ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରିରୁ ବହିଷ୍କୃତ

ବଡ଼ସାହି,୧୮।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ଓ ଶିଆଳିଘାଟି ଦୁଇ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମା ସିଂଙ୍କୁ ବୁଧବାର ଚାକିରିରୁ ବହିଷ୍କୃତ କରାଯାଇଛି। ଧର୍ମା ରାଇରଙ୍ଗପୁର ବ୍ଲକର ଭାଲୁବସା ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ ରାସ୍ତା କାର୍ଯ୍ୟ ବିଲ୍‌ କରାଇ ଦେବା ପାଇଁ ବୁଶାମରା ଗ୍ରାମର ଘାସିରାମ ବେହେରାଙ୍କ ନିକଟରୁ ୧୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଭିଜିଲାନ୍ସ ବାଲେଶ୍ୱର କାର୍ଯ୍ୟାଳୟରେ ଏ ନେଇ ଏକ ମାମଲା ମାର୍ଚ୍ଚ ମାସରେ ରୁଜୁ କରିଥିଲା। ଯାହାର ବିଚାର ପରେ ମାନ୍ୟବର ବାରିପଦା ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତି ଶୁଣାଣି କରି ଜୁନ୍‌ ୨୧ରେ ତାଙ୍କୁ ଦଣ୍ଡିତ କରିଥିଲେ। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କ ଦୃଷ୍ଟିଆକର୍ଷଣ ପରେ ଅଭିଯୁକ୍ତଙ୍କ ପକ୍ଷ ରଖିବାକୁ ଗତ ନଭେମ୍ବର ୨୮ତାରିଖରେ ଧର୍ମାଙ୍କୁ ସୁଯୋଗ ଦେଇଥିଲେ। ସେ ମୟୂରଭଞ୍ଜ ଜିଲାପାଳଙ୍କ କୋର୍ଟରେ ନିଜର ପକ୍ଷ ରଖିଥିଲେ। ତେବେ ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ବିଭାଗ ଦ୍ୱାରା ଦଣ୍ଡିତ ହୋଇ କାର୍ଯ୍ୟାଳୟରେ ଅନ୍ୟ ସହଯୋଗୀଙ୍କ ସହିତ କାର୍ଯ୍ୟ କଲେ ଖରାପ ପରମ୍ପରା ସୃଷ୍ଟି ହେବ ବୋଲି ଜିଲାପାଳ ହୃଦବୋଧ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଛୁରାମାଡ଼ ଘଟଣା : ମାରଣାସ୍ତ୍ର ଜବତ, ୨ ଅଭିଯୁକ୍ତ ଗିରଫ

ଯୋଡ଼ା,୪।୯(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ୪ନଂ. ଓ୍ବାର୍ଡ ମିଶ୍ରଗଳିଠାରେ ଥିବା ଏକ ହୋଟେଲ ନିକଟରେ ବାଂଶପାଣିର ବିକ୍ରାନ୍ତ ନାୟକଙ୍କୁ ହୋଇଥିବା ଛୁରାମାଡ଼ ଘଟଣାରେ...

ମାଟ୍ରିକ୍‌ ନୋଡାଲ ସେଣ୍ଟରରେ ଅଗ୍ନିକାଣ୍ଡ: ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍‌ରୁମ ପାର୍ଶ୍ୱ କିରାଣି କକ୍ଷରେ ଲାଗିଲା ନିଆଁ

ସଜନାଗଡ଼,୨୮।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବଜାରସ୍ଥିତ କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଟ୍ରିକ ପରୀକ୍ଷା ଲାଗି ଉକ୍ତ ବିଦ୍ୟାଳୟକୁ...

ଚାଉଳକୁ ନେଇ ଦ୍ୱନ୍ଦ୍ୱରେ ହିତାଧିକାରୀ

ଢେଙ୍କାନାଳ ଅଫିସ୍‌, ୧୭।୪: ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଚାଉଳକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି। ହିତାଧିକାରୀଙ୍କୁ ଯୋଗାଣ...

ସ୍ବାୟତ୍ତ ଶାସନ ଦିବସ: ସହରରେ କାର୍ଯ୍ୟକ୍ଷମ ହେଲା ୧୧୦ସିସି କ୍ୟାମେରା

ପୁରୁଷୋତ୍ତମପୁର ୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟର କାର୍ଯ୍ୟକ୍ରମ...

ଆମ୍ବ ଚୋରି ପାଇଁ ୫ ନାବାଳକଙ୍କୁ ପିଟିଥିଲେ : ବାନ୍ଧିଲା ପୋଲିସ

ଭଦ୍ରକ ଅଫିସ, ୧୪।୪: ଗଛରୁ ଆମ୍ବ ଚୋରି ପାଇଁ ଦଣ୍ଡ ଘଟଣାରେ ପୋଲିସ ଗଛ ମାଲିକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଜଳଙ୍ଗା ଆଦିବାସୀ ସାହିର...

ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ

ମହାକାଳପଡ଼ା,୧୯ା୧୨ (ଡି.ଏନ୍‌.ଏ.):ଅନୁସୂଚିତ ଜନଜାତିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେମାନଙ୍କ...

ନୟାଗଡ଼ରେ ବଢୁନି ଶିଶୁକନ୍ୟାଙ୍କ ସଂଖ୍ୟା

ନୟାଗଡ଼ ଅଫିସ,୨୯।୬(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଶିଶୁକନ୍ୟାଙ୍କ ସଂଖ୍ୟା ବଢ଼ୁନି । ୨୦୨୦ ସର୍ଭେକୁ ଅନୁଧ୍ୟାନ କଲେ ନୟାଗଡ଼ ଜିଲା ପୁଣି ରାଜ୍ୟରେ ୧ ନଂ. କୁ...

ନନ୍ଦନକାନନ, ବଟାନିକାଲ ଗାର୍ଡେନ ବୁଲିଲେ ୪୫ ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ.):ନୂଆବର୍ଷରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ନନ୍ଦନକାନନକୁ ୪୧,୯୬୭ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନରେ ୩୯,୪୬୨ ଜଣ...

Advertisement
Archives

Model This Week