ଭଦ୍ରକ ଅଫିସ, ୭ା୪-ଏଣିକି ହାଟ, ପରିବା ମାର୍କେଟ୍ ଓ ଗ୍ରସୋରି ଦୋକାନକୁ ଲୋକେ ଚାଲି ଚାଲି ଯିବେ। ବାଇକ୍ ଓ ଚାରିଚକିଆ ଧରି ମାର୍କେଟ୍କୁ ଗଲେ ପୋଲିସ ଗାଡ଼ି ଜବତ କରିବା ସହ ଆଇନ ଉଲ୍ଲଂଘନକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିବ ବୋଲି ପ୍ରଶାସନ ପକ୍ଷରୁ ଚରମବାଣୀ ଜାରି କରାଯାଇଛି। ରବିବାର ରାତି ୮ଟାରେ ୪୮ ଘଣ୍ଟିଆ ଶଟ୍ଡାଉନ ସରିବା ପରେ ସୋମବାର ସକାଳେ କଚେରି ବଜାର ତଥା ଅନ୍ୟାନ୍ୟ ପରିବା ବଜାରରେ ପୁଣି ନାହିଁ ନ ଥିବା ଭିଡ଼ ଆରମ୍ଭ ହୋଇଯାଇଥିଲା। ହଜାର ହଜାର ଲୋକ ପରିବା ଓ ଗ୍ରସୋରି ସାମଗ୍ରୀ କିଣିବା ପାଇଁ ବାଇକ୍ ଧରି ବଜାରରେ ଭିଡ଼ ଲଗାଇଥିଲେ। ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ନେଇ ଜାରି କରାଯାଇଥିବା କଟକଣା ଫେଲ୍ ମାରିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା।
ଏହି ସମୟରେ ସାମାଜିକ ଦୂରତ୍ୱ ଆଇନକୁ ଉଲ୍ଲଂଘନ କରିଥିବା ୮ଜଣ ବ୍ୟବସାୟୀ ଓ ୨୧ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ପୋଲିସକୁ ଗିରଫ କରିଥିଲା। ଫଳରେ ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ସୋମବାର ମଧ୍ୟାହ୍ନରେ ଉପରୋକ୍ତ କଟକଣା ଜାରି କରିଛନ୍ତି। ପରିବା ବଜାର, ହାଟ ଓ ଗ୍ରସୋରି ଦୋକାନ ସକାଳ ୬ ରୁ ୧୦ଟା ପରିବର୍ତ୍ତେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାୟୀ ଫଳ ଦୋକାନ, କ୍ଷୀର ଦୋକାନ ସକାଳୁ ୬ରୁ ୧୦ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି କୁହାଯାଇଛି। ଗ୍ରସୋରି ସାମଗ୍ରୀ ଘରେ ପହଞ୍ଚାଇବା ପାଇଁ ଚିହ୍ନଟ ଦୋକାନୀମାନଙ୍କୁ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।

୨୦ରୁ ଭଦ୍ରକରେ ଧାନକ୍ରୟ ଆରମ୍ଭ: ପ୍ରଚାର ଗାଡ଼ି ଉଦ୍ଘାଟନ କଲେ ବିଧାୟକ
ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୨୦ ତାରିଖରୁ ଜିଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଜିଲାରେ ସଚେତନତା ପାଇଁ ୭ଟି ପ୍ରଚାର ଗାଡ଼ିକୁ ସୋମବାର ବିଧାୟକ...

ମା’ ଧାମରାଇଙ୍କ ମନ୍ଦିରରୁ ଚୋରି
ଭଦ୍ରକ ଅଫିସ, ୩୦।୧୨: ଭଦ୍ରକ ଜିଲା ଧାମରାର ଆରାଧ୍ୟା ଦେବୀ ମା’ ଧାମରାଇଙ୍କ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମା’ଙ୍କ ହୁଣ୍ଡିବାକ୍ସ...

ଧାମନଗର ଏନ୍ଏସିର ୬ଟି ବୁଥ୍ରେ ଆଜି ଭୋଟ ଗଣତି
ଭଦ୍ରକ ଅଫିସ, ୬।୪: ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମଙ୍ଗଳବାର ମତଦାନ ସରିଯାଇଥିବା ବେଳେ ବୁଧବାର ସକାଳ ୮ରୁ ଭୋଟ ଗଣତି ।ଆରମ୍ଭ ହୋଇଯାଇଛି। ଏହି...

କେରଳରେ ଫସିଥିବା ୪୦ ଜଣ ଭଦ୍ରକ ଫେରୁଛନ୍ତି
ଭଦ୍ରକ ଅଫିସ,୪ା୫: କେରଳରେ ଫସିଥିବା ୪୦ ଜଣ ସୋମବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଓହ୍ଲାଇଥିଲେ। ସେଠାରୁ ଭଦ୍ରକ ଜିଲା...

ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର
ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର...

ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ
ବାସୁଦେବପୁର, ୧୬ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପଢ଼ୁଁଆ ପଞ୍ଚାୟତ ସରପୋଖରୀଆଡ଼ିଠାରେ ଋଷ୍ୟଶୃଙ୍ଗ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି।...

ଗଳା ପୋଲ ନିର୍ମାଣ ଦାବିରେ ରାଣୀତାଲ ବଜାର ବନ୍ଦ
ଭଦ୍ରକ ଅଫିସ,୨୪।୧୨: ଭଦ୍ରକ ଜିଲା ରାଣୀତାଲ ବଜାର ମଙ୍ଗଳବାର ସକାଳୁ ବନ୍ଦ ରହିଛି। ଗଳା ପୋଲ ନିର୍ମାଣ ଦାବିରେ ରାଣୀତାଲ ବିକାଶ ମଞ୍ଚର ସଦସ୍ୟ ଓ...

ଶୀତଳପୁରକୁ ବିପଦ ସାଳନ୍ଦୀ
ଆରଡ଼ି, ୧୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ଦେଇ ବହି ଯାଇଛି ସାଳନ୍ଦୀ ନଦୀ। ଏହି...