ପଡି ରହିଛି ଧାନ: ଟାର୍ଗେଟ ବଢାଇବାକୁ ଦାବିକଲେ ଚାଷୀ

ଖପ୍ରାଖୋଲ, ୩ା୧(ଡି.ଏନ.ଏ.) – ଚଳିତ ବର୍ଷ ଭଲ ଧାନ ଉତ୍ପାଦନ ହୋଇଛି । ହେଲେ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ । ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପ୍ରାଥମିକ କୃଷି ସମବାୟ ସମିତିର ଯୁରିଆ ଧାନ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହିଛି ଶହଶହ ବସ୍ତା ଧାନ । ଟାର୍ଗେଟ ନ ଥିବାରୁ ବିକ୍ରି ହୋଇ ପାରୁ ନ ଥିବାବେଳେ ସମବାୟ ସମିତି କର୍ତ୍ତୃପକ୍ଷ ଟାର୍ଗେଟ ବଢାଇବାକୁ ଲେଖିଥିଲେ ବି ଟାର୍ଗେଟ ବଢିନି ।
ସୂଚନା ଅନୁସାରେ ଏଠାରେ ୫୩୫ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରି ଟୋକନ ପାଇଥିଲେ। ଟାର୍ଗେଟ ରହିଥିଲା ୫୬ ହଜାର ୭ ଶହ କୁଇଣ୍ଟାଲ ା ହେଲେ ପ୍ରଥମେ ଏହି ସମବାୟ ସମିତିକୁ ଯୋଗାଣ ବିଭାଗ ତରଫରୁ ୩୦ ହଜାର ୪ ଶହ କୁଇଣ୍ଟାଲ ଧାନ କିଣା ଟାର୍ଗେଟ ଦିଆଯାଇଥିବାବେଳେ ତାହା ଶେଷ ହୋଇଛି ା ୫୩୫ ଜଣ ଚାଷୀଙ୍କ ମଧ୍ୟରୁ ୨୪୩ ଜଣଙ୍କଠାରୁ ଧାନକିଣା ସରିଛି ା ଏବେ ଧାନ ବିକିବା ପାଇଁ ପ୍ରାୟ ୨୯୨ଜଣ ଚାଷୀ ଅପେକ୍ଷାରେ ଅଛନ୍ତି। କେବେ ଟାର୍ଗେଟ ଆସିବ ଏହାକୁ ସେମାନେ ଚାହିଁ ରହିଛନ୍ତି ା ଏହି ସମୟରେ ଗଲା କିଛିଦିନ ହେଲା କୋହଲା ପାଗ ଓ ବର୍ଷା ସମ୍ଭାବନା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି ା ଧାର କରଜ କରି ଚାଷୀ ବହୁ କଷ୍ଟରେ ଫସଲ ଉତ୍ପାଦନ କରିଥିବାବେଳେ ବିକ୍ରି ପାଇଁ ପ୍ରତି ବର୍ଷ ଏଭଳି ସମସ୍ୟା ଲାଗି ରହୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅବିଳମ୍ବେ ଟାର୍ଗେଟ ନ ବଢାଇଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏ ନେଇ ପାଟଣାଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ବିଜୟ କୁମାର କୁଲୁଙ୍କୁ ପଚାରିବାରୁ ପ୍ରଥମ ଟାର୍ଗେଟ ପ୍ୟାକ୍ସ ମାନଙ୍କର ଶେଷ ହୋଇଛି। ଏହାକୁ ବଢାଇବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଜତ କରାଯାଇଛି ା ଆଗାମୀ ଦିନରେ ଟାର୍ଗେଟ ବଢିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସାମ୍ନାରେ ଦାଦାଗିରି, ୨ ଯୁବକ ରଡ୍‌-ଟାଙ୍ଗିଆ ଧରି ଖେଳାଇଥିଲେ ଆତଙ୍କ, ଆଜି…

ବଲାଙ୍ଗୀର,୬ା୯(ସୁନିଲ ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଗେଟ୍‌ ସମ୍ମୁଖରେ କିଛିଦିନ ତଳେ ଗୁଣ୍ଡାଗର୍ଦ୍ଦି ଘଟଣାରେ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri