ନୀଳାଚଳ କାରଖାନର ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ମାମଲା ରଫାଦଫା ପାଇଁ ପକାଉଛି ଚାପ

କଳିଙ୍ଗନଗର, ୬।୮(ଡି.ଏନ.ଏ.)- ନୀଳାଚଳ କାରଖାନାରେ ଠିକାଶ୍ରମିକଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଦୁଇ ବର୍ଷ ବିତିଥିଲେ ମଧ୍ୟ ପରିବାରକୁ କ୍ଷତିପୁଣ ମିଳିପାରି ନାହଁି। ନୀଳଚଳ କମ୍ପାନୀର ଜଣେ ଅଧିକାରୀ ସମ୍ପୃକ୍ତ ଠିକା ସଂସ୍ଥାକୁ ଅଜାଚିତ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ କ୍ଷତିପୁରଣ ପାଇବାରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ଠିକା ଶ୍ରମିକଙ୍କ ସ୍ତ୍ରୀ ଗତ ମାସରେ କ୍ଷତିପୁରଣ ପ୍ରଦାନ ପାଇଁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦନା କରିଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ହେଲେ ଆତ୍ମାଆହୁତି ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ନୀଳାଚଳ ଇସ୍ପାତର ଜଣେ ଅଧିକାରୀ କବିତାଙ୍କୁ ୩ ଲକ୍ଷ ଟଙ୍କା ନେଇ ମାମଲାକୁ ରଫାଦଫା କରିବା ପାଇଁ କହିବା ସହ ଏହା ନ ମାନିଲେ ଠିକାଦାର ପରମାନନ୍ଦ ନାୟକ ହାଇକୋର୍ଟରେ ଏକ ମାମଲା ରୁଜୁ କରିବେ। ଫଳରେ କ୍ଷତିପୂରଣ ରାଶି ମିଳିପାରିବ ନାହଁି ବୋଲି କହିଥିବା ସୋମବାର କଳିଙ୍ଗନଗର ଅତିରକ୍ତି ଜିଲାପାଳଙ୍କୁ ଭେଟି ଜଣାଇଛନ୍ତି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କ୍ଷତିପୂରଣ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ଏହାର ସମାଧାନ ନ ହେଲେ ପୁଣି ଆତ୍ମାଆହୁତି ଚେତାବନୀ ଦେଇଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନଣ୍ଡାବର ଗ୍ରାମର ଚନ୍ଦ୍ର କାନ୍ତ ବାରିକ ଓ ସେହି ଗ୍ରାମର ପ୍ରମୋଦ ପାତ୍ର ନୀଳାଚଳ କାରଖାନାରେ ଠିକାଶ୍ରମିକ କାମ କରୁଥିଲେ। ଗତ ୨୧ା୧ା୧୭ରେ ଉଭୟଙ୍କ ସଡ଼କ ଦୃର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁଇଜଣ ପୃଥ୍‌କ ପୃଥ୍‌କ ଠିକାଦାର ପାଖ ରେ କାର୍ଯ୍ୟ କରୁଥିଲେ। ମୃତ ପ୍ରମୋଦଙ୍କର ପରିବାର କ୍ଷତିପୁରଣ ପାଇଛନ୍ତି। ହେଲେ ମୃତ ଚନ୍ଦ୍ରକାନ୍ତଙ୍କ ନାମ ଇଏସ୍‌ଆଇରେ ଠିକାଦାର ପରମାନ୍ଦ ନାୟକ ଅର୍ନ୍ତଭୁକ୍ତ କରି ନ ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ମିଳିପାରି ନାହଁି। ନେଇ ମୃତ ସ୍ତ୍ରୀ କବିତା ଜିଲା ପ୍ରଶାସନ, ନୀଳାଞ୍ଚଳ କର୍ତ୍ତୃପକ୍ଷଙ୍କ ପାଖକୁ ଯାଇ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିଲା। ତେଣୁ ବାଧ୍ୟ ହୋଇ ଆତ୍ମାହୁତି ଦେବା ପାଇଁ ଏକ ଦାବିପତ୍ର ଯାଜପୁର ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିଲେ। ଏହି ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାପରେ ନୀଳାଚଳ କାରଖାନା କର୍ତ୍ତୃପକ୍ଷ ଠିକାଦାର ପରମାନନ୍ଦଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିଳାଚଳ ଇସ୍ପାତର ଜଣେ ଅଧିକାରୀ କବିତାଙ୍କୁ ଡାକି ଟଙ୍କା ନେଇ ମାମଲାକୁ ରଫାଦଫା କରିଦେବା ପାଇଁ କହିଥିଲେ। ହାଇକୋର୍ଟରେ ଠିକାଦାର ମାମଲା କରିବା ନେଇ କହିଥିଲେ। ଏଥିରେ କବିତା ରାଜି ନ ହେବାରୁ ଠିକାଦାର ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଏ ନେଇ ସେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଭେଟି ଜଣାଇଥିବା କହିଛନ୍ତି। କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟାଦେଶ ଖିଲାପି ଠିକାଦାର ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସମ୍ପୃକ୍ତ ଠିକାଦାରଙ୍କୁ କାହିଁକି ଏ ପର୍ଯ୍ୟନ୍ତ କଳାତାଲିକା ଭୁକ୍ତ କରାଯାଇ ନାହଁି ବୋଳି ସୁକିନ୍ଦା ଅଞ୍ଚଳର ସମାଜିକକର୍ମୀ ପୁନମ ଅଗ୍ରଓ୍ବାଲ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳୀପୂଜା ପ୍ରସ୍ତୁତି ଆରମ୍ଭ : ମୂର୍ତ୍ତି ନିର୍ମାଣ ପାଇଁ ଉଠିଲା ମାଟି

ଯାଜପୁର ରୋଡ,୧୪ା୧୦(ନି.ପ୍ର.): କାଳୀପୂଜାକୁ ସରସ ସୁନ୍ଦର କରିବା ନେଇ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାସ୍ତ୍ର ଅନୁସାରେ କୁମାର ପୂର୍ଣ୍ଣିମା...

ଆଜି ବସିବ ଛତିଶା ନିଯୋଗ ବୈଠକ, ରବିବାର ଜଗା ଦର୍ଶନ ଉପରେ ହୋଇପାରେ ଆଲୋଚନା

ପୁରୀ ଅଫିସ,୧୨।୩: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ର୍ନିଘଣ୍ଟ ଉପରେ...

୧୨ ଗାଁକୁ ଶଟ୍‌ଡାଉନ୍‌ କଲେ ସରପଞ୍ଚ

କାଶୀନଗର,୨୫ା୫(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ବ୍ଲକ୍‌ ଶିଆଳି ପଞ୍ଚାୟତ ଅଧୀନ ମାଣ୍ଟିଗୁଡ଼ା ଗ୍ରାମର ଜଣେ ପଜିଟିଭ୍‌ ଚିହ୍ନଟ ହେବାପରେ ପଞ୍ଚାୟତର ୧୨ ଗାଁକୁ ଶଟ୍‌ଡାଉନ ଘୋଷଣା...

‘ବ୍ରହ୍ମୋସ୍‌’ର ଦୁଇଥର ସଫଳ ବ୍ୟାବହାରିକ ପରୀକ୍ଷଣ: ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବାର ରଖିଛି କ୍ଷମତା

ବାଲେଶ୍ୱର ଅଫିସ, ୧୭।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର) ପକ୍ଷରୁ ମଙ୍ଗଳବାର ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ବ୍ରହ୍ମୋସ’ର ଦୁଇଥର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ ୮ଟା...

ଖୋର୍ଦ୍ଧାରେ ହେବ ନାହିଁ ଗଣେଶ ପୂଜା

ଖୋର୍ଦ୍ଧା ଅଫିସ,୧୮।୮: ଖୋର୍ଦ୍ଧା ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୋଭିଡ୍‌ ପରିଚାଳନା ନେଇ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ...

ତହସିଲଦାରଙ୍କୁ ଆକ୍ରମଣ, ଜେଲ ଗଲେ ଅଧ୍ୟାପକ

ବାଲିଗୁଡା,୨୦ା୭(ଡି.ଏନ୍‌.ଏ.)- କୋଭିଡ୍‌ ନିୟମ ଉଲ୍ଲଂଘନ କରି ଶୁଦ୍ଧିକ୍ରିୟା ଚାଲିଥିଲା। ତହସିଲଦାର ପହଞ୍ଚି ବାରଣ କରିବାରୁ ଜଣେ ଅଧ୍ୟାପକ ତାଙ୍କୁ ଆକ୍ରମଣ କରିଥିଲେ। ଥାନାରେ ଅଭିଯୋଗ ପରେ...

କ୍ୟାନ୍‌ସର ପୀଡ଼ିତଙ୍କ ପାଇଁ ସଞ୍ଚିତ ରାଶି ଦାନ କଲେ ଆୟୁଷ୍ମାନ

ବରଗଡ ଅଫିସ,୭।୬- ବରଗଡ଼ ସହରର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ଦର୍ଜୀ ରବିବାର ନିଜ ସଞ୍ଚିତ ରାଶିକୁ କ୍ୟାନ୍‌ସର ପୀଡିତଙ୍କ ପାଇଁ ନିଜ ସଞ୍ଚିତ...

ଅନାସ୍ଥା ବୈଠକ ସ୍ଥଗିତ: ରାତି ଅଧିଆ ଚିଠିକୁ ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ଅନୁଗୋଳ ବ୍ଲକ ଖଲାରୀ ସରପଞ୍ଚ କନ୍ଦର୍ପ ମହାରଣାଙ୍କ ବିରୋଧରେ ଶୁକ୍ରବାର ହେବାକୁ ଥିବା ଅନାସ୍ଥା ବୈଠକ ସ୍ଥଗିତ ରହିଛି। ଗୁରୁବାର ସନ୍ଧ୍ୟା ୭ଟା...

Advertisement
Archives

Model This Week