇଁ ରାଜି ହୋଇଯାଇଥିଲେ। ରବିବାର ଉଭୟ ପରିବାରର ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ବିନା ଯୌତୁକରେ ଏହି ଆଦର୍ଶ ବିବାହକୁ ସମସ୍ତେ ପ୍ରଶଂସା କରୁଛନ୍ତି ।
ନିଜ ବିବାହକୁ ନେଇ ଆଶଙ୍କାରେ ଥିବା ସୌମାଙ୍କ ସ୍ବପ୍ନ ପୂରଣ ହେଲା ବୋଲି ସେ କହିଛନ୍ତି । ସେହିପରି ମଦନ ଓ ତାଙ୍କ ବାପାଙ୍କୁ ପ୍ରଶଂସା କରିବା ପାଇଁ ପାଖରେ କୌଣସି ଶବ୍ଦ ନାହିଁ ବୋଲି ସୌମ୍ୟାଙ୍କ ବାପା ଶେଖର କହିଛନ୍ତି। ଭେଙ୍କେଟେଶ୍ୱର ସ୍ବାମୀଙ୍କ ଆଶୀର୍ବାଦ ଯୋଗୁ ବିବାହ ହୋଇପାରିଲା ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମଦନଙ୍କ ବାପା ସୀମାଦ୍ରୀ କହିଛନ୍ତି, ସୌମ୍ୟାଙ୍କ ଦୃଷ୍ଟିହୀନତା ତାଙ୍କ ପରିବାର ପାଇଁ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇ ନ ଥିଲା। ସୌମା ବୋହୂ ନୁହେଁ, ଝିଅ ଭାବେ ଘରେ ରହିବେ ବୋଲି ସେ କହିଛନ୍ତି। ସେହିପରି ମଦନ କେବେ ବାହ୍ୟ ସୁନ୍ଦରତାକୁ ଦେଖୁ ନ ଥିଲେ। ସୌମା ଦୃଷ୍ଟିବାଧିତ ଜାଣିବା ପରେ ସେ ବିବାହ କରିବାକୁ ରାଜି ହୋଇଯାଇଥିଲେ। ତାଙ୍କୁ ଜୀବନ ସାଥୀ ଭାବେ ପାଇଥିବାରୁ ଖୁସି ଥିବା ମଦନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri