Posted inଖେଳ

ପାକିସ୍ତାନ ପୂର୍ବତନ କ୍ରିକେଟର ତୌଫିକ୍‌ କରୋନା ପଜିଟିଭ୍‌

ଲଣ୍ଡନ,୨୪।୫: ପାକିସ୍ତାନ ପୂର୍ବତନ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ତୌଫିକ୍‌ ଉମର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର ପରୀକ୍ଷା ହୋଇଥିଲା ଓ ଶନିବାର ସେ କୋଭିଡ-୧୯ ପଜିଟିଭ୍‌ ବୋଲି ଜଣାପଡିଛି। ସେ ଏବେ ଘରୋ ସେଲ୍ଫ ଆସୋସିଏଶନରେ ରହିଛନ୍ତି। ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ଟେଷ୍ଟ ସମୟରେ ତାଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ତେବେ ହାଲ୍‌କା ଭାବେ ମୁଣ୍ଡ ବିନ୍ଧା ହେଉଥିଲା। ୩୮ ବର୍ଷୀୟ ଉମର ୨୦୦୧ରୁ ୨୦୧୪ ମଧ୍ୟରେ ପାକିସ୍ତାନ ପାଇଁ ୪୪ଟେଷ୍ଟ, ୨୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ବର୍ତ୍ତମାନ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପାଇଁ ଜୁନିୟର ଜାତୀୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ୧୩ ବର୍ଷର କ୍ୟାରିୟରରେ ସେ ଟେଷ୍ଟରେ ୩୭.୯୮ ରନ ହାରରେ ୨୯୬୩ ଓ ଦିନିକିଆରେ ୫୦୪ ରନ ସଂଗ୍ରହ କରିଛନ୍ତି। ଉଲ୍ଲେଖଥାଉ କି, ଚତୁର୍ଥ ଜଣାଶୁଣା କ୍ରିକେଟରଭାବେ ସେ ସଂକ୍ରମିତ ହୋଇଛନ୍ତି। ତାଙ୍କ ପୂର୍ବରୁ ସ୍କଟଲାଣ୍ଡର ମାଜିଦ୍‌ ହକ, ପାକିସ୍ତାନର ଜାଫର ସର୍ଫରାଜ ଓ ଦକ୍ଷିଣ ଆଫ୍ରିକାର ସୋଲୋ ଏନ୍‌କ୍ୱେନି ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭିନେଶ, ଅଂଶୁଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨୧ା୨ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତ ଏବଂ ଅଂଶୁ ମଲିକ ସେମାନଙ୍କ କାଟେଗୋରିରେ ଗୋଟିଏ ଲେଖାଏଁ...

କୋଚଙ୍କ ଭବିଷ୍ୟବାଣୀ ହେଲା ସତ

ଆଣ୍ଟିଗୁଆ,୩।୨: ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପ୍‌ ସେମିଫାଇନାଲର ଗୋଟିଏ ଦିନ ପୂର୍ବରୁ ୟଶ ଧୁଲଙ୍କୁ ଦିଲ୍ଲୀର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ...

ସାଥିୟାଁ-ଅମଲରାଜଙ୍କୁ ବ୍ରୋଞ୍ଜ

ମେଲବୋର୍ନ, ୧୩ା୭ (ପି.ଟି.)-ଭାରତୀୟ ଯୋଡ଼ି ଜି. ସାଥିୟାଁ ଓ ଆନ୍ଥୋନୀ ଅମଲରାଜ ପୁରୁଷ ଡବଲ୍ସରେ ଏକ ବ୍ରୋଞ୍ଜ ପଦକ ସହ ସେମାନଙ୍କ ଓ୍ବାଲର୍‌ଡ ଟୁର୍‌ ପ୍ଲାଟିନମ...

ଜିଟିର ଲଢୁଆ ବ୍ୟାଟିଂ, ୭ ୱିକେଟରେ ବିଜୟୀ…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ  ବିଜୟ ହାସଲ କରିଛି...

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ...

ହାଇଦ୍ରାବାଦରେ ଏସଆରଏଚ-କେକେଆର ଲଢ଼େଇ…

ହାଇଦ୍ରାବାଦ,୪।୫ : ଆଇପିଏଲ ସିଜିନ ୧୬ର ୪୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ଗୁରୁବାର ସନ୍ଧ୍ୟା ସାଢ଼େ ଟାରେ ମୁହାଁମୁହିଁ...

ସ୍କୁଲ ଟେନିସ୍‌ ଲିଗ୍‌ର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୧୫।୨(ସ୍ପୋଟର୍‌ସ ବ୍ୟୁରୋ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ସ୍କୁଲ ଟେନିସ୍‌ ଲିଗ(ଏସ୍‌ଟିଏଲ୍‌)ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ନ୍ୟୁଜିଲାଣ୍ଡ ଫାଇନାଲ

ବର୍ମିଂହାମ୍‌,୧୨।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ...

Advertisement
Archives

Model This Week