ପଟ୍‌ଲାଇନ ପୂଜା କମିଟି ମେଢ଼: ଆକର୍ଷଣୀୟ ସାଜସଜ୍ଜାକୁ ଗୁରୁତ୍ୱ

ବଅଁରପାଳ, ୧୪।୯ (ଡି.ଏନ୍‌.ଏ) – ଦିନ କେଇଟା ପରେ ନାଲ୍‌କୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା। ଏଥିପାଇଁ ସମଗ୍ର ନାଲକୋ ନଗର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ ବର୍ଷ ୨୩ଟି ମଣ୍ଡପରେ ପ୍ରଭୁ ବିଶ୍ୱ ବିନ୍ଧାଣି ପୂଜା ପାଇବେ। ପୂଜା ମଣ୍ଡପକୁ ନିଆରା କରିବାକୁ ସମସ୍ତ ପୂଜା କମିଟିଗୁଡ଼ିକର ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ପ୍ରସ୍ତୁତିରେ ସାମିଲ ହୋଇଛି ପଟ୍‌ଲାଇନ ପୂଜା କମିଟି। ସବୁଥର ପରି ନାଲକୋ ପଟ୍‌ଲାଇନ ଚଳିତ ଥର ମଧ୍ୟ ଆକର୍ଷଣୀୟ ଢଙ୍ଗରେ ପୂଜା ମଣ୍ଡପକୁ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛି। ଏଥିପାଇଁ କମିଟି ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କା ବଜେଟରେ ତୋରଣ ଓ ମଣ୍ଡପ ସାଜସଜ୍ଜା କରାଯାଉଛି। ପ୍ରାୟ ୧୨ ଫୁଟ ଉଚ୍ଚତାର ରାଜକୀୟ ଢଙ୍ଗରେ ବାହୁବଳୀ ସିନେମାର ମାହେସ୍ମତୀ ଭବନ ପରି ତୋରଣ ନିର୍ମାଣ ଚାଲିଛି। କମିଟିର ପ୍ରାୟ ୭ ଶହ ସଦସ୍ୟ ପୂଜା ପ୍ରସ୍ତୁତିରେ ସାମିଲ ହୋଇଛନ୍ତି। ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ଏ ସମ୍ପର୍କରେ ପୂଜା କମିଟିର ସମ୍ପାଦକ ବିଜୟ କୁମାର ସାହୁ କୁହନ୍ତି, ପ୍ରାୟ ୪୦ ଜଣ ବଙ୍ଗୀୟ କାରିଗରମାନଙ୍କ ଦ୍ୱାରା କାରୁକାର୍ଯ୍ୟ ହେଉଛି। ସବୁ ବର୍ଷ ପରି ଚଳିତ ବର୍ଷ ଆମ ପୂଜା ମଣ୍ଡପ ବାଜି ମାରିବ ବୋଲି ଆଶା କରିଛୁ। ନୂଆ ଢାଞ୍ଚାରେ ବାହୁବଳୀ ସିନେମା ଆଧାରରେ କାରୁକାର୍ଯ୍ୟ କରାଯାଉଛି। କମିଟି କୋଷାଧ୍ୟକ୍ଷ ଅଭିରାମ ଧୀର କୁହନ୍ତି, ଚଳିତ ବର୍ଷ ୧୦ ଲକ୍ଷ ଟଙ୍କା ବଜେଟ ରଖାଯାଇଛି। ବିଶେଷ କରି ପୂଜା ମଣ୍ଡପ ଓ ତୋରଣକୁ କିଭଳି ଆକର୍ଷଣୀୟ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏଥିସହ ପ୍ରସାଦ ସେବନ ସାଙ୍ଗକୁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାରିଗର ହରମ୍‌ ଚନ୍ଦ୍ର କୁହନ୍ତି, ଚଳିତ ବର୍ଷ ପଟ୍‌ଲାଇନ ପୂଜା କମିଟି ମେଢ଼ ଧୁମ୍‌ଧାମ୍‌ ଭାବେ ପାଳିତ ହେଉଛି। ଏହି ମେଢ ସବୁଠାରୁ ଆକର୍ଷଣୀୟ ଓ ବଡ଼ ଆକାରରେ ଆୟୋଜନ କରାଯିବାକୁ ସମସ୍ତ ଉଦ୍ୟମ ଚାଲିଛି। ୪୦ ଜଣ ବଙ୍ଗୀୟ କାରିଗର ପୂଜା ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି। ସ୍ବତନ୍ତ୍ର ଭାବେ ତୋରଣ ସାଜସଜ୍ଜା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରାଏ ପାଣି ପାଇଁ ଘଣ୍ଟାଏ

ବଇଣ୍ଡା, ୧୬।୫:  ଗ୍ରାମାଞ୍ଚଳବାସୀଙ୍କୁ ହାତପାହାନ୍ତାରେ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ଅନେକ ଯୋଜନା କରିଛନ୍ତି ସରକାର। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଲାଗି ‘ବସୁଧା’ ଯୋଜନାରେ...

ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଅନିୟମିତତା ଘଟଣା:ବକେୟା ଦାବିରେ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୨୫।୬(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ସଦରମହକୁମାରେ ଥିବା ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ଠକେଇର ଶିକାର ହେବା ସହ ସେମାନଙ୍କୁ ଠିକ୍‌ ସମୟରେ କ୍ଷୀର ବାବଦ...

ରାସ୍ତା ଉପରେ ଘର ନିର୍ମାଣ ସାମଗ୍ରୀ: ଅସନ୍ତୋଷ ପରେ ଜରିମାନା ନେଲା ପୌରପାଳିକା

ଅନୁଗୋଳ ଅଫିସ, ୧୯।୭-ଘର ନିର୍ମାଣ ପାଇଁ ଜନୈକ ବ୍ୟକ୍ତି ରାସ୍ତା ଉପରେ ବିଭିନ୍ନ ସାମଗ୍ରୀ ଗଦାଇଥିବାରୁ ଅନୁଗୋଳ ସହରର ବଜାର ଛକ ରାସ୍ତାରେ ଗୁରୁବାର ଯାତାୟାତ...

ଟଙ୍କା ଦେଇ ଟିକାକୁ ନା’

ଅନୁଗୋଳ ଅଫିସ, ୨୫।୪:  କୋଭିଡ୍‌ରୁ ବର୍ତ୍ତିବା ପାଇଁ ଟିକା ନେବା ଜରୁରୀ। ଏ ନେଇ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି। କିପରି ଅଧିକରୁ ଅଧିକ ଲୋକଙ୍କୁ...

ପାଣିରୁ ଯୁବକଙ୍କୁ ଉଦ୍ଧାର କରିଥିବା ଆଗ୍ନିକଙ୍କୁ ପ୍ରଶଂସା

ଆଗ୍ନିକ ପ୍ରକାଶ କୁମାର ବଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରୁଛନ୍ତି। ପାଲଲହଡ଼ା ଦମକଳ କେନ୍ଦ୍ରର ମୁଖ୍ୟ ଆଗ୍ନିକ ଭାବେ କାର୍ଯ୍ୟରତ ପ୍ରକାଶ ନିଜ ଜୀବନକୁ...

Teacher Recruitment

ଜିଲା ଶିକ୍ଷା ବ୍ୟବସ୍ଥାରେ ସୁଧାର ପ୍ରୟାସ: ଡିଏମ୍‌ଏଫ୍‌ ପାଣ୍ଠିରେ ୮୨ ଶିକ୍ଷକ ନିଯୁକ୍ତି

ଅନୁଗୋଳ ଅଫିସ, ୨୯।୮: ଅନୁଗୋଳ ଜିଲାର ଖଣି ପ୍ରଭାବିତ ଅଞ୍ଚଳରେ ଥିବା ୪୩ ସ୍କୁଲରେ ବୁଧବାର ୮୨ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ...

ପ୍ରକମ୍ପିତ ହେବନି ପୂଜାମଣ୍ଡପ

ବଅଁରପାଳ,୩୦ା୯(ଡି.ଏନ.ଏ.)  ବିଶ୍ୱକର୍ମା ପୂଜାର ମାତ୍ର କେଇ ଦିନ ପରେ ପୁଣି ଚଳଚଞ୍ଚଳ ହୋଇଉଠେ ନାଲ୍‌କୋ କଲୋନୀ। ସାର୍ବଜନୀନ ପୂଜା କମିଟି ପକ୍ଷରୁ ଏଠାରେ ଧୁମ୍‌ଧାମରେ କରାଯାଏ ମା’...

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ

ପାଲଲହଡ଼ା, ୭ା୪(ଡି.ଏନ.ଏ.)- କରୋନା ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ମାଲ୍ୟଗିରି ମହାବିଦ୍ୟାଳୟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।...

Advertisement
Archives

Model This Week