ପଲିଥିନ୍‌ ତଲେ ପରିବାର: ପାଏଖାନା ଘରେ ଧାନ୍‌ଚାଉଲ, ଜିନିଷ୍‌ପାତିି

ଗଣ୍ଡତୁରୁମ, ୯।୯ (ଡି.ଏନ୍‌.ଏ.):  ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଂଚଲରେ ଗଲା ମଙ୍ଗଲବାରନୁ ଲଘୁଚାପ ପରଭାବରେ ବରଷା ଲାଗିରହିଛେ। ବାଦଲଫଟା ବରଷାରେ ବ୍ଲକ ଅଧୀନ ଅନେକ୍‌ ଗଁାଗଁଡ଼ାରେ ଲୁକ୍‌କର ବଡ଼ଭାରି କ୍ଷୟକ୍ଷତି ହେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ ଭେଡ଼େନ ବ୍ଲକ ଗଣ୍ଡତୁରୁମ ଗଁାର ଏକରା ରାଉତିଆ। ପରିବାର କହେଲେ ମାଏକିନା ଯମୁନା, ପୁଓ କୁମର ଆର ବହ ପାର୍ବତୀକେ ନେଇ ତାକର ସଁସାର। ଗଲା ଜୁନ୍‌ ମାସେ ତାକର ମାଏଟ୍‌ କୁରିଆରେ ଚୁଲିରୁ ନିଅଁା ଲାଗି ଘରଟା ଛାରଖାର ହେଇଯାଇଥିଲା। ଇଥ୍‌ରେ ତାକର ଧାନଚାଉଲ, ଜିନିଷପାତି, କପଡ଼ାଲତା ସବୁ ପୁଡ଼ି ଖାର ହେଇଯାଇଥିଲା। ଏନ୍‌ତାଥି ଗଁାର ଅନେକ ସହୁରୁଦ୍‌ ଲୋକ୍‌ ତାହାକୁ କପଡ଼ାଲତା ଦେବାର ସଂଗେ ପରଶାସନକେ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗୁହାରି କରିଥିଲେ। ହେଲେ ତହସିଲ କତୁରପକ୍ଷ ଇ ଅସାହା ପରିବାରକେ ପଲିଥିନ୍‌ ଖଁଡ଼େ ଦେଇ ନିଜର ଦାଇତିଅ ସାରିଦେଇଥିଲା। ଏନ୍‌ତାଥି କୁଟୁମବସିଆ କୁଲିମଜୁରି କରି ଝାଟିମାଟିରେ ଗୁଟେ କୁରିଆ କରି ମୁଡ଼ ଗୁଁଜିଛନ୍‌। ହେଲେ ତାକର ମାଏଟ୍‌ କୁରିଆର ଅବସ୍‌ତା ଏନ୍‌ତା ଯେ, ଲୁକ୍‌କର ଗାଈଗୁହାଲ ଭଲ ଆଏ। ଅଲପ ବରଷାରେ ବି ଘରଟା ପାଏନ୍‌ରେ ଦରହ ପାଲଟିଯାଉଛେ। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଜମିବାଡ଼ି ବଲି କିଛି ନାଇଁ। କଏରା, କୁମର ଆର ପାର୍ବତୀ କୁଲିମଜୁରି କରୁଥିଲାବେଲେ ଯମୁନା ଝନେ ଅଁଧେନ୍‌ ଆଏ। ହେଲେ ଘରର ପରିସ୍ଥିତି ଆର ପେଟ୍‌ ପାଲବାର ଲାଗି ସେ ବି ବାଟ୍‌ ଅଁଡାଲି ଅଁଡାଲି ଫିଦିନ୍‌ ଭିଖ୍‌ ମାଗୁଛନ୍‌। ଏନ୍‌ତାଥି ଇ ଅସାହା ଗରିବ୍‌ ପରିବାରକେ ଦାଉ ସାଧିଛେ ଲଘୁଚାପ୍‌ ବରଷା। ବରଷା ପାଏନ୍‌ରୁ ଧାନଚାଉଲ, ଜିନିଷ୍‌ପାତି ବଁଚାବାକେ ପରିବାର ଲୋକ୍‌ ସ୍ବଚ୍ଛ ଭାରତ ମିଶନରେ ପାଇଥିବାର ପାଏଖାନା ଘରେ ସବୁ ରଖିଛନ୍‌। ଇଆଡ଼େ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ଭୂମିହୀନ ପରିବାରମାନକୁ ପକାଘର ଯୁଗେଇ ଦେଉଛନ୍‌। ହେଲେ ଇ ଦୁଖି ପରିବାର ଲାଗି ସତେ ଯେନ୍‌ତା ସରକାରୀ ଆବାସ ଯୋଜନା ସାତ୍‌ସପନ ପାଲଟିଛେ। ଜିଲା ଆର ବ୍ଲକ ପରଶାସନ ଇ ନିହାତି ଗରିବ୍‌ ପରିବାର ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ସରକାରୀ ଯୋଜନାରେ ପକାଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ା ସହରରେ ପଶିଲେ ୧୮ ହାତୀ

ଯୋଡ଼ା, ୨୬।୪(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ସହର ଭିତରକୁ ୧୮ଟି ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଶନିବାର ବିଳମ୍ବିତ ରାତିରେ...

ହରିଡ଼ାଖଣ୍ଡିରେ ବାର୍‌ହା ଆତଙ୍କ: ଧରିବାକୁ ଯାଇ ବନକର୍ମଚାରୀଙ୍କ ସମେତ ୯ ଆହତ

ବ୍ରହ୍ମପୁର ଅଫିସ,୩୦।୩- କରୋନା ଭାଇରସକୁ ନେଇ ସାରା ବିଶ୍ୱ ଆତଙ୍କିତ ଥିବାବେଳେ ସୋମବାର ସକାଳୁ ବ୍ରହ୍ମପୁରରେ ଦେଖାଦେଇଥିଲା ବାର୍‌ହା ଆତଙ୍କ। ବ୍ରହ୍ମପୁର ହରିଡାଖଣ୍ଡି ଗୌଡ଼ସାହି ଲକ୍ଷ୍ମୀ...

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ସ୍କୁଲ ଅଧ୍ୟକ୍ଷ

ଭବାନୀପାଟଣା,୧୦।୩(ସ୍ବ.ପ୍ର.): ଛାତ୍ରୀଙ୍କୁ ଅସଦାଚରଣ କରିବା ସ୍କୁଲ ଅଧ୍ୟକ୍ଷଙ୍କୁ ମହଙ୍ଗା ପଡ଼ିଛି। କଳାହାଣ୍ଡି ଜିଲା ଭବାନୀପାଟଣାର ଏକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ସ୍କୁଲରେ କାର୍ଯ୍ୟରତ ଅଧ୍ୟକ୍ଷ...

ଭିକାରୀ ହତ୍ୟା ଘଟଣା, ୨ ଅଭିଯୁକ୍ତ ଗିରଫ

ଖଲ୍ଲିକୋଟ,୭ା୬(ଡି.ଏନ.ଏ.)- ଖଲ୍ଲିକୋଟ କେଶପୁର ବଜାର ହନୁମାନ ମନ୍ଦିର ନିକଟରେ ଗତ ୧୬ ତାରିଖ ରାତିରେ ଭିକାରୀ ତରେଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ୨...

ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସକ୍ରିୟ: ରୋଗୀଙ୍କଠାରୁ ନେଇଗଲେ ୪ ହଜାର

ଅନୁଗୋଳ ଅଫିସ, ୨୨।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଦଲାଲ ଜନୈକା ବୃଦ୍ଧାଙ୍କଠାରୁ ୪ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ...

କୋଭିଡ-୧୯ ହସ୍‌ପିଟାଲର ସ୍ଥିତି ସମୀକ୍ଷା

ବାଲେଶ୍ୱର ଅଫିସ,୧୬।୪- ରାଜ୍ୟସରକାରଙ୍କର ବରିଷ୍ଠ ଅଧିକାରୀମାନ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ପ୍ରସ୍ତୁତ କୋଭିଡ଼-୧୯ ହସ୍‌ପିଟାଲର ଚିକିତ୍ସା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ...

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଭଦ୍ରକ ଅଫିସ,୭।୫: ଦେଶରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଏହି ରୋଗର ନିରାକରଣ ସହାୟତା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି,...

ରାତି ସାରା ଝୁଲି ରହିଲା ତ୍ରିରଙ୍ଗା

କୋକସରା,୧୬।୮(ଡି.ଏନ୍‌.ଏ.): ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ରାତି ସାରା ଝୁଲି ରହିଛି ପତାକା। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି...

Advertisement
Archives

Model This Week