Posted inଖେଳ

ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ବାସ୍କେଟବଲ ଦଳରେ ଯୋଗଦେଲେ ଜଗଶନବୀର

ପିଟ୍ସବର୍ଗ,୧।୫(ୟୁଏସ୍‌ଏ): ଏନ୍‌ବିଏ ଏକାଡେମୀ ପ୍ରତିଭା ଭାରତର ଜଗଶନବୀର ସିଂଙ୍କୁ ଏକ ବଡ଼ ସୁଯୋଗ ମିଳିଛି। ଆମେରିକାର ପିଟ୍ସବର୍ଗସ୍ଥିତ ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ପୁରୁଷ ବାସ୍କେଟବଲ ଦଳ ପାଇଁ ଖେଳିବାକୁ ସେ ଚୁକ୍ତି କରିଛନ୍ତି। ୨୦୨୦-୨୧ ସେସନ ପାଇଁ ସେ ବିଦେଶୀ ଖେଳାଳି ହିସାବରେ ଏହି ଦଳରେ ଯୋଗଦେବା ପାଇଁ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ସେଣ୍ଟର ଖେଳାଳି କାଲିଫର୍ନିଆରେ ଗୋଲ୍ଡେନ ଷ୍ଟେଟ୍‌ ପ୍ରେପ୍‌ରେ ରହୁଛନ୍ତି। ଏନ୍‌ବିଏ ଏକାଡେମୀ ଇଣ୍ଡିଆରେ ସାମିଲ ହେବା ପାଇଁ ସେ ଚୟନ ହୋଇଥିଲେ। ୨୦୧୭ରେ ଏହି ପ୍ରୋଗ୍ରାମ ଆରମ୍ଭ ହୋଇଥିଲା। ସାରା ଭାରତରେ ବାସ୍କେଟବଲ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ‘ଏସିଜି ଏନ୍‌ବିଏ ଜମ୍ପ’ ମଧ୍ୟରେ ୨୨ଜଣ ପିଲାଙ୍କ ସମେତ ଜଗଶନବୀର ଚିହ୍ନଟ ହୋଇଥିଲେ।
ଏନ୍‌ବିଏ ଏକାଡେମୀ ଇଣ୍ଡିଆରୁ ପ୍ରଶିକ୍ଷଣ ନେବା ପରେ ସେ ଆମେରିକା ଆସିଥିଲେ ଓ ଗୋଲ୍ଡେନ ଷ୍ଟେଟ୍‌ ପ୍ରେପ୍‌ରେ ପୋଷ୍ଟ ଗ୍ରେଡ ଲେଭେଲ ଖେଳିଥିଲେ। ଜଗଶନବୀରଙ୍କୁ ଦଳରେ ସାମିଲ କରି ଆମେ ବହୁତ ଖୁସି ବୋଲି ପଏଣ୍ଟ ପାର୍କ ବିଶ୍ୱବିଦ୍ୟାଳୟ ହେଡ୍‌ କୋଚ୍‌ ଜୋ ଲିଓ୍ବାଣ୍ଡୋଓ୍ବିସ୍କି କହିଛନ୍ତି। ଜଗଶନବୀରଙ୍କ ବେଶ୍‌ ଡେଙ୍ଗା ଓ ବାସ୍କେଟବଲ୍‌ ସମ୍ପର୍କରେ ତାଙ୍କର ବହୁତ ଜ୍ଞାନ ମଧ୍ୟ ରହିଛି। ତାଙ୍କୁ ଭଲଭାବେ ପ୍ରଶିକ୍ଷଣ ଦିଆଯାଇଛି ଓ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଜଗଶନବୀରଙ୍କୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ ବୋଲି ବିଶ୍ୱବିଦ୍ୟାଳୟ ଆସୋସିଏଟ ହେଡ୍‌ କୋଚ୍‌ ଡରେନ ଫ୍ରିଡ୍‌ମ୍ୟାନ କହିଛନ୍ତି। ଫ୍ରିଡ୍‌ମ୍ୟାନ ପୂର୍ବରୁ ଏନ୍‌ବିଏ ଖେଳାଳି ସିମ୍‌ ଭୁଲାରଙ୍କୁ କୋଚିଂ ଦେଇଛନ୍ତି। ତାଙ୍କ ସମୟରେ ଚାଇନାରେ ଅନୁଷ୍ଠିତ ହୋଇଥିବା ଏନ୍‌ବିଏ ଏସିଆ ପାସିଫିକ୍‌ ଟିମ୍‌ କ୍ୟାମ୍ପ ପାଇଁ ଜଗଶନବୀର ଚୟନ ହୋଇଥିଲେ। ୨୦୧୮ ଅଗଷ୍ଟରେ ଜଗଶନବୀର ଏଫ୍‌ଆଇବିଏ ୧୮ ବର୍ଷରୁ କମ୍‌ ଏସିଆନ ଚାମ୍ପିୟନଶିପ୍‌ ଖେଳିବା ପାଇଁ ଭାରତୀୟ ଜାତୀୟ ଦଳରେ ସାମିଲ ହୋଇଥିଲେ। ଏହି ପ୍ରତିଯୋଗିତା ଥାଇଲାଣ୍ଡରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ ଜିତିଲା ଭାରତ ,ବ୍ୟାଟିଂ ନିଷ୍ପତ୍ତି…

ରାଜକୋଟ,୭।୧ : ଭାରତ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଧିନାୟକ...

ଆଇପିଏଲର ୧୧ ତମ ମ୍ୟାଚ୍‌: ଆରଆର ବନାମ ଡିସି…

ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଅପରାହ୍ନ...

ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌: ଅତନୁଙ୍କୁ ବ୍ରୋଞ୍ଜ

ବ୍ୟାଙ୍କକ୍‌, ୨୬।୧୧ (ପି.ଟି.)- ଭାରତୀୟ ତୀରନ୍ଦାଜ ଅତନୁ ଦାସ ଏଠାରେ ଚାଲିଥିବା ଏସିଆନ ଆର୍ଚେରୀ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ରିକର୍ଭ ବ୍ୟକ୍ତିଗତ ଇଭେଣ୍ଟରେ...

ଏତିକି ଖେଳାଳିଙ୍କୁ ରିଟେନ କରିପାରିବେ ଆଇପିଏଲ ଫ୍ରାଞ୍ଚାଇଜ

ମୁମ୍ବାଇ,୨୨।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ଲାଗି ହେବାକୁ ଥିବା ବଡ଼ ଅକ୍‌ଶନ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୪ ଖେଳାଳିଙ୍କୁ ରିଟେନ...

ଓଡ଼ିଶା ବିପକ୍ଷରେ ହିମାଚଳ ୩୦୦/୮

ସମ୍ବଲପୁର,୧୬।୧(ବ୍ୟୁରୋ): ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ୨୫ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫିରେ ଓଡ଼ିଶା ଓ ହିମାଚଳ ପ୍ରଦେଶ ମଧ୍ୟରେ...

୨୦ ବଲ୍‌ରେ ୧୧୨ ରନ୍‌ର ବିସ୍ଫୋରକ ଇଂନିସ ଖେଳିଲେ ଏହି କ୍ରିକେଟର୍‌

ମସ୍କଟ,୧୦।୯: ଭାରତୀୟ ମୂଳ ଜସକରଣ ମାଲହୋତ୍ରା ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୬ଟି ବଲ୍‌ରେ ୬ଟି ଛକା ମାରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।...

ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ଅର୍ଜୁନ ପୁରସ୍କାର ଗ୍ରହଣ କଲେ ଦୂତୀ

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟର ନବମ କ୍ରୀଡ଼ାବିତ୍‌ଭାବେ ଶନିବାର ସମ୍ମାନଜନକ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସ୍ପ୍ରିଣ୍ଟ କୁଇନ୍‌ ଦୂତୀ...

କେକେଆରର ସହଜ ବିଜୟ…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ସହଜ ବିଜୟ ହାସଲ...

Advertisement
Archives

Model This Week