ପରିଚୟ ପାଇଁ ସଂଗ୍ରାମ: ମିଳୁନି କନ୍ଧ ମାନ୍ୟତା

ନୟାଗଡ ଅଫିସ, ୪ା୨(ଲୋକନାଥ ମିଶ୍ର): ପରିଚୟ ପାଇଁ ସଂଘର୍ଷ ଜାରି ରହିଥିଲେ ମଧ୍ୟ ଓଡିଆ କନ୍ଧଜାତି ପାଉନାହାନ୍ତି ମାନ୍ୟତା। ପରିଚୟ ପାଇଁ ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଅଭିଯୋଗ, ପ୍ରତିବାଦ କରୁଥିଲେ ବି ସୁଫଳ ମିଳୁନି। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ ପଟିଆ, ବନ୍ଧମୁଣ୍ଡା, ରାହିପଡା, ଚମ୍ପାପେଡି, କାଣ୍ଡପଡା, ସୁର୍କାବାଡି, ବୃନ୍ଦାବନପୁର, ବଳଭଦ୍ରପୁର ପଞ୍ଚାୟତର ଓଡିଆ କନ୍ଧଜାତିର ଲୋକେ ସେମାନଙ୍କ ଦାବି ପୂରଣ ପାଇଁ ଜିଲାପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ରଣପୁର ବିଧାୟକଙ୍କୁ ସ୍ମାରକପତ୍ର ଦେଇଛନ୍ତି। ଅଭିଯୋଗ ଅନୁସାରେ, ୧୯୪୫ ମସିହା ପୂର୍ବରୁ ଯେଉଁ ବନ୍ଦୋବସ୍ତ (ସର୍ଭେ) ହୋଇଥିଲା ସେ ସମୟରେ ଜମିଜମା ରେକର୍ଡ ପ୍ରସ୍ତୁତି ବେଳେ କନ୍ଧ ବଦଳରେ ଓଡିଆ କନ୍ଧ ଲେଖାଯାଇଛି। ତେବେ ସରକାରୀ ଜାତିଭିତ୍ତିକ ବିଜ୍ଞାପନ ଅନୁସାରେ ଓଡିଆ ସଉରା ଓ ଓଡିଆ ମୁଣ୍ଡାକୁ ଆଦିବାସୀ ମାନ୍ୟତା ମିଳିଛି। ହେଲେ ପ୍ରକୃତ ଜନଜାତିକୁ ଅଣଦେଖା କରାଯାଇ ଓଡିଆ କନ୍ଧ ଜାତିର ପରିଚୟକୁ ହଜାଇ ଦିଆଯାଇଛି।
ପ୍ରସ୍ତାବ ଶୀତଳଭଣ୍ଡାରରେ
ଓଡିଆ କନ୍ଧକୁ କନ୍ଧ ମାନ୍ୟତା ଦେବାକୁ ଓଡିଶା ସରକାରଙ୍କ ଆଦିବାସୀ ବିଭାଗ ପତ୍ର ସଂଖ୍ୟା ୧୩୨୬୪/ତା୮।୪।୨୦୦୮ରେ ପ୍ରସ୍ତାବ ଦେଇଛନ୍ତି। ପୁଣି ୨୩।୧୨।୨୦୧୧, ୨୬।୩।୨୦୧୨, ୧୦।୪।୨୦୧୬ରେ ଓଡିଶା କ୍ରମିକ ନଂ. ୩୪ରେ ଓଡିଆ ଦେଶୁଆ କନ୍ଧ ଓ ୧୦୪ କ୍ରମିକରେ ଓଡିଆ କନ୍ଧକୁ ଆଦିବାସୀ ମାନ୍ୟତା ଦେବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ଶୀତଳଭଣ୍ଡାରରେ ପଡିରହିଥିବାରୁ ଆଦିବାସୀ ହୋଇ ବି ପରିଚୟ ମିଳୁନି। ଫଳରେ ସରକାରଙ୍କ ସୁବିଧାସୁଯୋଗ ଏହି ବର୍ଗର ଲୋକେ ଉପଭୋଗ କରିପାରୁ ନାହାନ୍ତି।
ଧମକଚମକ ଦେଇ କିଣାଯାଉଛି ଜମି
ରଣପୁର ବ୍ଲକର ପଟିଆ ଅଞ୍ଚଳ ଆଦିବାସୀ ଓ ଦଳିତ ଅଧ୍ୟୁଷିତ ରୂପେ ପରିଚିତ । ପଟିଆର ଆର୍‌ଆଇ ଅଫିସ ଅଧୀନରେ ରହୁଥିବା କୁସପଲ୍ଲା, କଣ୍ଟାଗିରି, ପାଇକସାହି, ଜିରିପଡାର ହରିଜନ ଓ ଆଦିବାସୀଙ୍କ ଜମିକୁ ଏକ କମ୍ପାନୀ ଧମକଚମକ ଦେଇ କିଣୁଛି। ଯଦି କେହି ଅରାଜି ହେଉଛନ୍ତି ପରିସ୍ଥିତି ଭଲ ହେବ ନାହିଁ ବୋଲି କୁହାଯାଉଛି। ସ୍ଥାନୀୟ ଲୋକଙ୍କୁ ହାତବାରିଶି କରି ସମ୍ପୃକ୍ତ କମ୍ପାନୀ ଗୁଣ୍ଡାରାଜ ଚଳାଇଛି। ଭୟରେ ଆଦିବାସୀ ଓ ଦଳିତମାନେ ଜମି ବିକ୍ରି କରି ଚାଲିଛନ୍ତି। ସେହିଭଳି ସରକାରୀ ଜମି ମଧ୍ୟ ଜବରଦଖଲ ହେଉଛି। ପାଟି କଲେ ମାରପିଟ କରାଯାଉଛି। ଫଳରେ ଆଦିବାସୀମାନେ ସେମାନଙ୍କ ନିତିଦିନିଆ ରାସ୍ତା ହରାଇ ସାରିଲେଣି। ଗୋରୁଙ୍କ ପାଇଁ ଚାରଣ ଭୂମି ମଧ୍ୟ ନାହିଁ। ଏଣୁ ଜବରଦଖଲ ଉଚ୍ଛେଦ ସହ ଜମିବିକ୍ରି କରିବାକୁ ବାଧ୍ୟ କରୁଥିବା ଗୁଣ୍ଡା ଓ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସୋମବାର ସ୍ଥାନୀୟ ଅଞ୍ଚଳର ମହିଳାମାନେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି।
ଜଙ୍ଗଲ ସୁରକ୍ଷା ପାଇଁ ପ୍ରୋତ୍ସାହନ ନାହିଁ
ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପାଇବା ପାଇଁ ଗ୍ରାମ୍ୟ ଗୋଷ୍ଠୀ ହକଦାର ହେଉଥିଲେ ହେଁ ସେମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ରଣପୁର ଅଞ୍ଚଳରେ ୨୧୭ ଗ୍ରାମ ଗୋଷ୍ଠୀ ନିଜ ଉଦ୍ୟମରେ ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପରିଚାଳନା କରି ଭୋଗଦଖଲ କରିଆସୁଛନ୍ତି। ମା’ ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ଗ୍ରାମ ଗୋଷ୍ଠୀକୁ ସୁରକ୍ଷା ଓ ସହଯୋଗ କରିଆସୁଛି । ଜଙ୍ଗଲ ଅଧିକାର ଅନୁଯାୟୀ ୧୪୦ ଗ୍ରାମ ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବି ଫର୍ମ ଉପଖଣ୍ଡ ସ୍ତରୀୟ କମିଟିରେ ଦାଖଲ କରିଛନ୍ତି। ସେହିପରି ୨୪ ଗୋଷ୍ଠୀ ସମ୍ବଳ ଅଧିକାର ଦାବି ଫର୍ମ ଜିଲା ଜଙ୍ଗଲ ଅଧିକାର କମିଟିରେ ଦାଖଲ ହୋଇଛି। ଉଭୟ ଫର୍ମ ପ୍ରାୟ ୧ବର୍ଷ ହେଲା ମଞ୍ଜୁର ହୋଇସାରିଛି। ହେଲେ ଗ୍ରାମ ଗୋଷ୍ଠୀଙ୍କୁ ସେମାନଙ୍କର ଅଧିକାର ମିଳୁନି। ଏ ନେଇ ଗତ ଜାନୁୟାରୀ ୨୦ରେ ରଣପୁର ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ହୋଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ମା’ ମଣିନାଗ ଜଙ୍ଗଲ ସୁରକ୍ଷା ପରିଷଦ ସମ୍ପାଦକ ଅରକ୍ଷିତ ସାହୁ କହିଛନ୍ତି। ସୋମବାର ପୁଣି ଥରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ଖଣ୍ଡପଡ଼ା: ସ୍ବାଧୀନ ଭାବେ ପ୍ରାର୍ଥତ୍ପତ୍ର ଦାଖଲ କଲେ ଅନୁଭବ

ନୟାଗଡ଼,୪।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ୪ଟି ନିର୍ବାଚନମଣ୍ଡଳୀ ମଧ୍ୟରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଚର୍ଚ୍ଚାରେ ରହିଛି। ଏଠାରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଥିବାରୁ ସମସ୍ତଙ୍କ ନଜର ଏହି...

ଫେସ୍‌ବୁକ୍‌ରେ ପୁତନା ବଧ ଶେୟାର କରି ଜେଲ୍‌ ଗଲେ ଯୁବକ

ନୟାଗଡ଼,୩ା୫(ଲୋକନାଥ ମିଶ୍ର):ଫେସ୍‌ବୁକ୍‌ର ଆମ ପାଇଁ ବଡ଼ ଆମ ନୟାଗଡ଼ ଚ୍ୟାନେଲରେ ପୁତନା ବଧ ଫଟୋ ଶେୟାର କରି ନୟାଗଡ଼ ସଦର ଥାନା ହରିପୁର ଗଁାର ରମାକାନ୍ତ...

ନୟାଗଡ଼ ବଉଳସାହିରେ ଗୋଷ୍ଠୀ ସଂଘର୍ଷ: ବୋମାମାଡ଼-ଗୁଳିମାଡ଼ରେ ୨ ଗୁରୁତର

ନୟାଗଡ଼,୧।୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନାର ବଉଳସାହି ଗାଁରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ବିଜେଡି ଓ ଭାଜପା ସମର୍ଥକଙ୍କ ମଧ୍ୟରେ ବୋମାମାଡ଼ ଏବଂ...

ଭାଜପା ପାଇଁ ପ୍ରଚାର କରି ଅଙ୍ଗନୱାଡି ସହାୟିକା ବହିଷ୍କୃତ

ନୟାଗଡ଼,୧।୫(ଲୋକନାଥ ମିଶ):ଭାଜପା ପାଇଁ ପ୍ରଚାର କରି ନୟାଗଡ଼ ଜିଲା ଓଡ଼ଗଁା ବ୍ଲକ୍‌ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଅଙ୍ଗନୱାଡ଼ି କେନ୍ଦ୍ରର ସହାୟିକାଙ୍କ ଚାକିରି ଯାଇଛି। ନିର୍ବାଚନ ଆଚରଣ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri