ପଦାର୍ପଣ ପାଇଁ ସଚିନ ପ୍ରସ୍ତୁତ

ମୁମ୍ବାଇ, ୩୦।୫(ପି.ଟି.)- ଗୁରୁବାରଠାରୁ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଲଣ୍ଡନର ଦି ଓଭାଲ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ମ୍ୟାଚ୍‌ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଭାଷ୍ୟକାର ଭାବେ ପଦାର୍ପଣ କରିବେ। ଭାଷ୍ୟକାର ଭାବେ ସଚିନଙ୍କ ଏହା ପ୍ରଥମ ମ୍ୟାଚ୍‌ ହେବ। ମ୍ୟାଚ୍‌ ପୂର୍ବରୁ ଷ୍ଟାର ସ୍ପୋଟର୍‌ସରେ ହେବାକୁ ଥିବା ‘ସଚିନ ଓପନ୍ସ ଏଗେନ’ ସେଗମେଣ୍ଟରେ ଅନ୍ୟ ବିଶେଷଜ୍ଞଙ୍କ ସହ ସଚିନ ନଜରକୁ ଆସିବେ। ବିଶ୍ୱକପ୍‌ରେ ସଚିନଙ୍କ ନାମରେ ଅନେକ ରେକର୍ଡ ରହିଛି। ମୋଟ୍‌ ୬ ବିଶ୍ୱକପ୍‌ ଖେଳି ସେ ୨,୨୭୮ ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ୨୦୦୩ ସଂସ୍କରଣରେ ସେ ୬୭୩ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫକନର ସମଲିଙ୍ଗୀ ନୁହଁନ୍ତି

ମେଲବୋର୍ନ, ୧ା୫ (ପି.ଟି.)-ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଜେମ୍ସ ଫକନର ସମଲିଙ୍ଗୀ ନୁହଁନ୍ତି। ମଙ୍ଗଳବାର ଏ ବିଷୟରେ ସେ ସଫେଇ ଦେଇଛନ୍ତି।  ସୋମବାର ଫକ୍‌ନର ତାଙ୍କ ୨୯ତମ ଜନ୍ମ...

ରୋହିତ ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଲେ ପାକିସ୍ତାନ କ୍ରିକେଟର୍‌

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ଓପନିଂ କରି ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପାକିସ୍ତାନର ପୂର୍ବତନ ବୋଲର୍‌...

ଚାଇନିଜ୍‌ ସ୍ପନସରଶିପ୍‌କୁ ବର୍ତ୍ତମାନ ହଟାଇ ହେବନାହିଁ: ଧୁମଲ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ବର୍ତ୍ତମାନ ପାଇଁ ଚାଇନିଜ ସ୍ପନସରଶିପ୍‌କୁ ହଟାଯାଇପାରିବ ନାହିଁ। ଚୁକ୍ତି ମିଆଦ ଶେଷ ହେବା ପରେ ବିକଳ୍ପ...

କିଙ୍ଗ୍ସ ଇଲେଭେନ ପଞ୍ଜାବ କୋଚ୍‌ ହୋଇପାରନ୍ତି କୁମ୍ବଲେ

ନୂଆଦିଲ୍ଲୀ, ୨।୧୦: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନୂଆ ମୁଖ୍ୟ କୋଚ୍‌ ହୋଇପାରନ୍ତି।...

ଆଇପିଏଲରେ ବଡ଼ ସଫଳତା ହାସଲ କଲେ ଧାଓ୍ବନ

ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍‌କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍‌ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ...

ଚପଲ, ଠେଙ୍ଗାରେ ମାଡ ଖାଇଥିଲେ ଏହି ବିସ୍ଫୋରକ କ୍ରିକେଟର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ପଡିଆରେ ସବୁ ବୋଲରଙ୍କୁ ଆକ୍ରମଣାତ୍ମକ ପ୍ରହାର କରିଥାନ୍ତି। ଖୁବ୍‌ କମ୍‌ ଲୋକ ଜାଣିଥିବେ ସେହ୍ବାଗ୍‌...

ଝିଅ ସହ ନାଚିଲେ ଧୋନୀ

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ...

କୋହଲି ଦ୍ରୁତତମ ଅଧିନାୟକ

ବେଙ୍ଗାଲୁରୁ,୨୦।୧ – ବିରାଟ କୋହଲି ଦିନିକିଆ ଫର୍ମାଟ୍‌ରେ ଅଧିନାୟକ ଭାବେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ବିଶ୍ୱର...

Advertisement
Archives

Model This Week