ପଞ୍ଚାୟତସ୍ତରରେ ଚାଲିଛି କାଳିଆ ଫର୍ମ ଯାଞ୍ଚ:୨୫ ହଜାରରୁ ୨ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧୩।୮

କାଳିଆ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଶନିବାରଠାରୁ ଅନୁଗୋଳ ଜିଲାରେ ଆରମ୍ଭ ହୋଇଛି। ପଞ୍ଚାୟତସ୍ତରରୁ ଏହି ଯାଞ୍ଚ କରାଯାଉଥିବା ବେଳେ ଏବେ ବିଭିନ୍ନ ବ୍ଲକରୁ ରିପୋର୍ଟମାନ ଆସିବାରେ ଲାଗିଛି। ୩ ଦିନ ମଧ୍ୟରେ ଯାଞ୍ଚ ସରିଥିବା ମାତ୍ର ୨୫ ହଜାର ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୨ ହଜାର ଅଯୋଗ୍ୟଙ୍କୁ ଚିହ୍ନଟ କରାଯାଇଛି। ତେବେ ଧରାପଡ଼ିଥିବା ଏହି ଅଯୋଗ୍ୟଙ୍କ ଫର୍ମକୁ ପୁନର୍ବାର ଚେକିଂ କରାଯାଉଥିବା ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
କାଳିଆ ଯୋଜନାରେ ସାମିଲ ହେବାକୁ ଅନୁଗୋଳ ଜିଲାରୁ ମୋଟ ୧ ଲକ୍ଷ ୬୮ ହଜାର ୬୭୨ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୬ ହଜାର ୧୦୫ ହିତାଧିକାରୀଙ୍କୁ ସରକାର ନିର୍ବାଚନ ପୂର୍ବରୁ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ଦେଇଥିଲେ। ଏଥିପାଇଁ ୬୮ କୋଟି ୫ ଲକ୍ଷ ଟଙ୍କା ଅନୁଗୋଳ ଜିଲାକୁ ପ୍ରଦାନ କରାଯାଇଥିଲା। ହେଲେ ଯୋଜନାରେ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା କୃଷି ବିଭାଗ ଆରମ୍ଭ କରିଥିବାରୁ ଜିଲାର ଅନୁଗୋଳ, ବଅଁରପାଳ, ଛେଣ୍ଡିପଦା, ତାଳଚେର, କଣିହଁା, ପାଲଲହଡ଼ା, ଆଠମଲ୍ଲିକ ଓ କିଶୋରନଗର ବ୍ଲକରୁ କିଛି କିଛି ଅଯୋଗ୍ୟ ହିତାଧିକାରୀ ନାମ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଆସିଛି। ଜିଲାରେ ପଞ୍ଜୀକୃତଙ୍କ ମଧ୍ୟରୁ ଅଦ୍ୟାବଧି ୨୨ ହଜାର ୫୪୮ ଜଣଙ୍କ ଯାଞ୍ଚ ଶେଷ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ କଣିହାଁରେ ୯ ହଜାର ଫର୍ମ ଯାଞ୍ଚ ସରିଥିବାବେଳେ ଛେଣ୍ଡିପଦାରେ ପାଖାପାଖି ୬ ହଜାର ହିତାଧିକାରୀଙ୍କ ଯାଞ୍ଚ ସରିଛି। ଏହି ଯାଞ୍ଚ ବେଳେ ପାଖାପାଖି ୨ ହଜାର ଅଯୋଗ୍ୟ ହିତାଧିକାରୀ ଧରାପଡ଼ିଛନ୍ତି। ସେମାନଙ୍କ ଫର୍ମକୁ ଆଉଥରେ କ୍ରସ୍‌ ଚେକିଂ କରୁଛି କୃଷି ବିଭାଗ। ପଞ୍ଚାୟତ ସ୍ତରରେ ଥିବା ନୋଡାଲ ଅଫିସର ଫର୍ମ ଯାଞ୍ଚ କରୁଥିବାବେଳେ ପରେ ବ୍ଲକ ଓ ଜିଲାସ୍ତରୀୟ ନୋଡାଲ ଅଫିସର ତାହାକୁ ଯାଞ୍ଚ କରିବେ। ସମସ୍ତ ରିପୋର୍ଟ ଆସିବା ପରେ ଜିଲା ଉପ କୃଷି ନିର୍ଦ୍ଦେଶକ ଉକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ମୋହର ମାରିବେ। ଯାଞ୍ଚ ଚାଲିଥିବାରୁ ଆଗାମୀ ଦିନରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନଁା ପଦାକୁ ଆସିବ ବୋଲି ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆରେ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆରେ ପଢ଼ାଯିବ ଇଞ୍ଜିନିୟରିଂ। ଏନେଇ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍‌ ଫର୍‌ ଟେକ୍ନିକାଲ ଏଜୁକେଶନ(ଏଆଇସିଟିଇ) ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ୍‌ ମିଳିସାରିଛି। ତେବେ କିଭଳି...

ସାକ୍ଷୀଗୋପାଳ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟା ସୁଧୁରୁନି

ସାକ୍ଷୀଗୋପାଳ,୧୫।୬(ସ୍ବ.ପ୍ର.): ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦେଢଲକ୍ଷ ଲୋକ ନିର୍ଭର କରନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥା ପାଇଁ ଏହି ସ୍ବାସ୍ଥ୍ୟକେନ୍ଦ୍ର...

ଆସନ୍ତାକାଲି ସରିବ ପଞ୍ଚାୟତ ନିର୍ବାଚନ, ଜାଣନ୍ତୁ ଏଥର କେମିତି ହେବ ଗଣତି

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗୁରୁବାର ସରିବ ମତଦାନ। ତେବେ ୨୬ରୁ ଭୋଟ୍‌ ଗଣତି ଆରମ୍ଭ ହେବ। ପୂର୍ବରୁ ବୁଥ୍‌ରେ ଗଣତି କରାଯାଇ ସେହିଦିନ...

ସୀମିତ ଖଣ୍ଡପୀଠରେ କାର୍ଯ୍ୟକରିବ ହାଇକୋର୍ଟ

କଟକ ଅଫିସ୍‌,୧୭ା୪: କେନ୍ଦ୍ର ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି ପାଇଛି। ତେଣୁ ଏହି ସମୟରେ ସୀମିତ ଖଣ୍ଡପୀଠରେ କେବଳ ଗୁରୁତ୍ୱପୂର୍ଣ୍ଣ ମାମଲାର...

ନିୟନ୍ତ୍ରଣ ବାହାରେ କରୋନା: ରାୟଗଡ଼ାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କଲେ ଜିଲାପାଳ

ରାୟଗଡ଼ା ଅଫିସ,୨୨।୭: ରାୟଗଡ଼ା ଜିଲାକୁ ୭ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ବୁଧବାର ଗୋଟିଏ ଦିନରେ ୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ...

ନବୀନଙ୍କ ବଡ଼ ଘୋଷଣା: ଆଉ ୧୦ ବର୍ଷ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୧୭।୮: ହକିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଆହୁରୀ ୧୦ ବର୍ଷ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ...

କିଶୋର ବାସା ‘ଟାଗୋର ନ୍ୟାଶନାଲ ଫେଲୋ’ ମନୋନୀତ

ଭୁବନେଶ୍ୱର,୨୭।୪(ବ୍ୟୁରୋ)-ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ନୃତତ୍ତ୍ୱ ବିଭାଗ ପୂର୍ବତନ ମୁଖ୍ୟ ପ୍ରଫେସର କିଶୋର କୁମାର ବାସାଙ୍କୁ ସମ୍ମାନଜନକ ‘ଟାଗୋର ନ୍ୟାଶନାଲ ଫେଲୋ’...

ରାଜ୍ୟରେ ସୁସ୍ଥ ହେଲେ ୨୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୨।୧: ରାଜ୍ୟରେ ମଙ୍ଗଳବାର ୧୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୁଳ ଜିଲରୁ ଆରୋଗ୍ୟ ଲାଭ କରିଛନ୍ତି ସର୍ବାଧିକ ୩୪ ଜଣ। ସୁନ୍ଦରଗଡ଼ରୁ ୨୬, ସମ୍ବଲପୁରରୁ...

Advertisement
Archives

Model This Week