ପାଟଣା ବିଧାନସଭାରେ ବିଜେଡିର ବାଜିମାତ: ପ୍ରାର୍ଥୀ ଜଗନ୍ନାଥ ନାଏକ ୭୭୯୬ ଖଣ୍ଡ ଭୋଟରେ ବିଜୟୀ

ପାଟଣା, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ଏସ୍‌ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ରାତି ୯ଟାରେ ଶେଷ ହୋଇଛି। ଭୋଟ ଗଣତି ପାଇଁ ମୋଟ ୧୦୩ ସରକାରୀ କର୍ମଚାରୀ ନିୟୋଜିତ ହୋଇଥିଲେ। ଚୂଡାନ୍ତ ୨୮ଟି ପର୍ଯ୍ୟାୟ ଭୋଟ ଗଣତି ପରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ ମୋଟ ୭୦୩୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭଜପାର ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ୬୨୫୧୪ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ସର୍ବଶେଷ ତଥ୍ୟ ଅନୁଯାୟୀ, ଜଗନ୍ନାଥ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭବାନିଶଙ୍କରଙ୍କ ଠାରୁ ୭୭୯୬ ଖଣ୍ଡ ଅଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି। ଜଗନ୍ନାଥ ତାଙ୍କ ଜିତିବାର ଶ୍ରେୟ ପାଟଣା ଅଞ୍ଚଳବାସୀ ଓ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି। ପାଟଣା ନିର୍ବାନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ସେ କାମ କରିବେ ବୋଲି କହିଛନ୍ତି।
ତୃତୀୟ ସ୍ଥାନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦବିହାରି ନାଏକ ୧୩୦୨୯ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ୮୦୪୩ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଛନ୍ତି। ଅତିରିକ୍ତ ଜିଲାପାଳ ଓ ନିର୍ବାଚନ ଅଧିକାରୀ ଭକ୍ତଚରଣ ପ୍ରଧାନଙ୍କ ସୂଚନା ମୁତାବକ ଦୁଇଟି ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଉକ୍ତ ବୁଥ୍‌ରେ ଭୋଟ ଗଣତି ହୋଇପାରି ନାହିଁ। ଆଗକୁ ମଧ୍ୟ ସେଠାରେ ଭୋଟ ଗଣତି ହେବାର ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇହାତ ନ ଥିବା ଦିବ୍ୟାଙ୍ଗ ଇଞ୍ଜିନିୟରିଂ ଛାତ୍ରୀ ଗୋଡ଼ରେ ଇଭିଏମ୍‌ ବଟନ ଦବାଇ କଲେ ମତଦାନ

ଭୋପାଳ,୨୯।୪: ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଦେଖାଦେଇଛି ଉତ୍ସାହ। ମଧ୍ୟପ୍ରଦେଶ ଜବଲପୁରରେ ଇଞ୍ଜିନିୟରିଂ ଦିବ୍ୟାଙ୍ଗ ଛାତ୍ରୀ ଭବାନୀ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର ଅଫିସ, ୧ା୫-ବାଲେଶ୍ବର ସହର ସହଦେବଖୁଣ୍ଟା ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୧କେଜି ୩୬୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟିର...

କବାଟ ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ବାହାରେ ଫିଙ୍ଗିଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ବାହାନଗା,୧।୩(ଡି.ଏନ୍‌.ଏ.): ଶନିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଷଷ୍ଠୀ ଗ୍ରାମସ୍ଥିତ ଉଡମ୍ବର ସାହିରେ ଜଣେ ବ୍ୟକ୍ତିଙ୍କ ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର...

ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ୁଛି ଦେଉଳା ହାଟ

ଭୋଗରାଇ,୧୪।୩(ପ୍ରଦୀପ ଦାସ)- ପଶ୍ଚିମବଙ୍ଗ ସୀମାକୁ ଲାଗି ଥିବା ବାଲେଶ୍ୱର ଜିଲାର ଉପାନ୍ତ ଭୋଗରାଇ ବ୍ଲକ ଅଧୀନ ଦେଉଳା ହାଟ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଯୋଡ଼ିଆସିଛି।...

ଶିଶୁକନ୍ୟାକୁ ଜନ୍ମ ଦେଇ ମା’ ମୃତ

ସଜନାଗଡ଼, ୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ନରଣପୁର ପଞ୍ଚାୟତର ବିଜିରାସାହି ଗ୍ରାମର ସୁନି ମାଝି(୪୫) ନାମ୍ନୀ ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେବାପରେ...

କେନ୍ଦ୍ରାପଡ଼ାରେ ଅନୁଭବ ଅଗରେ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୨ ରାଉଣ୍ଡ ଶେଷ ସୁଦ୍ଧା ୩୨,୩୦୩ ଭୋଟରେ ଆଗରେ ଅଛନ୍ତି।...

ମାଛ ଗାଲିସି ତଳୁ ବାହାରିଲା ୩୦ଗ୍ରାମ ବ୍ରାଉନ୍‌ସୁଗାର: ଯୁବକ ଅଟକ

ଜଳେଶ୍ୱର, ୮।୫(ସ୍ବ.ପ୍ର.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ପ୍ରଶାସନ ବ୍ୟସ୍ତ ଥିବା ବେଳେ ନିଶା ବ୍ୟବସାୟୀମାନେ ଏହାର ସୁଯୋଗ ନେଇ କାରବାର ଚଳାଇଛନ୍ତି। ସେମାନେ ପରିବା...

ଇଟାଭାଟି ଶ୍ରମିକ, ମାଲିକ ସଂଘର ବିକ୍ଷୋଭ

ବାଲେଶ୍ୱର ଅଫିସ, ୩୧।୧୨-ବାଲେଶ୍ୱର ଜିଲା ଇଟାଭାଟି ଶ୍ରମିକ ଓ ମାଲିକ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ ମାଲିକ ମିଳିତ ଭାବେ...

Advertisement
Archives

Model This Week