ପରିବେଶ ମଞ୍ଜୁରୀ ଓ ରାଜସ୍ବ ଆଦାୟକୁ ଅଣଦେଖା; ବେଲଗାମ୍‍ ହେଉଛି ବାଲି ଉଠାଣ

କେନ୍ଦ୍ରାପଡା ଅଫିସ, ୩।୧୨: କେନ୍ଦ୍ରାପଡ଼ା ଜିଲାରେ ଗତ ୨ ବର୍ଷ ମଧ୍ୟରେ ୪ଟି ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ) ମାମଲା ଜିଲା ପ୍ରଶାସନକୁ ଅଡୁଆରେ ପକାଇଛି। ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ବାଲିଉଠାଣ, ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ଜଙ୍ଗଲ ଜମିରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରରେ ବାଲି ଉଠାଣ ମାମଲା ଏବଂ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ମାଟି ଓ ବାଲି ଉଠା ମାମଲା ଏନ୍‌ଜିଟିର ବିଚାର ପରିସରଭୁକ୍ତ ହୋଇଛି। ତେବେ ଜିଲାରେ ଥିବା ବିଭିନ୍ନ ନଦୀ ସୈରାତରୁ ବାଲି ଉଠାଣ ହେଉଥିଲେ ମଧ୍ୟ ପରିବେଶ ମଞ୍ଜୁରୀ ପ୍ରତି କାହାରି ନିଘା ନ ଥିବା ବେଳେ ରାଜସ୍ବ ଆଦାୟକୁ ବି ଅଣଦେଖା କରାଯାଉଛି ବୋଲି ଅଭିଯୋଗ ହେଉଛି।
କେନ୍ଦ୍ରାପଡା ଜିଲାର ଆଳି, ଡେରାବିଶ, ଗରଦପୁର, ରାଜକନିକା, ମାର୍ଶାଘାଇ, ମହାକାଳପଡା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ନଦୀର ୨୮ଟି ସୈରାତରୁ ବାଲି ଉଠାଣ ହେଉଛି। ସମୁଦାୟ ୧୫୭.୩୩୬ ହେକ୍ଟର ଆୟତନରେ ବାଲି ଉଠାଣ କରାଯାଉଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ରାଜସ୍ବ ଆଦାୟ ହେଉଛି। ହେଲେ ନିର୍ଦ୍ଦିଷ୍ଟ ପରିମାଣର ବାଲି ଉଠାଣ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ଅଧିକ ପରିମାଣର ବାଲି ଉଠାଣ ଚାଲିଥିବା ସାମାଜିକ କର୍ମୀ ଆଳୟ ସାମନ୍ତରାୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ବାଲି ଉଠାଣରେ ବହୁ କଟକଣା ଅଛି। ନଦୀଶଯ୍ୟାର ଏକ ପଞ୍ଚମାଂଶରୁ ଊର୍ଦ୍ଧ୍ୱ ବାଲି ଉଠାଣକୁ ପରିବେଶ ବିଭାଗ ପକ୍ଷରୁ ରୋକାଯାଇଛି। ସେହିପରି ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନଦୀ, ପୋଲ ନିକଟଠାରୁ ୩୦୦ ମିଟର ମଧ୍ୟରେ ବାଲିଉଠା ହୋଇ ପାରିବନାହିଁ। ପରିବେଶ ପ୍ରଦୂଷଣ ମୁକ୍ତ ଗାଡ଼ି ଏହି ପରିବହନରେ ନିୟୋଜିତ ହେବାକୁ ଥିବା ବେଳେ ବାଲି ନେବା ସମୟରେ ଗାଡ଼ି ଉପରେ ପାଲ ବାନ୍ଧିବାକୁ ନିୟମ ରହିଛି। ଏଥିସହିତ ନଦୀପଥକୁ ସୁରକ୍ଷା ଦେବା ପାଇଁ ବହୁ ନିୟମ ରହିଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଏହି ନିୟମକୁ ଉପେକ୍ଷା କରାଯାଉଛି। ସେହିପରି ସୈରାତର ବାଲି ଉଠା ତୁଳନାରେ ଜିଲାରେ ରାଜସ୍ବ ଅଭିବୃଦ୍ଧି ହେଉନି। ସୂଚନା ଅଧିକାର ଅଭିଯାନ କର୍ମୀ ଅଶେଷ ଖଟୁଆ କୁହନ୍ତି, ନିକଟରେ ମହାକାଳପଡ଼ା ଓ ମାର୍ଶାଘାଇ ଅଞ୍ଚଳର ବାଲି ସୈରାତରେ ପରିବେଶ ମଞ୍ଜୁରୀ ସମ୍ପର୍କିତ ତଥ୍ୟ ସମ୍ପର୍କରେ ସେ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ମାର୍ଶାଘାଇ ତହସିଲ ଅଧୀନ ତୁଳସୀପୁର ଓ ପକ୍ଷୋଟ ବାଲି ସୈରାତକୁ ପରିବେଶ ମଞ୍ଜୁରୀ ମିଳି ନ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ. ୧୨୯୪୧ ଯୋଗେ ସୂଚନା ଦିଆଯାଇଛି। ତେଣୁ ପରିବେଶ ସୁରକ୍ଷା ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ, ଅଧିକ ବାଲି ଉଠାଣ ଓ ପରିବେଶ ମଞ୍ଜୁରୀ ସଂକ୍ରାନ୍ତକାଗଜପତ୍ର ତନଖି କରାଯିବ। ଅଭିଯୋଗ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଟେନସନ୍‌ରେ ପଡ଼ିଲେ ଗୌତମ ଗମ୍ଭୀର! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳ ସାମ୍ନାରେ ଏକ ବଡ଼ ପ୍ରଶ୍ନ ଠିଆ ହୋଇଛି। ଅଭିଷେକ ଶର୍ମାଙ୍କ ସହ ଇନିଂସ ଓପନ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri