Posted inଖେଳ

ପରିବାର ସହ ଜନ୍ମଦିନ ପାଳିଲେ ସଚିନ

ମୁମ୍ବାଇ, ୨୫।୪-କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଶୁକ୍ରବାର ୪୭ବର୍ଷରେ ପଦାର୍ପଣ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ସାମ୍ପ୍ରତିକ ସ୍ଥିତିରେ ସଚିନ ନିଜ ଜନ୍ମଦିନକୁ ନିରାଡ଼ମ୍ବରଭାବେ ପରିବାର ସଦସ୍ୟଙ୍କ ସହିତ ପାଳିଛନ୍ତି। ”ମୁଁ ଏବେ ରୋଷେଇ କରିବା ସହ ଘର ପରିଷ୍କାର କରୁଛି ଏବଂ ଗଛରେ ପାଣି ଦେଉଛି। ଲକ୍‌ ଡାଉନ୍‌ ସମୟ ପିଲାମାନଙ୍କ(ସାରା, ଅର୍ଜୁନ) ସହିତ ସମୟ କାଟିବା ସୁଯୋଗ ଦେଇଛି। ଉଭୟ ୨୦ବର୍ଷରୁ ଊର୍ଦ୍ଧ୍ୱ ଥିବାରୁ ସନ୍ଧ୍ୟା ସମୟରେ ଘରେ ରହିବା କଷ୍ଟକର ହୋଇ ପଡ଼ୁଛି। ସେମାନେ ନିଜ ସାଙ୍ଗମାନଙ୍କ ସହିତ ଯୋଗାଯୋଗ କରି ସମୟ ଅତିବାହିତ କରୁଛନ୍ତି। ତେବେ ଲକଡାଉନ ଥିବାରୁ ମଁୁ ଓ ଅଞ୍ଜଳି(ପତ୍ନୀ) ସେମାନଙ୍କ ସହିତ ସମୟ କଟାଇ ପାରୁଛୁ। ସେହିପରି ମା’ ମୋ ସହିତ ଅଧିକ ସମୟ କାଟି ପାରୁଛନ୍ତି“ ବୋଲି ସଚିନ କହିଛନ୍ତି। ସଚିନ ୨୦୧୩ରୁ ଅବସର ନେଇ ସାରିଥିଲେ ହେଁ ଅନ୍ତର୍ଜାତୀୟ କ୍ରିକେଟରେ ଏବେ ମଧ୍ୟ ତାଙ୍କର ଅନେକ ରେକର୍ଡ ଅତୁଟ ରହିଛି। ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସଚିନ ଉଭୟ ଟେଷ୍ଟ ଓ ଦିନିକିଆରେ ଏକାଧିକ ରେକର୍ଡ ସୃଷ୍ଟି କରି ନିଜ ପ୍ରଶଂସକଙ୍କୁ ଉଲ୍ଲସିତ କରିଛନ୍ତି। ଏହି ଅବସରରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ପରାମର୍ଶ ଦେଇଛନ୍ତି ଲିଟିଲ ମାଷ୍ଟର। ସେମାନେ ନିଜ ଗେମ୍‌ରେ କିପରି ଉନ୍ନତି ଆଣିବେ ସେ ସମ୍ପର୍କରେ ଅତ୍ୟଧିକ ଚିନ୍ତା ନ କରି କ୍ରିକେଟ ବାହାରର ଦୁନିଆ ସମ୍ପର୍କରେ କିଛି ଭାବିବା ଉଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪ ତାରିଖରେ ଜଣାପଡ଼ିପାରେ ଧୋନୀଙ୍କ ଭାଗ୍ୟ

ନୂଆଦିଲ୍ଲୀ,୨୮।୮: ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ନାହାନ୍ତି। କିନ୍ତୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି...

ଦ୍ୱିତୀୟ ଇନିଂସରେ ବି ଭାରତର ଫ୍ଲପ୍‌ ଶୋ’

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଇନ୍ଦୋରରେ ଖେଳାଯାଉଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ...

ଅଷ୍ଟ୍ରେଲିଆର ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ

ମେଲବୋର୍ନ, ୨୧ା୭ (ପି.ଟି.)-ଅଷ୍ଟ୍ରେଲିଆ କ୍ରିକେଟ ଦଳର ପ୍ରସ୍ତାବିତ ଇଂଲଣ୍ଡ ଟୁର୍‌ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ। ଏକ ଦୈନିକ ଖବରକାଗଜ ରିପୋର୍ଟରେ ଏହା ପ୍ରକାଶ ପାଇଛି।...

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ...

କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ

ଇନ୍ଦୋର, ୨୬ା୭ (ପି.ଟି.)-କ୍ରିକେଟ ନିୟମାବଳୀର ହିନ୍ଦୀ ଅନୁବାଦ କରିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପୂର୍ବତନ ଅମ୍ପାୟର ରାଜୀବ ରିସୋଦକର। ମର୍ଯ୍ୟାଦାପୂର୍ଣ୍ଣ ମେରିଲ୍‌ବୋନ୍‌ କ୍ରିକେଟ କ୍ଲବ(ଏମ୍‌ସିସି)ର...

ଅରେଞ୍ଜ୍‌ କ୍ୟାପ୍‌ ମିଳିବା ପରେ ବି ଖୁସି ନାହାନ୍ତି ରାହୁଲ: ପଛରେ ରହିଛି ଖାସ୍‌ କାରଣ

ଶାରଜା,୪।୧୦: ଆଇପିଏଲ୍‌ ୨୦୨୧ର ଏକ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୬ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ମ୍ୟାଚ୍‌...

ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍‌ ଖେଳୁଥିବାବେଳେ...

କେଶ କାଟିପାରିବେନି ଅଷ୍ଟ୍ରେଲିଆ କ୍ରିକେଟର୍‌: ଜାଣନ୍ତୁ କାହିଁକି

ମେଲବୋର୍ନ,୧୯।୧୨:ଏବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜର ମ୍ୟାଚ ଖେଳାଯାଉଛି। କିନ୍ତୁ କରୋନା ଯୋଗୁ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଛନ୍ତି। ଷ୍ଟିଭ...

Advertisement
Archives

Model This Week