Posted inଖେଳ

ନେତୃତ୍ୱ ଭାଗବଣ୍ଟା, ନୂଆ କୋଚ୍‌ ନିଯୁକ୍ତି ନେଇ ନିଷ୍ପତ୍ତି ନେବ ପିସିବି

କରାଚୀ,୧୭।୭(ପି.ଟି.)- ବିଶ୍ୱକପ୍‌ରେ ସେମିଫାଇନାଲକୁ ଉଠିବାରେ ବିଫଳ ହେବା ପରେ ପାକିସ୍ତାନ କ୍ରିକେଟରେ ବ୍ୟାପକ ଅଦଳବଦଳ ହେବା ଆଶା କରାଯାଉଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟ କେତୋଟି ଦୃଢ ପଦକ୍ଷେପ ନେବ ବୋଲି ସୂଚନା ଦେଇଛି। ନେତୃତ୍ୱରେ ଭାଗବଣ୍ଟା ଅର୍ଥାତ୍‌ ଭିନ୍ନ ଭିନ୍ନ ଫର୍ମାଟ ପାଇଁ ଅଲଗା ଅଧିନାୟକ ନିଯୁକ୍ତି ଉପରେ ପିସିବି ଜୋର ଦେବ। କେବଳ ସେତିକି ନୁହେଁ, ନୂଆ କୋଚ ନିଯୁକ୍ତ ପାଇଁ ଦରଖାସ୍ତ ଆହ୍ବାନ କରାଯିବା ନେଇ ପିସିବି କ୍ରିକେଟ କମିଟି ନିଷ୍ପତ୍ତି ନେବ। କ୍ରିକେଟ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ତେବେ କମିଟିର ବୈଠକ ଆସନ୍ତା ୨୯ ତାରିଖରେ ଆୟୋଜନ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ପିସିବି ଏ ସଂକ୍ରାନ୍ତରେ କିଛି ସୂଚନା ଦେଇ ନାହିଁ। କମିଟିର ସଦସ୍ୟ ଥିବା ପୂର୍ବତନ ଅଧିନାୟକ ମିସବା ଉଲ୍‌ ହକ୍‌ ବ୍ୟକ୍ତିଗତ କାରଣରୁ ଆମେରିକା ଗସ୍ତ କରିବା କାର୍ଯ୍ୟକ୍ରମ ଥିବାରୁ ବୈଠକ ବିଳମ୍ବିତ ହୋଇଛି ବୋଲି କୁହାଯାଇଛି।
କମିଟିର ଅନ୍ୟତମ ସଦସ୍ୟ କିମ୍ବଦନ୍ତୀ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ଓ ପୂର୍ବତନ ଜାତୀୟ ମହିଳା ଅଧିନାୟିକା ଉରୁର ମମ୍‌ତାଜ ବୈଠକ ଡାକିବାକୁ ଆଗରୁ କହିସାରିଛନ୍ତି। ପିସିବି ମ୍ୟାନେଜିଂ ଡାଇରେକ୍ଟର ଓ୍ବାସିମ ଖାଁ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସଦ୍ୟସମାପ୍ତ ବିଶ୍ୱକପ୍‌ରେ ପାକିସ୍ତାନ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଦଳର ଦୁର୍ବଳ ପ୍ରଦର୍ଶନ ନେଇ ଏହି ବୈଠକରେ ଆଲୋଚନା କରାଯିବ। ଚୁକ୍ତି ଅବଧିକୁ ବୃଦ୍ଧି କରା ନ ଗଲେ ହେଡ୍‌ କୋଚ୍‌ ମିକି ଆର୍ଥର ଏହି ପଦ ପାଇଁ ପୁଣି ଥରେ ଆବେଦନ କରିବେ ବୋଲି ପିସିବି ମୁଖ୍ୟ ଏହସାନ ମନି ଓ ଓ୍ବାସିମ ଖାଁଙ୍କୁ କହିଛନ୍ତି। ଅନ୍ୟ ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ମଧ୍ୟ ଆଲୋଚନା କରାଯିବ ବୋଲି କୁହାଯାଇଛି। ତେବେ କୋଚ୍‌ ପଦରେ ଜଣେ ଦେଶୀ କିମ୍ବା ଜଣେ ବିଦେଶୀଙ୍କୁ ନିଯୁକ୍ତି ନେଇ ପିସିବି ପୂର୍ବପରି ଦ୍ୱନ୍ଦ୍ୱରେ ରହିଛି। ନେୃତୃତ୍ୱରେ ଭାଗବଣ୍ଟା କରି ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ କାର୍ଯ୍ୟଭାର କମ୍‌ କରିବାକୁ ପିସିବି ଲକ୍ଷ୍ୟ ରଖିଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେତାବନୀ ସହ ଆର୍ଚରଙ୍କୁ ଜରିମାନା

ମାଞ୍ଚେଷ୍ଟର, ୧୮।୭(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ପୂର୍ବରୁ ଜୈବ-ସୁରକ୍ଷିତ ପ୍ରୋଟୋକଲ ଭଙ୍ଗ କରିଥିବାରୁ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ...

ଭାଇଙ୍କ ଶଟ୍‌ରେ ଏହି କ୍ରିକେଟରଙ୍କ ନାକ ଫାଟିଲା

ଆଡିଲେଡ,୧୮।୧୧: ଅଷ୍ଟ୍ରେଲିଆର ଆଡିଲେଡରେ ଚାଲିଥିବା ମାର୍ଶ ଓ୍ବାନ୍‌ ଡେ କପ୍‌ର ଏକ ମ୍ୟାଚ୍‌ରେ ଏଷ୍ଟନ୍‌ ଏଗର ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଥିବା...

ଏହି କାରଣ ଲାଗି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୧।୯: ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୩ ମ୍ୟାଚବିଶିଷ୍ଟ ଟି୨୦ ଓ ଦିନିକିଆ ସିରିଜ ଲାଗି ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆକୁ କଡ଼ା...

ପ୍ରଥମ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ ଅଗ୍ରଣୀ

ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍‌ ବ୍ରାଥ୍‌ଓ୍ବେଟ...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ରାଜକୋଟ,୧୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆରମ୍ଭ ହୋଇଛି। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଥିବା ଏହି ମ୍ୟାଚରେ...

ରୋହିତଙ୍କ ନେତୃତ୍ୱ ଶୈଳୀ ଉପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ କ୍ୟାପଟେନ

ଇସ୍ଲାମାବାଦ,୧୧।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ସହ ଭାରତୀୟ ସୀମିତ ଓଭର ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି ରୋହିତ ଶର୍ମା। ତାଙ୍କ...

ପିଲାଦିନେ ଏହି ଖେଳାଳିଙ୍କ ଭଳି ହେବାକୁ ଚାହୁଁଥିଲେ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏବେ କ୍ରିକେଟର ‘ସୁପର୍‌ହିରୋ’ ଆଖ୍ୟା ଦିଆଯାଇଛି। ତାଙ୍କ ବ୍ୟାଟିଂ ରେକର୍ଡ ଦେଖିଲେ ମନେ ହେଉଛି ସେ ଖୁବଶିଘ୍ର...

ଭାରତୀୟ ଖେଳାଳିଙ୍କ ପ୍ରଥମ କରୋନା ଟେଷ୍ଟ ନେଗେଟିଭ୍‌: ବିସିସିଆଇ ଦେଲା ଏହି ବଡ଼ ଉପହାର

ନୂଆଦିଲ୍ଲୀ,୨୯।୧:ଭାରତୀୟ କ୍ରିକେଟ ଖେଳାଳିମାନେ ଗୁରୁବାର ଆର୍‌ଟି ପିସିଆର କୋଭିଡ-୧୯ ପରୀକ୍ଷଣ ପାସ କରିଛନ୍ତି। ଆଉ ଦୁଇଥର ସେମାନଙ୍କ ପରୀକ୍ଷା କରାଯିବା ପରେ ସେମାନେ ଅଭ୍ୟାସ ଆରମ୍ଭ...

Advertisement
Archives

Model This Week