ସମ୍ବଲପୁର, ୧୨।୪ (ବ୍ୟୁରୋ)
ସମ୍ବଲପୁର ଜିଲା କ୍ଷେତରାଜପୁର ଥାନା ଅଞ୍ଚଳକୁ ଜଣେ ୩୫ ବର୍ଷିୟ ଯୁବକ ହାଇଦ୍ରାବାଦରୁ ଫେରିଛନ୍ତି । ଏହାକୁ ନେଇ ପଡାବାସୀଙ୍କ ସହ ପୋଲିସ ନାକେଦମ ହୋଇଛି। ସମ୍ପୃକ୍ତ ଯୁବକ ସରକାରଙ୍କ ନୀତି ନିୟମ ଓ କଟକଣା ପାଳନ କରୁ ନାହାନ୍ତି। ଶେଷରେ କରୋନା ଭୂତାଣୁ ସଂକ୍ରମଣ ଭୟରେ ତାଙ୍କ ସ୍ତ୍ରୀ, ପିଲାଛୁଆ ଓ ମା’ ଘର ଛାଡି ପଳାଇଛନ୍ତି ।
ହାଇଦ୍ରାବାଦରେ କାମ କରୁଥିବା ଏହି ଯୁବକ ଜଣକ ଗତ ଗୁରୁବାର ଘରକୁ ଫେରିଛନ୍ତି। ସାରା ଦେଶ ଲକ୍ ଡାଉନ ଥିବାବେଳେ ସେ ମାଲ୍ ପରିବହନ ଗାଡି ଯୋଗେ ଆସି ଘରେ ପହଞ୍ଚି ଥିଲେ । ଘରେ ପହଞ୍ଚତ୍ବା ପରେ ପରିବାର ଲୋକେ ତାଙ୍କୁ ଡାକ୍ତରୀ ଚିକିତ୍ସା କରାଇବା ପାଇଁ କହିଥିଲେ। ପରିବାର ଓ ପଡ଼ା ଲୋକେ କ୍ଷେତରାଜପୁର ଥାନା ଓ ସରକାରଙ୍କ ୧୦୪ ନମ୍ବରକୁ ଏ ବାବଦରେ ଅବଗତ ମଧ୍ୟ କରାଇଥିଲେ । ଖବର ପାଇ କ୍ଷେତରାଜପୁର ଥାନା ପୋଲିସ ଶୁକ୍ରବାର ପଡାରେ ପହଞ୍ଚତ୍ଥିଲା । ହେଲେ ପୋଲିସକୁ ଦେଖି ସେ ଦୌଡି ପଳାଇଥିଲେ । ପୋଲିସ ସହ ଲୁଚକାଳି ଖେଳି ନାକେଦମ କରିଥିଲେ । ପଡାବାସୀ ତାଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିବାରୁ ସେ ଓଲଟା ଧମକଚମକ ଦେଇଥିଲେ। ଶେଷରେ ସନ୍ଧ୍ୟାରେ ଡାକ୍ତରୀ ଟିମ୍ ପହଞ୍ଚତ୍ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ । ହେଲେ ଯୁବକ ଜଣକ ପରିବାର, ଡାକ୍ତରୀ ଟିମ୍ ଓ ପଡାବାସୀଙ୍କ କୌଣସି କଥା ନ ଶୁଣି ଶନିବାର ଘରୁ ବାହାରି ବୁଲାବୁଲି କରିଥିଲେ। ଏଣୁ ଭୟରେ ପରିବାର ଲୋକେ ଘର ଛାଡି ପଳାଇଛନ୍ତି। ତେବେ ଏ ସମ୍ପର୍କରେ କ୍ଷେତରାଜପୁର ଥାନା ପୋଲିସ କିଛି ଜାଣି ନ ଥିବା କହିଛି।
Posted inଆମ ଜିଲା ଖବର, ସମ୍ବଲପୁର View All

୫୫ ଏକର ଚିଙ୍ଗୁଡ଼ି ଘେରି ଉଚ୍ଛେଦ
ବାଲୁଗାଁ,୬।୬(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଅଧୀନ ହାଟବରଡ଼ି ମୌଜାର ନିମୁନା ଠାରୁ ହାଟବରଡ଼ି ମଧ୍ୟରେ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଥିବା ୫୫ ଏକର ପରିବ୍ୟାପ୍ତ ୧୦ଟି...

ଜଙ୍ଗଲ ଜମିରେ ଅମୃତ ସରୋବର ପୋଖରୀ
କାମାକ୍ଷାନଗର, ୧୩।୭(ଡି.ଏନ୍.ଏ) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ପକ୍ଷରୁ ଅମୃତ ସରୋବର ଯୋଜନାରେ ଖୋଳାଯାଇଥିବା ପୋଖରୀକୁ ନେଇ ବିବାଦ ସୃଷ୍ଟି ହୋଇଛି।...

ଟ୍ରକ ଧକ୍କାରେ ମହିଳା ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ
ପାଟଣା,୧୧।୧୦(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ରବିବାର ଏକ ଟ୍ରକ୍ ଜଣେ ମହିଳାଙ୍କ ଉପରେ...

୧୧ନିଶାସକ୍ତ ଡ୍ରାଇଭରଙ୍କୁ କୋର୍ଟଚାଲାଣ
ବାରିପଦା ଅଫିସ,୮।୫: ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶକୁ ଭିତ୍ତି କରି ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ମଦୁଆ ଚାଳକଙ୍କୁ ଯାଞ୍ଚ କରାଯାଇଛି। ବାରିପଦା ଟାଉନ ଥାନା...

ଓକିଲ ସଂଘ କାର୍ଯ୍ୟାଳୟକୁ ମହକିଲଙ୍କୁ ମନା
କଟକ ଅଫିସ,୧।୭: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ଓକିଲ ସଂଘ ପକ୍ଷରୁ କେତେକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ସଂଘ କାର୍ଯ୍ୟାଳୟ ପରିସରକୁ ମହକିଲଙ୍କ ପ୍ରବେଶକୁ...

ଆଜି ତୀରକମାଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ମଙ୍ଗଳା
କାକଟପୁର, ୨।୧୦(ଡି.ଏନ୍.ଏ.): ପୁରୀ ଜିଲା କାକଟପୁରସ୍ଥତ ମା’ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ପାରମ୍ପରିକ ପ୍ରଥାନୁସାରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ମଙ୍ଗଳା ଓ...

ଶିକ୍ଷାନୀତି ବାତିଲ ଦାବି କଲା ଡିଏସ୍ଓ
ଜୟପୁର,୨୫ା୮(ନି.ପ୍ର./ଡି.ଏନ୍.ଏ.): ଜୟପୁର ସରୋଜିନୀ ଭବନରେ ଏଆଇଡିଏସ୍ଓ ପକ୍ଷରୁ ଜିଲାସ୍ତରୀୟ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଛି ା ଜାତୀୟ ଶିକ୍ଷାନୀତି ୨୦୧୯ ବାତିଲ ଦାବିରେ ଏହି ସମାବେଶ...

୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍ପି
ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ...