ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଛେଳି ଗୁହାଳ

ବରଗଡ଼ ଅଫିସ୍‌,୧।୭: ବରଗଡ଼ ସହରର ନୂଆ ଘରୋଇ ବସ୍‌ଷ୍ଟାଣ୍ଡ ଉଦଘାଟନକୁ ୭ ମାସ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ ପରିସରରେ ବସ୍‌ର ଚକ ବି ଗଡ଼ିନାହିଁ । ଅନ୍ୟପଟେ ବସଷ୍ଟାଣ୍ଡଟି ଏବେ ଛେଳି ଗୁହାଳ ପାଲଟିଛି । କେବଳ ସେତିକି ନୁହେଁ, ପାଖକୁ କଂସେଇଖାନାରେ ଛେଳି ହଣାଯାଉଥିବା ଯୋଗୁ ବସଷ୍ଟାଣ୍ଡର ଗୋଟିଏ କୋଣରେ ରକ୍ତଛିଟା ଜମି ରହୁଛି । କଥା ଏତିକିରେ ସରିନାହିଁ, ବସଷ୍ଟାଣ୍ଡର ଚାରି ପାର୍ଶ୍ୱରେ ମଦ ବୋତଲ ପଡ଼ି ରହିଥିବା ପରିଲକ୍ଷିତ ହୋଇଛି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଏହି ବସ୍‌ଷ୍ଟାଣ୍ଡ ହୋଇଥିଲା, ତାହା ଆରମ୍ଭରୁ ଲକ୍ଷ୍ୟଚ୍ୟୁତ ହୋଇ ପଡ଼ିରହିଛି ।
ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବରଗଡ଼-ଭେଡ଼େନ ରାସ୍ତାର କେନାଲ ଛକ ପାର୍ଶ୍ୱରେ ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ବସ୍‌ଷ୍ଟାଣ୍ଡର ତିନି ପାର୍ଶ୍ୱରେ ୨ ମହଲା ଦୋକାନ ଗୃହ ରହିଛି । ଏହାର ଉତ୍ତର ପଟେ ଉଭୟ ତଳ ଓ ଉପର ମହଲାରେ ୨୮ଟି, ପୂର୍ବ ପଟେ ୧୮ଟି ଏବଂ ଦକ୍ଷିଣ ପଟେ ୨୩ଟି ଲେଖାଏଁ ଦୋକାନ ଗୃହ ରହିଛି। ପଶ୍ଚିମ ପଟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ହୋଇଛି। ସମୁଦାୟ ୧୩୮ଟି ଦୋକାନ ଗୃହ ଥିବାବେଳେ ଏପର୍ଯ୍ୟନ୍ତ କାଁ ଭାଁ ଗୋଟିଏ ଦୁଇଟିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି । ଏହି ବସଷ୍ଟାଣ୍ଡକୁ ଗୋଟିଏ ବସ୍‌ ଆସି ନ ଥିବାବେଳେ ଦୋକାନଗୁଡ଼ିକ ମଧ୍ୟ ଖୋଲି ନାହିଁ। ଫଳରେ ୫କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଣିରେ ପଡିଛି ।
ଉଦଘାଟନ ହେବା ପୂର୍ବରୁ ନୂଆ ବସଷ୍ଟାଣ୍ଡକୁ ନେଇ ବିବାଦ ଉପୁଜିଥିଲା। ବସଷ୍ଟାଣ୍ଡ ନିର୍ମାଣ ଶୈଳୀରେ ଘରୋଇ ବସ୍‌ ମାଲିକ ସଂଘମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଯେଉଁ ଢ଼ଙ୍ଗରେ ବସଷ୍ଟାଣ୍ଡଟି ନିର୍ମାଣ ହୋଇଛି, ତାହା ବସ୍‌ ରଖିବା ପାଇଁ ଉପଯୋଗୀ ହୋଇପାରିବ ନାହିଁ ବୋଲି ସଂଘ ଅଭିଯୋଗ କରିଥିଲା। ଅନ୍ୟପଟେ ପାଖରେ ଥିବା ପୁରୁଣା ଘରୋଇ ବସଷ୍ଟାଣ୍ଡ ନୂଆ ବସଷ୍ଟାଣ୍ଡଠାରୁ ଯଥେଷ୍ଟ ଭଲ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ଏଭଳି ବାଦ ବିବାଦ ଦେଖାଯିବା ସତ୍ତ୍ବେ ଗତବର୍ଷ ନଭେମ୍ବର ୨୫ତାରିଖରେ ବସଷ୍ଟାଣ୍ଡ ଉଦଘାଟିତ ହୋଇଥିଲା। ମାତ୍ର ଉଦଘାଟନ ଦିବସରୁ ଏପର୍ଯ୍ୟନ୍ତ ସେହି ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବା ତ ଦୂରର କଥା, ବସର ଚକ ମଧ୍ୟ ଏଯାଏ ସେଠାରେ ନ ଗଡ଼ିବା ଏବଂ ବସଷ୍ଟାଣ୍ଡ ପରିସର ଛେଳି ଗୁହାଳ, ମଦ୍ୟପଙ୍କ ଆଡ୍ଡା ପାଲଟିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri