Posted inଜାତୀୟ

ନଏଡାରେ ଆରମ୍ଭ ହେଲା ଫିଙ୍କ୍‌ ଟଏଲେଟ

ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ ଟଣ୍ଡନ ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରିତୁ ମହେଶ୍ୱରୀ ପ୍ରଥମ ପିଙ୍କ ଟଏଲେଟକୁ ଉଦ୍‌ଘାଟନ କରିଥିଲେ। ଏହି ଟଏଲେଟ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଥିବା ବେଳେ ଏହା ସମ୍ପୁର୍ଣ୍ଣ ଦେୟ ମୁକ୍ତ ରହିବ। ବ୍ୟବହୃତ ହୋଇଥିବା ନାପକିନ୍‌କୁ ଏଣେତେଣେ ନ ପକାଇ ସେଠାରେ ଥିବା ଏକ ମେଶିନ୍‌ରେ ପକାଇବାର ସୁବିଧା ମଧ୍ୟ କରାଯାଇଛି। ଆସନ୍ତା ୨ମାସ ମଧ୍ୟରେ ସହରରେ ଏଭଳି ୯ଟି ଫିଙ୍କ୍‌ ଟଏଲେଟ ତିଆରି କରାଯିବ। ଅନ୍ୟ ୯ଟି ପିଙ୍କ୍‌ ଟଏଲେଟରେ ମଧ୍ୟ ଏଭଳି ମେଶିନ୍‌ ଲଗାଯିବ ବୋଲି ସୂଚନା ରହିଛି। ଏହି ସହରର ୮୪ଟି ସ୍ଥାନରେ ଆଧୁନିକ ସାର୍ବଜନୀନ ଟଏଲେଟ ତିଆରି କରାଯିବାକୁ ଥିବା ବେଳେ ୭୪ଟି ତିଆରି ହୋଇଯାଇଛି ଅବଶିଷ୍ଟ ଆଉ ୧୦ଟି ତିଆରି ହେବାକୁ ରହିଛି। ଆଉ ଏହି ୧୦ଟି ଟଏଲେଟ କେବଳ ମହିଳାଙ୍କ ବ୍ୟବହାର ପାଇଁ ତିଆରି କରାଯିବ ବୋଲି ରିତୁ ମହେଶ୍ୱରୀ କହିଛନ୍ତି। ନଏଡା ପୂର୍ବରୁ ଉତ୍ତରପ୍ରଦେଶର ଗାଜିଆବାଦ, ତେଲେଙ୍ଗାନା ଓ ହାଇଦ୍ରାବାଦରେ ମଧ୍ୟ ଫିଙ୍କ୍‌ ଟଏଲେଟର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ...

୩ ଭାଜପା ଏମ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୯ା୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରସ୍ତୁତ ଜାଲ୍‌ ତଥା ବିକୃତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ...

ଭୋଟ ପାଇଁ ଏଏପି କାର୍ଯ୍ୟାଳୟରେ ପହଞ୍ଚିଲେ ଭାଜପା ବିଧାୟକ

ନୂଆଦିଲ୍ଲୀ, ୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ଶେଷ ହେଉଛି। ଭୋଟରଙ୍କ ମନ ଜିଣିବା ପାଇଁ ଘର ଘର ବୁଲି ଭୋଟ ମାଗୁଛନ୍ତି...

୧୦ କୋଟି ହିତାଧିକାରୀଙ୍କ ସଞ୍ଚୟ ଖାତାକୁ ୨୧ ହଜାର କୋଟି ଗଲା…

ନୂଆଦିଲ୍ଲୀ, ୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ସଞ୍ଚୟ...

କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ହଟିବ ନିଲମ୍ବନ ଆଦେଶ: ବାଚସ୍ପତି

ନୂଆଦିଲ୍ଲୀ,୧୧।୩: କଂଗ୍ରେସର ୭ ଲୋକ ସଭା ଏମ୍‌ପିଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ। ଏନେଇ ବାଚସ୍ପତି ଏମ୍‌ ବିରଳା ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଗୃହ...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୫୨ ସଂକ୍ରମିତ

ନୂଆଦିଲ୍ଲୀ,୨୪।୪: ଦେଶରେ ଚିନ୍ତା ବଢାଇଲାଣି କରୋନା ସଂକ୍ରମଣ। ବେଳକୁ ବେଳ ଏହି ସଂଖ୍ୟାରେ ବୃଦ୍ଧି ଘଟିବାରୁ ଏହା ସମସ୍ତଙ୍କୁ ଏକ ପ୍ରକାର ଚିନ୍ତାରେ ପକାଇ ଦେଲାଣି।...

କୂଟନୀତି ନୁହେଁ ମୂକନୀତି: ୪୪ ଦିନ ଧରି ଭାରତ-ଚାଇନା ବିବାଦ ନେଇ ମୋଦି-ଜୟଶଙ୍କର ନୀରବ

ନୂଆଦିଲ୍ଲୀ, ୧୭।୬: ଭାରତ ଚାଇନା ସୀମାରେ ଗଲଓ୍ବାନ ଘାଟିରେ ଥିବା ପଏଣ୍ଟ ୧୪ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ମେ ୫ଠାରୁ ଦୁଇପକ୍ଷଙ୍କ ମଧ୍ୟରେ...

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି।...

Advertisement
Archives

Model This Week