ପାଞ୍ଚଦିନରେ ୫ ହଜାର ଓଟଙ୍କୁ ଗୁଳିକରି ହତ୍ୟା

ସିଡ୍‌ନୀ,୧୫-୧:ଦକ୍ଷିଣ ଅଷ୍ଟ୍ରେଲିଆର ମରୁଡ଼ି ଗ୍ରସ୍ତ ଅଞ୍ଚଳରେ ୫ ଦିନରେ ୫ ହଜାର ଓଟଙ୍କୁ ହତ୍ୟା କରାଯାଇଛି। ସ୍ଥାନୀୟ ଆଦିମ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏହି ଓଟଗୁଡ଼ିକୁ ଗୁଳିକରି ହତ୍ୟା କରାଯାଇଥିବା ମଙ୍ଗଳବାର ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି।
ଦକ୍ଷିଣ ଅଷ୍ଟ୍ରେଲିଆ ରାଜ୍ୟର ଆଦିବାସୀ ନେତାଙ୍କ କହିବା ଅନୁସାରେ, ଅତ୍ୟଧିକ ଶୁଖିଲା ଏବଂ ଗରମ କାରଣରୁ ଅଣଦେଶୀ ଓଟମାନେ ଗ୍ରାମୀଣ ଅଞ୍ଚଳ ଆଡ଼କୁ ମୁହଁାଉଛନ୍ତି। ଖାଦ୍ୟ ଏବଂ ପିଇବା ପାଣି ପ୍ରତି ବିପଦ ସୃଷ୍ଟି କରିବା ସହ ଭିତ୍ତିଭୂମିକୁ କ୍ଷତି ପହଞ୍ଚାଉଛନ୍ତି। ଅନାଙ୍ଗୁ ପିଟଜାଣ୍ଟଜାଟଜାରା ୟାଙ୍କୁନିଟଜାଟଜାରା (ଏପିୱାଇ)ର ଜେନେରାଲ ମ୍ୟାନେଜର ରିଚାର୍ଡ କିଙ୍ଗ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରାଣୀ ଅଧିକାର କର୍ମୀଙ୍କ ଚିନ୍ତା ପ୍ରଶଂସାଯୋଗ୍ୟ। କିନ୍ତୁ ଅଣଦେଶୀ ଜୀବଙ୍କ ଜୀବନର ବାସ୍ତବିକତା ସମ୍ପର୍କରେ ଭୁଲ ସୂଚନା ରହିଛି। ଭୂମିର ଅଧିରକ୍ଷକ ରୂପେ ଆମକୁ ଏହି ପଶୁଙ୍କ ସହ ମୁକାବିଲା କରି ମୂଲ୍ୟବାନ ପାଣି ଏବଂ ସମ୍ପତ୍ତି ରକ୍ଷା କରିବା ଦରକାର। ସର୍ବପ୍ରଥମେ ଆମ ଛୋଟ ଶିଶୁ, ବୟସ୍କ ଲୋକ ଏବଂ ବିଭିନ୍ନ ପ୍ରକାର ବନସ୍ପତୀ ପ୍ରତି ଏମାନେ ବିପଦ ସୃଷ୍ଟି କରୁଛନ୍ତି। ଏହା ସହ କିଙ୍ଗ କହିଛନ୍ତି, ଦୁର୍ବଳ ଓଟମାନେ ପୋଖରୀରେ ପଡ଼ି ମୃତ୍ୟୁ ବରଣ କରିଥାନ୍ତି ଏବଂ ସେଠାରେ ପାଣିକୁ ଦୂଷିତ କରୁଛନ୍ତି। ୨୦୧୯ରେ ଅଷ୍ଟ୍ରେଲିଆରେ ଘୋର ଜଳାଭାବ ଦେଖାଦେଇଥିଲା। ଦେଶର ଅନେକ ସହରକୁ ଜଳ ସଂକଟର ସାମ୍ନା କରିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ବୃହତ୍‌ ମରୁ ଅଞ୍ଚଳ ଅଭିଯାନ ପାଇଁ ୧୮୪୦ ମସିହାରେ ଭାରତରୁ ୨୦ ହଜାର ଓଟକୁ ଅଣାଯାଇଥିଲା। ବର୍ତ୍ତମାନ ଏଗୁଡ଼ିକ ଅଷ୍ଟ୍ରେଲିଆ ଜଙ୍ଗଲରେ ମୁକ୍ତ ବିଚରଣ କରୁଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ ଏମାନଙ୍କ ସଂଖ୍ୟା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଲଭଟା ଗ୍ରାମବାସୀଙ୍କୁ ଚୁଆପାଣି ଭରସା: ଅଚଳ ନଳକୂପ-ସୌରଚାଳିତ ପାଣିଟାଙ୍କି

ଲାଞ୍ଜିଗଡ଼,୨୧ା୭(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ବେଡ଼ାଗାଁ ପଞ୍ଚାୟତ ଅଧୀନ ଦେହେଡ଼ାର ବେଲଭଟା ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ଗାଁରେ ୬ଟି…

ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ କିଏ? କରାଟେରେ ପାଇଛନ୍ତି ବ୍ଲାକ ବେଲ୍ଟ, ଓଡ଼ିଶା ସହ ରହିଛି…

ନୂଆଦିଲ୍ଲୀ,୨୧।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସମ୍ପ୍ରତି ତାଙ୍କ ଆନ୍ଦୋଳନ ଏବଂ ଅନଶନ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ, ତାଙ୍କ ପତ୍ନୀ ଗୀତାଞ୍ଜଳି ଜେ. ଆଙ୍ଗମୋ ମଧ୍ୟ…

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିଲା ଜଗନ୍ନାଥଙ୍କ ରଥ, ୨ ଛାତ୍ର ମୃତ, ୭ ଗୁରୁତର

ରାଞ୍ଚି,୨୧।୭: ଝାଡ଼ଖଣ୍ଡ ଟୋରପା ଥାନା ଅଞ୍ଚଳର କୋଟେଙ୍ଗସେରାର ‘ମାଉସି ବାରି’ ନିକଟରେ ପ୍ରଭୁ ଜଗନ୍ନାଥଙ୍କ ରଥ ୧୧,୦୦୦ ଭୋଲ୍ଟର ହାଇ-ଟେନସନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଦୁଇଜଣ…

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri