Posted inଜାତୀୟ

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। ପାକ୍‌ ସୈନ୍ୟ ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପଥ ସୁଗମ କରୁଛନ୍ତି। ପାକିସ୍ତାନ ଦ୍ୱାରା ତାଲିମପ୍ରାପ୍ତ ୧୫୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଅନ୍ତର୍ଗତ ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ରେ ପ୍ରସ୍ତୁତ ହୋଇ ରହିଛନ୍ତି।
ଗତ ରବିବାର ହଣ୍ଡଓ୍ବାରାରେ ଆତଙ୍କବାଦୀମାନଙ୍କର ଏକ ରିସେପ୍ସନ ପାର୍ଟି ହେଉଥିବା ନେଇ ଗୋଇନ୍ଦା ସୂଚନା ମିଳିଥିଲା। ସୁରକ୍ଷା ବଳ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ତାହା ଏନ୍‌କାଉଣ୍ଟରର ରୂପ ନେଇଥିଲା, ଯେଉଁଥିରେ ଭାରତୀୟ ସେନାର ୨ ଅଫିସରଙ୍କ ସମେତ ୪ ଯବାନ ଏବଂ ଜମ୍ମୁ-କଶ୍ମୀର ପୋଲିସ୍‌ର ଜଣେ ଅଫିସର ଶହୀଦ ହୋଇଥିଲେ। ଏହା ପରଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ଯବାନ ପ୍ରାଣ ହରାଇଥିଲେ। ଭାରତରେ ଅନୁପ୍ରବେଶ ଲାଗି ସୀମା ସେପାଖେ ୧୫୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଥିବା ଜମ୍ମୁ-କଶ୍ମୀର ପୋଲିସ ଡିଜି ଦିଲବାଗ୍‌ ସିଂ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତମାସ ୫ ତାରିଖରେ କୁପ୍‌ଓ୍ବାରାର କେରନ ସେକ୍ଟରରେ ସୁରକ୍ଷା ବଳ ସହ ଏନ୍‌କାଉଣ୍ଟରରେ ୫ ଦୁର୍ଦ୍ଧର୍ଷ ଆତଙ୍କବାଦୀ ନିହତ ହୋଇଥିଲେ। କେରନ ସମେତ ଏଲ୍‌ଓସି ଅନ୍ତର୍ଗତ ଅନ୍ୟ ଅଞ୍ଚଳ ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ ଲାଗି କ୍ରମାଗତ ଉଦ୍ୟମ ଜାରି ରଖିଥିବାବେଳେ ସୀମା ଉପରେ ସେନା କଡ଼ା ନଜର ରଖିଛି। ଏହା ସତ୍ତ୍ୱେ ମେ’ ପ୍ରଥମ ସପ୍ତାହରେ ୮ ଯବାନ ଶହୀଦ ହେବା ଘଟଣାରୁ କେତେକ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ଆଶଙ୍କା କରାଯାଉଛି। ଏଥିସହିତ ଉତ୍ତର କଶ୍ମୀରରୁ ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରରେ ପ୍ରବେଶ କରି ଏକ ନୂଆ ବାହିନୀ ଗଠନ କରୁଥିବା ସୂଚନା ମିଳିଛି। ତେଣୁ ସୁରକ୍ଷା ବଳକୁ ରଣନୀତି ବଦଳାଇବାକୁ ହେବ ବୋଲି କୁହାଯାଉଛି।
ଗ୍ରୀଷ୍ମଋତୁ ଆରମ୍ଭ ହେବା ସହିତ ପାକିସ୍ତାନ ଏଲ୍‌ଓସି ଅନ୍ତର୍ଗତ ପୁଞ୍ଚ୍‌, ଉରି, କେରନ ସେକ୍ଟର ଏବଂ ଅନ୍ତର୍ଜାତୀୟ ସୀମା (ଆଇବି) ଅନ୍ତର୍ଗତ ସାମ୍ବା ଓ କଠୁଆ ସେକ୍ଟର ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି। କଶ୍ମୀରରେ କେତେ ବିଦେଶୀ ଆତଙ୍କବାଦୀ ଅଛନ୍ତି ତାହାର ସ୍ପଷ୍ଟ ସୂଚନା ନାହିଁ। ଉପତ୍ୟକାରେ ସେମାନେ ଆକ୍ରମଣ ପାଇଁ ଡ୍ରୋନ୍‌ ବ୍ୟବହାର କରିପାରନ୍ତି ବୋଲି ଏକ ଗୋଇନ୍ଦା ସୂଚନା ମିଳିଛି। ପିଓକେରେ ରମଜାନର ଦୁଇଦିନ ପୂର୍ବରୁ ଅନୁଷ୍ଠିତ ଏକ ବୈଠକରେ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଡ୍ରୋନ ବ୍ୟବହାର କରିବା ନେଇ ନିଷ୍ପତ୍ତି ହୋଇଥିଲା। ସେମାନଙ୍କ ପାଇଁ ଲଶ୍କର-ଇ-ତୋଇବା ଡ୍ରୋନ୍‌ ପ୍ରସ୍ତୁତ କରୁଥିବା ଜଣାପଡିଛି। ଏହି ଡ୍ରୋନ୍‌ ୫ କିଲୋଗ୍ରାମ୍‌ ଆଇଇଡି ନେଇ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ନେଇପାରିବ। ଡ୍ରୋନ୍‌ର ନିୟନ୍ତ୍ରକ ଏହାକୁ ତଳକୁ ଆଣି ବିସ୍ଫୋରଣ କରାଇପାରିବେ। ଆତଙ୍କବାଦୀମାନଙ୍କ ବୈଠକରେ ଜାକିଉର ରେହମନ, ହାମ୍‌ଜା ଆଦନାନ, ମୋସା ଭାଇ, ସୟେଦ ସଲାହୁଦ୍ଦିନ, ଖଲିଦ ସୈଫୁଲ୍ଲା ସାହିବ, ତାହିର ଐଜାଜ ସାହିବ, ନାଏବ ଅମିର ପ୍ରମୁଖ ଯୋଗ ଦେଇଥିଲେ।
ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଇତିମଧ୍ୟରେ ୯ ମାସ ହେଲାଣି। ଏକତରଫା ଭାବେ ଭାରତ ଜମ୍ମୁ-କଶ୍ମୀର ସମ୍ବିଧାନକୁ ବଦଳାଇପାରିବ ନାହିଁ ବୋଲି ପାକିସ୍ତାନ କହିଆସୁଛି। ଏଥିପାଇଁ ନୂଆଦିଲ୍ଲୀ ଉପରେ କୂଟନୈତିକ ଚାପ ପକାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ପାକ୍‌ ସରକାର, ସେନା ଓ ଆତଙ୍କବାଦୀ ସଂଗଠନ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛନ୍ତି। ଚଳିତ ଗ୍ରୀଷ୍ମଋତୁ କଶ୍ମୀରରେ ପାକିସ୍ତାନ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଥିବା କେନ୍ଦ୍ର ନିରାପତ୍ତା ପ୍ରତିଷ୍ଠାନର ଏକ ସୂତ୍ରରୁ ଜଣାପଡିଛି। କାରଣ ଭାରତରେ ଅନୁପ୍ରବେଶ ଲାଗି ଏହା ହେଉଛି ଆତଙ୍କବାଦୀଙ୍କ ପାଇଁ ପ୍ରକୃଷ୍ଟ ସମୟ। ସେମାନେ ଜମ୍ମୁ ଓ ପଞ୍ଜାବ ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମା ଦେଇ ଅନୁପ୍ରବେଶ କରିବାକୁ ଗତ କିଛିମାସ ହେଲା ଉଦ୍ୟମ ଚଳାଇଛନ୍ତି। ଏହାବ୍ୟତୀତ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ପ୍ରେରଣ ଲାଗି ଏଲ୍‌ଓସିକୁ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌ଏଫ୍‌କୁ ମିଳିଲା ପାକିସ୍ତାନ ନିର୍ମିତ ଗୁପ୍ତ ସୁଡ଼ଙ୍ଗ

ଜମ୍ମୁ,୧୩।୧: ଭାରତ-ପାକ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ନିର୍ମିତ ୧୫୦ ମିଟର ଲମ୍ବା ସୁଡଙ୍ଗ ଠାବ କରିଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)। ବିଏସ୍‌ଏଫ୍‌...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଖଣ୍ଡନ ପରେ ଟୁଇଟ୍‌ ଡିଲିଟ କଲେ ମନୋଜ

ନୂଆଦିଲ୍ଲୀ,୯।୮: କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କର ଏବେ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏପର୍ଯ୍ୟନ୍ତ ତାଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ...

ଭାରତଠାରୁ କେହି ଇଞ୍ଚେ ଜମି ନେଇପାରିବନି: ମୋଦି

ନୂଆଦିଲ୍ଲୀ,୧୯ା୬-ଭାରତ ସୀମା ମଧ୍ୟରେ ଚାଇନା ପ୍ରବେଶ କରିନାହିଁ କିମ୍ବା କୌଣସି ଘାଟିକୁ ଦଖଲ କରିନାହିଁ। ଭାରତଠାରୁ କେହି ଇଞ୍ଚେ ବି ଜମି ନେଇପାରିବ ନାହିଁ ବୋଲି...

ବିହାରରେ ଜନ୍ମ ନେଲେ ଏଲିଅନ ଶିଶୁ, ଦେଖିବା ପାଇଁ ଜମିଲା ଭିଡ଼

ପାଟନା,୧୯।୨: ବିହାରର ଗୋପାଳଗଞ୍ଜରେ ଏକ ଅଜବ ଶିଶୁ ଜନ୍ମ ହୋଇଛି। ଶିଶୁଟିକୁ ଦେଖିବା ପାଇଁ ଶହ ଶହ ଲୋକ ଡାକ୍ତରଖାନାରେ ଭିଡ ଜମିଛି। ନବଜାତ ଶିଶୁକୁ...

ଆଉନାହାନ୍ତି ଜହ୍ନମାମୁ ପତ୍ରିକାର କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ,୩୦।୯:: ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଆଉନାହାନ୍ତି। ୯୭ ବର୍ଷ ବୟସରେ ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି। ସେ ଲୋକପ୍ରିୟ ଜହ୍ନମାମୁ ପତ୍ରିକାର...

ବାରାଣସୀ ଭଳି କେରଳ ବି ମୋର ଅତି ଆପଣାର: ମୋଦି

ତିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କେରଳରେ ଭାଜପା ଖାତା ଖୋଲି ନ ଥିଲେ ମଧ୍ୟ...

ସୋନିଆ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ

ନୂଆଦିଲ୍ଲୀ, ୧୦।୮(ପି.ଟି.): ନୂଆ ଅଧ୍ୟକ୍ଷ ନିର୍ବାଚନ ଲାଗି ଉପଯୁକ୍ତ ପ୍ରକ୍ରିୟା କାର୍ଯ୍ୟକାରୀ ନ ହେବା ଯାଏ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ ବୋଲି...

ଜାତିଗତ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ଦଳର ୧୧ ନେତା ଚର୍ଚ୍ଚାରେ ନୀତୀଶ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ଦଳର ୧୧ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ସାଉଥ୍ ବ୍ଲକରେ ଥିବା ମୋଦିଙ୍କ...

Advertisement


Archives

Model This Week