ନେଳିଆବାଗ୍‌ର ୫ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଅଛନ୍ତି ୪ ମହିଳା, ଜଣେ ପୁରୁଷ; ପ୍ରକାଶ ପାଇଥିଲା ଲକ୍ଷଣ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୫ଜଣ ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ବିଷୟରେ ମଙ୍ଗଳବାର ସୂଚନା କରାଯାଇଛି। ୧୦୪,୧୦୫,୧୦୬,୧୦୭,୧୦୮ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦିଆଯାଇଛି।

୧୦୪ ନଂ ଆକ୍ରାନ୍ତ ବାଲେଶ୍ୱର ନେଳିଆବାଗ୍‌ର ୨୨ ବର୍ଷୀୟ ମହିଳା। ସେ ୬୧ନଂ ଆକ୍ରାନ୍ତଙ୍କ ପଡ଼ୋଶୀ। ୨୨ମାର୍ଚ୍ଚରୁ ୧୮ ଏପ୍ରିଲ(ଲକ୍‌ଡାଉନ୍‌ ସମୟରେ) ସେ ଘରେ ଥିଲେ। ପରେ ଉକ୍ତ ଅଞ୍ଚଳରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ସେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ରହିଥିଲେ। ପରେ ତାଙ୍କର ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ଏପ୍ରିଲ ୨୬ ତାରିଖରେ ତାହା ପଜିଟିଭ୍‌ ଆସିଛି। ଏହାପରେ ତାଙ୍କୁ ୨୭ ଏପ୍ରିଲରେ ଚିକିତ୍ସା ପାଇଁ କଟକସ୍ଥିତ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୧୦୫ନଂ କରୋନା ଆକ୍ରାନ୍ତ ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ସେ ୫୫ ବର୍ଷୀୟ ମହିଳା। ଲକ୍‌ଡାଉନ୍‌ ପରଠାରୁ ସେ ଘରେ ଥିଲେ। ଏପରିକି କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ସେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ଘରେ ରହିଥିଲେ। ପରେ ତାଙ୍କ ନିକଟରେ ଲକ୍ଷଶ ପ୍ରକାଶ ପାଇଥିଲା। ଏଣୁ ୨୬ ତାରିଖରେ ନମୂନା ସଂଗ୍ରହ କରାଯାଇଥିଲା। ୨୭ ତାରିଖରେ ତାହା ପଜିଟିଭ୍‌ ଆସିଛି।

ସେହିଭଳି ୧୦୬ନଂ ଏବଂ ୧୦୭ନଂ ଆକ୍ରାନ୍ତ ଯଥାକ୍ରମେ ୨୩ ବର୍ଷୀୟ ମହିଳା ଏବଂ ୨୭ ବର୍ଷୀୟ ପୁରୁଷ। ସେମାନେ ମଧ୍ୟ ନେଳିଆବାଗ୍‌ର। ୬୧ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ଉପରୋକ୍ତ ୨ ଜଣଙ୍କ ଭଳି ସେମାନେ ମଧ୍ୟ ଲକ୍‌ଡାଉନ୍‌ ସମୟରୁ ଘରେ ରହିଥିଲେ। ଏପରିକି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ଘୋଷଣା ହେବା ପରେ ମଧ୍ୟ ସେ ଘରେ ରହିଥିଲେ। ପରେ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ୨୬ରେ ତାହା ପଜିଟିଭ୍‌ ଆସିବା ପରେ ସୋମବାର ସେମାନଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅପରପକ୍ଷେ ୧୦୮ନଂ କରୋନା ପଜିଟିଭ୍‌ ୨୯ ବର୍ଷୀୟ ମହିଳା। ସେ ପୂର୍ବରୁ ଚିହ୍ନଟ ୭୯ନଂ ଆକ୍ରାନ୍ତଙ୍କ ପାଖ ପଡ଼ୋଶୀ। ସମସ୍ତଙ୍କ ଭଳି ସେ ମଧ୍ୟ ଲକ୍‌ଡାଉନ୍‌ ପରଠାରୁ ଘରେ ରହି ଆସୁଥିଲେ। ୨୬ ତାରିଖରେ ତାଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଇଥିଲା। ଏଣୁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ଏହା ପଜିଟିଭ୍‌ ଆସିବା ପରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥି ଘୋଷଣା: ବାଲେଶ୍ୱରରେ ମମତା, ତିର୍ତ୍ତୋଲରେ ହିମାଂଶୁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ)-ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥି ଘୋଷଣା କରିଛି କଂଗ୍ରେସ। ବାଲେଶ୍ୱର ସଦର ପାଇଁ...

ରାଜ୍ୟବାସୀଙ୍କ ଆଶା ଅନୁଯାୟୀ ବଜେଟ: ନବୀନ

ଭୁବନେଶ୍ୱର, ୨୯ା୬ (ବ୍ୟୁରୋ): ୨୦୧୯-୨୦ ବଜେଟ୍‌ ଉପସ୍ଥାପନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟବାସୀଙ୍କ ଆଶା ଯାହା ଥିଲା, ତାହା ବଜେଟ୍‌ରେ ପ୍ରତିଫଳିତ ହୋଇଛି। ବଜେଟ୍‌ରେ କାଳିଆ...

ପୁରୁଷୋତ୍ତମପୁରରେ କରୋନା ସ୍ଥିତି ସମୀକ୍ଷା: ମୁକାବିଲା ଲାଗି ଅଧିକାରୀମାନଙ୍କୁ ଜିଲାପାଳଙ୍କ ପରାମର୍ଶ

ପୁରୁଷୋତ୍ତମପୁର,୨୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶନିବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟକୁ ଆସି କରୋନା ଭାଇରସ୍‌ ସଂକ୍ରମଣ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ...

କରୋନା ସଂକ୍ରମିତ କଂଗ୍ରେସ ନେତାଙ୍କ ପରଲୋକ

ଅହମଦାବାଦ,୨୭।୪: ମହାମାରୀ କରୋନା ଭାଇରସ କବଳରେ ପଡି ଗୁଜରାଟର ବରିଷ୍ଠ କଂଗ୍ରେସ ନେତା ବଦରୁଦ୍ଦିନ ଶେଖଙ୍କର ରବିବାର ରାତିରେ ମୃତ୍ୟୁ ହୋଇଛି। ଗତ ପ୍ରାୟ ୮...

ପରିସ୍ରା ଯିବା ବାହାନା ଦେଖାଇ କଏଦୀ ଫେରାର

ନବରଙ୍ଗପୁର/ପାପଡାହାଣ୍ଡି, ୧୨।୧୧(ବି.ପ୍ର/ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ଥାନା ହାଜତରୁ ଜଣେ ବିଚାରଧୀନ କଏଦୀ ମଙ୍ଗଳବାର ରାତିରେ ଫେରାର ହୋଇଯାଇଛନ୍ତି। ତାଙ୍କ ନାମ ଅରୁଣ ହରିଜନ। ତାଙ୍କ...

ଜିତେନ୍ଦ୍ରଙ୍କ ‘ଦି ଲାଷ୍ଟ୍‌ କଲର୍‌’ ଶ୍ରେଷ୍ଠ ଫିଚର ଫିଲ୍ମ

ଭୁବନେଶ୍ୱର, ୧୭-୯(ବ୍ୟୁରୋ):ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ଫିଚର ଫିଲ୍ମ ‘ଦି ଲାଷ୍ଟ୍‌ କଲର୍‌’...

ଶିଶୁ ଉଦ୍ୟାନରେ ତାଲା,ଉନ୍ନତୀକରଣ ନାଁରେ ଚାଲିଛି ଖର୍ଚ୍ଚ

ନବରଙ୍ଗପୁର,୯ା୪(ବି.ପ୍ର.): ନବରଙ୍ଗପୁର ପୌର ପରିଷଦ ୧୭ଟି ୱାର୍ଡକୁ ନେଇ ଗଠିତ। ଏହି ସହରବାସୀଙ୍କ ଆମୋଦ ପ୍ରମୋଦ ପାଇଁ ଏକମାତ୍ର ଶିଶୁ ଉଦ୍ୟାନ କୃଷକ ବଜାରକୁ ଲାଗି...

ପ୍ରଦୂଷଣ ରୋକିବାକୁ ଅଧିକାରୀଙ୍କୁ ପରାମର୍ଶ

ଝାରସୁଗୁଡ଼ା ଅଫିସ,୨୨।୧୨: ବିଧାନସଭା ହାଉସ ସବ୍‌କମିଟି ବୁଧବାର ୨ଦିନିଆ ଝାରସୁଗୁଡ଼ା ଜିଲା ଗସ୍ତ କରିଛନ୍ତି। କମିଟି ସଦସ୍ୟ ଏସ୍‌ଏମ୍‌ସି ପାୱାର ଜେନେରେସନ, ଓପିଜିସି ଓ ବେଦାନ୍ତ...

Advertisement
Archives

Model This Week