ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଛେଳି ଗୁହାଳ

ବରଗଡ଼ ଅଫିସ୍‌,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍‌ର ଚକ ବି ଗଡ଼ିନାହିଁ । ଅନ୍ୟପଟେ ବସଷ୍ଟାଣ୍ଡଟି ଏବେ ଛେଳି ଗୁହାଳ ପାଲଟିଛି । କେବଳ ସେତିକି ନୁହେଁ, ପାଖକୁ କଂସେଇଖାନାରେ ଛେଳି ହଣାଯାଉଥିବା ଯୋଗୁ ବସଷ୍ଟାଣ୍ଡର ଗୋଟିଏ କୋଣରେ ରକ୍ତଛିଟା ଜମି ରହୁଛି । କଥା ଏତିକିରେ ସରିନାହିଁ, ବସଷ୍ଟାଣ୍ଡର ଚାରି ପାର୍ଶ୍ୱରେ ମଦ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବସ୍‌ଷ୍ଟାଣ୍ଡ ହୋଇଥିଲା, ତାହା ଆରମ୍ଭରୁ ଲକ୍ଷ୍ୟଚ୍ୟୁତ ହୋଇ ପଡ଼ିରହିଛି ।
ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ ରାସ୍ତାର କେନାଲ ଛକ ପାର୍ଶ୍ୱରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ବସ୍‌ଷ୍ଟାଣ୍ଡର ତିନି ପାର୍ଶ୍ୱରେ ୨ ମହଲା ଦୋକାନ ଗୃହ ରହିଛି । ଏହାର ଉତ୍ତର ପଟେ ଉଭୟ ତଳ ଓ ଉପର ମହଲାରେ ୨୮ଟି, ପୂର୍ବ ପଟେ ୧୮ଟି ଏବଂ ଦକ୍ଷିଣ ପଟେ ୨୩ଟି ଲେଖାଏଁ ଦୋକାନ ଗୃହ ରହିଛି। ପଶ୍ଚିମ ପଟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ହୋଇଛି। ସମୁଦାୟ ୧୩୮ଟି ଦୋକାନ ଗୃହ ଥିବାବେଳେ ଏପର୍ଯ୍ୟନ୍ତ କାଁ ଭାଁ ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଏହି ବସଷ୍ଟାଣ୍ଡକୁ ଗୋଟିଏ ବସ୍‌ ଆସି ନ ଥିବାବେଳେ ଦୋକାନଗୁଡ଼ିକ ମଧ୍ୟ ଖୋଲି ନାହିଁ। ଫଳରେ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଣିରେ ପଡିଛି ।
ଉଦଘାଟନ ହେବା ପୂର୍ବରୁ ନୂଆ ବସଷ୍ଟାଣ୍ଡକୁ ନେଇ ବିବାଦ ଉପୁଜିଥିଲା। ବସଷ୍ଟାଣ୍ଡ ନିର୍ମାଣ ଶୈଳୀରେ ଘରୋଇ ବସ୍‌ ମାଲିକ ସଂଘମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁ ଢ଼ଙ୍ଗରେ ବସଷ୍ଟାଣ୍ଡଟି ନିର୍ମାଣ ହୋଇଛି, ତାହା ବସ୍‌ ରଖିବା ପାଇଁ ଉପଯୋଗୀ ହୋଇପାରିବ ନାହିଁ ବୋଲି ସଂଘ ଅଭିଯୋଗ କରିଥିଲା। ଅନ୍ୟପଟେ ପାଖରେ ଥିବା ପୁରୁଣା ଘରୋଇ ବସଷ୍ଟାଣ୍ଡ ନୂଆ ବସଷ୍ଟାଣ୍ଡଠାରୁ ଯଥେଷ୍ଟ ଭଲ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏଭଳି ବାଦ ବିବାଦ ଦେଖାଯିବା ସତ୍ତ୍ବେ ଗତବର୍ଷ ନଭେମ୍ବର ୨୫ତାରିଖରେ ବସଷ୍ଟାଣ୍ଡ ଉଦଘାଟିତ ହୋଇଥିଲା। ମାତ୍ର ଉଦଘାଟନ ଦିବସରୁ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ବସର ଚକ ମଧ୍ୟ ଏଯାଏ ସେଠାରେ ନ ଗଡ଼ିବା ଏବଂ ବସଷ୍ଟାଣ୍ଡ ପରିସର ଛେଳି ଗୁହାଳ, ମଦ୍ୟପଙ୍କ ଆଡ୍ଡା ପାଲଟିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍ତ୍ରୀଙ୍କ ମୃତଦେହ ଧରି ସରକାର ଡ୍ରାମା କରୁଛନ୍ତି’

ସମ୍ବଲପୁର,୧।୨(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସଙ୍କୁ ରବିବାର ପୋଲିସ କର୍ମଚାରୀ ଗୁଳିକରି ହତ୍ୟା କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି...

ଜଙ୍ଗଲରେ ଲାଗିଛି ନିଆଁ

ଜମନକିରା,୨୨ା୩(ଏ.ଏନ୍‌.ଏ.): ଜମନକିରା ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ବିଭାଗୀୟ ଅବହେଳା ଯୋଗୁ ମନୁଷ୍ୟକୃତ ବଣପୋଡି ଥମିବାର ନାଁ ଧରୁନି। ନିଆଁ ଦାଉରୁ ଜଙ୍ଗଲ...

ଟ୍ରକ୍‌ ସହ ବାଇକ ଧକ୍କା: ଜଣଙ୍କ ଜୀବନ ଗଲା

ଜମନକିରା,୩୦।୫: ଜମନକିରା ଥାନା ଗୌଡପାଳି ଫାଣ୍ଡି ଅନ୍ତର୍ଗତ ରାଜରାସ୍ତା ୫୩ରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛିି। ଟ୍ରକ୍‌ ସହ ଏକ ବାଇକ୍‌ ମୁହାଁମୁହିଁ ଧକ୍କା...

ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର,୨୪ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀଳତଷଷ୍ଠୀ ଯାତ୍ରାର ମୁଖ୍ୟ ଲୋକାଚାର ଭାବେ ରୀତିନୀତିରେ ମହାଦେବ ଓ ଜଗଜ୍ଜନନୀ ମା’ ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଛି। ଗୁରୁବାର...

ପ୍ରଶ୍ନପତ୍ର ଲିକ୍‌: ଆସନ୍ତା ୧୯ରେ ହେବ ବାତିଲ ହୋଇଥିବା ପରୀକ୍ଷା

ସମ୍ବଲପୁର,୧୫।୭(ବ୍ୟୁରୋ): ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଗୁରୁବାର ଏଜୁକେଶନ ଅନର୍ସ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ପରେ ବାତିଲ ହୋଇଥିବା ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏ ନେଇ...

ସଫେଇ ସହଯୋଗ: ଫନୀ ପ୍ରଭାବିତ ପୁରୀକୁ ଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ୩୨ ଜଣ (ଏସ୍‌ଏମ୍‌ସି) ସଫେଇ କର୍ମଚାରୀ ବୁଧବାର ପୁରୀକୁ ଯାଇଛନ୍ତି। ବାତ୍ୟା ଫନୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପୁରୀକୁ...

ଅମୃତ ମହୋତ୍ସବରେ ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିଲା କାୟକଳ୍ପ ପୁରସ୍କାର

ଜମନକିରା,୧୬।୮: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ କେନାଢିପା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ କାୟକଳ୍ପ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡା. ବାସନ୍ତୀ...

ଛତିଶଗଡ଼ ଖୋଲିଲା ୪ ବ୍ୟାରେଜ: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି

ସମ୍ବଲପୁର,୨୦।୬(ବ୍ୟୁରୋ)-ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ କିଛିଦିନ ହେବ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମ୍‌ ଉପରମୁଣ୍ଡରେ ଦୁଇଦିନ ଭିତରେ ୨୪.୯୮ ଓ ୮.୩୪ ମିମି...

Advertisement
Archives

Model This Week