ପଥପ୍ରାନ୍ତ ସୁବିଧା କେନ୍ଦ୍ର କର୍ମଚାରୀଙ୍କ ଧାରଣା

କପ୍ତିପଦା,୨୦ା୧୨(ଡ଼ି.ଏନ୍‌.ଏ)- କପ୍ତିପଦା-ଉଦଳା ପୂର୍ତ୍ତ ବିଭାଗର ମୁଖ୍ୟରାସ୍ତାର ଝିଙ୍କପଦାଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର କର୍ମଚାରୀମାନେ ଦରମା ଦାବିରେ ଧାରଣା ଦେଇଛନ୍ତି। ଗୁରୁବାର ଏହି କର୍ମଚାରୀମାନେ ସୁବିଧା କେନ୍ଦ୍ରରେ ତାଲା ପକାଇ ଧାରଣାରେ ବସିଥିଲେ। ଦରମା ନ ମିଳିବା ଆନ୍ଦୋଳନ ଚାଲିବ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି । ଜିଲା ଓ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଏହି କେନ୍ଦ୍ର ନିଃଶୁକ୍ଳ ସେବା ଯୋଗାଉଥିଲା । କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ ୧୩ ଜଣ କର୍ମଚାରୀଙ୍କୁ ପିଏସ୍‌ଆଇପିଏଲ୍‌ ଠିକା ସଂସ୍ଥା ନିଯୁକ୍ତି ଦେଇଥିଲା। ପୂର୍ତ୍ତ ବିଭାଗ ଏହି ଦାୟିତ୍ୱ ଦେଇଥିଲା। ମାତ୍ର ୪ ମାସ ହେଲା କର୍ମଚାରୀମାନେ ଦରମା ପାଇନାହାନ୍ତି। ସୁପରଭାଇଜର ସୁବ୍ରତ ପରିଡ଼ା, ଟିମ୍‌ ଲିଡ଼ର ଚିତ୍ତରଞ୍ଜନ ବେହେରା, ହାଉସ୍‌ କିପର ଚନ୍ଦନ ମୁଖୀ, ସତ୍ୟବ୍ରତ ମୁଖୀ, ଅକ୍ଷୟ ମୁଖୀ, ଏମ୍‌ଏସ୍‌ଟି ଆଶିଷ କୁମାର ବେହେରା, ତପନ କୁମାର ନାୟକ, ମାଳୀ ଅଜିତ୍‌ ବେହେରା, ତରଣୀ ବେହେରା, ସିକ୍ୟୁରିଟିଗାର୍ଡ ପ୍ରଭାତ କୁମାର ବେହେରା, ନିରଞ୍ଜନ ସାହୁ, ମନୋରଞ୍ଜନ ସେଠୀ, ପରିତୋଷ ସାହୁ ପ୍ରମୁଖ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ନାହିଁ, ଅଟକିଯାଇଛି ଚାଷ କାର୍ଯ୍ୟ:ବୁଣା ସରିଲାଣି, ରୁଆ ମନ୍ଥର

ଅନୁଗୋଳ ଅଫିସ, ୧୬।୭ ଜୁନ ଯାଇ ଜୁଲାଇ ଅଧା ହେଲାଣି। ଏପରି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କଥା। ହେଲେ ଜୁନ ପରି ଜୁଲାଇରେ...

ଗଁ।ରେ ହାତୀ, ସହରରେ କର୍ମଚାରୀ

ଭଞ୍ଜନଗର,୧୧।୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଜଙ୍ଗଲ ନିକଟବର୍ତ୍ତୀ କେତେକ ଗ୍ରାମରେ ହାତୀ, ବାର୍‌ହା ଆତଙ୍କ ଦେଖାଦେଇଛି। ହାତୀ ଜଙ୍ଗଲରୁ ବାହାରି ଖଳାରେ ଥିବା ଚାଷୀଙ୍କ ଧାନ...

ଲାଖବିନ୍ଧା ପ୍ରତିଯୋଗିତା

ଉଦଳା,୧୦ା୧୦(ଡି.ଏନ୍‌.ଏ.)- ଉଦଳା ସହରାଞ୍ଚଳରେ ଦେବୀ ଦୁର୍ଗାଙ୍କର ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ଶେଷ ହୋଇଛି ା ଦଶହରାରେ ବିଶେଷ ଆକର୍ଷଣ ଥିଲା ଲାଖବିନ୍ଧା ପ୍ରତିଯୋଗିତା ା...

ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ...

ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ

ଛେଣ୍ଡିପଦା,୧୪ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଜରପଡା ଓ ଅନୁଗୋଳ ବନାଞ୍ଚଳର ସୀମାନ୍ତ ରେଞ୍ଜ ଅଞ୍ଚଳରେ ଅସୁସ୍ଥ ହୋଇ ବୁଲୁଥିବା ଏକ ମାଈ ହାତୀକୁ ସୋମବାର ବନ ବିଭାଗ...

ପରମ୍ପରାକୁ ଫିକା ପକାଉଛି କାଉଁରିଆ କାଠିର ଅଭାବ

ଆରଡ଼ି, ୨୪।୧୦ (ଡି.ଏନ୍‌.ଏ.)-ଦୀପାବଳି ଦିନ ସବୁ ଘରେ କାଉଁରିଆ କାଠି ଆବଶ୍ୟକ ପଡ଼ିଥାଏ। ରାତିରେ ଗଁ।ଦାଣ୍ଡରେ ପୂର୍ବପୁରୁଷଙ୍କୁ ପିଣ୍ଡ ଦେବା ପରେ ଏହାକୁ ଜାଳି ପିଲାଠାରୁ...

ଗଞ୍ଜାମରେ ୧ ଲକ୍ଷ ଟପିଛି କରୋନା ଟେଷ୍ଟ

ବ୍ରହ୍ମପୁର ଅଫିସ,୧୪ା୮-ଗଞ୍ଜାମ ଜିଲାରେ କରୋନା ସ୍ଥିତି ସୁଧୁରୁଛି ା ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। କରୋନା ଟେଷ୍ଟ ବୃଦ୍ଧି ପାଇଛି ା ଜିଲାରେ...

ଶିକ୍ଷକଙ୍କ ବଦଳି ବାତିଲ ଦାବି :ଦେଓଗାଁ ପ୍ରାଥମିକ ସ୍କୁଲରେ ତାଲା ବନ୍ଦ

କଣ୍ଟାମାଳ,୨୭।୭ (ଡି.ଏନ.ଏ) ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଦେଓଗାଁ ନୂତନ ପ୍ରକଳ୍ପ ପ୍ରାଥମିକ ସ୍କୁଲରେ ଶୁକ୍ରବାର ୧୦ଟାରେ ଅଭିଭାବକ ଓ ଛାତ୍ରୀଛାତ୍ର ତାଲା ପକାଇ ଧାରଣା...

Coronavirus Update


Archives

Model This Week

Why Dharitri