ପରିବର୍ତ୍ତିତ ମାର୍ଗରେ ଯିବ ସମ୍ବଲପୁର, ବିଶାଖାପାଟଣା-ନାନ୍ଦେଡ୍‌ ଏକ୍ସପ୍ରେସ

ଭୁବନେଶ୍ୱର,୧୮-୪:ସମ୍ବଲପୁର-ନାନ୍ଦେଡ-ସମ୍ବଲପୁର ଏବଂ ବିଶାଖାପାଟଣା-ନାନ୍ଦେଡ-ବିଶାଖାପାଟଣା ତ୍ରିସାପ୍ତାହିକ ଏକ୍ସପ୍ରେସ ଚଳିତ ମାସ ୪ର୍ଥ ସପ୍ତାହଠାରୁ ପରିବର୍ତ୍ତିତ ମାର୍ଗ ଦେଇ ଯିବ। ଏହା ବିଜୟଓ୍ବାଡା ପରିବର୍ତ୍ତେ ଗୁଣ୍ଡାଲା-ରାୟନାପଡୁ ମାର୍ଗ ଦେଇ ଚଳାଚଳ କରିବ। ରାୟନାପଡୁଠାରେ ଏହି ଏକ୍ସପ୍ରେସର ରହଣି ବ୍ୟବସ୍ଥା କରାଯାଇଛି। ୨୨ ତାରିଖଠାରୁ ସମ୍ବଲପୁରରୁ ଛାଡିବାକୁ ଥିବା ସମ୍ବଲପୁର ନାନ୍ଦେଡ ଏବଂ ୨୩ ତାରିଖଠାରୁ ବିଶାଖାପାଟଣା-ନାନ୍ଦେଡ ତ୍ରିସାପ୍ତାହିକ ଏକ୍ସପ୍ରେସ ରାୟନାପଡୁଠାରେ ସ୍ଥିରୀକୃତ ଦିନ ମାନଙ୍କରେ ରାତ୍ର ୨.୪୦ ମିନିଟରେ ପହଞ୍ଚି ୨.୪୫ରେ ନାନ୍ଦେଡ ଯାତ୍ରା କରିବ। ଫେରିବା ବାଟରେ ଏହା ନାନ୍ଦେଡ ସମ୍ବଲପୁର ଏବଂ ୨୪ର ନାନ୍ଦେଦ ବିଶାଖାପାଟଣା ରାୟନାପଡୁଠାରୁ ସ୍ଥିରୀକୃତ ଦିନ ମାନଙ୍କରେ ରାତ୍ର ୩.୩୫ ମିନିଟରେ ପହଞ୍ଚି ୩.୪୦ ମିନିଟରେ ଯଥାକ୍ରମେ ସମ୍ବଲପୁର ଏବଂ ବିଶାଖାପାଟଣା ଯାତ୍ରା କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର ମୂଲ୍ୟ ଉପରେ ସୀମା ଧାର୍ଯ୍ୟ

ନୂଆଦିଲ୍ଲୀ,୨୨-୩ : ହ୍ୟାଣ୍ଡ ସାନିଟାଇଜର ମୂଲ୍ୟ ଉପରେ ସରକାର କଟକଣା ଲଗାଇବା ସହ ସୀମା ଧାର୍ଯ୍ୟ କରିଛନ୍ତି। ଜୁନ ୩୦ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର...

ପିଏମ୍‌ କିଷାନ ଯୋଜନାର ୧୩ତମ କିସ୍ତି ପାଇନାହାନ୍ତି କି? ତୁରନ୍ତ ଏହି ନମ୍ବରକୁ କଲ୍‌ କରି…

ନୂଆଦିଲ୍ଲୀ,୨୮।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି। ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ଏହି...

ଡିଜିଟାଲ ଟିକସର ଯାଞ୍ଚ କରିବ ଆମେରିକା

ନୂଆଦିଲ୍ଲୀ,୪।୬: ଭାରତ ସମେତ ଅନ୍ୟ ଦେଶଗୁଡିକ ଲାଗୁ କରୁଥିବା ଡିଜିଟାଲ ଟିକସ ସମ୍ପର୍କରେ ଆମେରିକା ଯାଞ୍ଚ କରିବ ବୋଲି ଜଣାପଡିଛି। ଆମେରିକା ଟେକ୍‌ କମ୍ପାନୀଗୁଡିକ ଉପରେ...

ଧନୀ ତାଲିକାର ଟପ୍‌-୨୫ରୁ ଆଦାନୀ ଆଉଟ୍‌

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ଥରେ ହ୍ରାସ ପାଇଛି। ଗୁରୁବାର ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ଦୁନିଆର...

୧୦% କର୍ମଚାରୀଙ୍କୁ ଛଟେଇ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ପ୍ରଭାବ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ କ୍ଷତିଗ୍ରସ୍ତ କରିଛି। ବର୍ତ୍ତମାନ କଟକଣା ସହ ଘରୋଇ ବଜାରରେ ବିମାନ ସେବା ଉପଲବ୍ଧ ହେଉଥିବା...

ଜେଟ୍‌ ଏୟାରଓ୍ବେଜ ପରେ ସଙ୍କଟରେ ପଓ୍ବନହଂସ, ଦେଇ ପାରିଲାନି ଏପ୍ରିଲ ବେତନ

ନୂଆଦିଲ୍ଲୀ,୨୯-୪: କିଙ୍ଗଫିଶର ଏବଂ ଜେଟ୍‌ ଏୟାରଓ୍ବେଜ ପରେ ପଓ୍ବନହଂସ ହେଲିକପ୍ଟର କମ୍ପାନୀ ଉପରେ ଏବେ ସଙ୍କଟ ଦେଖାଦେଇଛି। ବିଏସ୍‌ଏନ୍‌ଏଲ, ଏମ୍‌ଟିଏନ୍‌ଏଲ, ଏୟାର ଇଣ୍ଡିଆ, ଇଣ୍ଡିଆ ପୋଷ୍ଟ...

୮ ଲକ୍ଷ କୋଟି କ୍ଷତି ସହିପାରେ ଭାରତ

ନୂଆଦିଲ୍ଲୀ,୧୪।୪: କୋଭିଡ୍‌-୧୯ ଲାଗି ସାରା ବିଶ୍ୱକୁ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। କେତେକ ରାଷ୍ଟ୍ର ଏହାକୁ କଡ଼ାକଡ଼ି କରିଥିବା ବେଳେ ଆଉ କିଛି ରାଷ୍ଟ୍ର ନୂଆ...

ଖିମ୍‌ଜୀର ସ୍ବତନ୍ତ୍ର ‘ଶୁଭ ସାବିତ୍ରୀ ବ୍ରତ’ ଅଫର

ଭୁବନେଶ୍ୱର,୧୯।୫: ରାଜ୍ୟର ପ୍ରମୁଖ ତଥା ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ପକ୍ଷରୁ ଏକ ଅଭିନବ ତଥା ଚଳିତ ବର୍ଷର ସାବିତ୍ର ପୂଜା ଉପଲକ୍ଷେ ‘ଶୁଭ...

Advertisement
Archives

Model This Week