ନୀଳରକ୍ତ କଙ୍କଡା ସୁରକ୍ଷା ପାଇଁ ବେଳାଭୂମି ସଫେଇ

ରୂପସା, ୯ା୩(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବଗଦା ବେଳାଭୂମିରେ ସୋମବାର ସଫେଇ ଅଭିଯାନ ଆରମ୍ଭ ହୋଇଛି। ସମୁଦ୍ରରେ ନୀଳରକ୍ତ କଙ୍କଡାର ସୁରକ୍ଷା ପାଇଁ ବାଲେଶ୍ୱରର ଆସୋସିଏଶନ ଫର ବାୟୋଡାଇଭରସିଟି କଞ୍ଜରଭେଶନ(ଏବିସି), ବଗଦ୍‌ାର ମମତା ଜଙ୍ଗଲ ସୁରକ୍ଷା କମିଟି, ଅମର ଯବାନ ଯୁବ ସଙ୍ଗଠନର ମିଳିତ ଆନୁକୂଲ୍ୟରେ ବେଳାଭୂମିରେ ପ୍ଲାଷ୍ଟିକ ପ୍ୟାକେଟ, ବୋତଲ, ଟୁକୁରା ଜାଲ, ପଲିଥିନ, କାଚ ସମେତ ଅନ୍ୟାନ୍ୟ ଆବର୍ଜନା ସବୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା। ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଚିତ୍ରଶିଳ୍ପୀ କେଶୁ ଦାସ ଏହି ସଭାରେ ପୌରୋହିତ୍ୟ କରି ବେଳାଭୂମିର ପରିଚ୍ଛନ୍ନତା ବଜାୟ ରଖିବା ସହ ଏହାକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରାପ୍ତ ନିମେନ୍ତ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଏବିସିର କୋର୍ଡିନେଟର ବିଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ଭଲ ଥିବା ଜମିର ବୀମା କମ୍ପାନୀର କ୍ରପ୍‌ କଟିଂ

ରାଜନଗର, ୨୧।୧୨ – ବାତ୍ୟା ଜୱାଦ ପ୍ରଭାବରେ ରାଜନଗର ଅଞ୍ଚଳର ଧାନ ଫସଲକୁ ଉଜାଡି ଦେଇଛି। କେବଳ ଖରିଫ ଧାନ ଚାଷ ଉପରେ ନିର୍ଭର କରୁଥିବା...

ଅଧିକାରୀ ଆସିଲେ ଦିଆଯିବ ଅନୁମତି

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ଅତିଷ୍ଠ କରୁଛି ଅଘୋଷିତ ବିଦ୍ୟୁତ୍‌ କାଟ। ବଦଳାଯାଉନି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଇଲେକ୍ଟ୍ରି ଖୁଣ୍ଟ। ନିର୍ଦ୍ଧାରିତ ଉଚ୍ଚତାକୁ ଉଠାଯାଉନି ଅତି ତଳକୁ...

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ...

ଆଜି ନାଲ୍‌କୋ ବିଶ୍ୱକର୍ମା ପୂଜାର ମେଲାଣି ଉତ୍ସବ; ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼

ବଅଁରପାଳ,୨୩।୯(ଡି.ଏନ.ଏ.) ଅନୁଗୋଳ ଜିଲା ନାଲ୍‌କୋ ନଗରରେ ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ରବିବାର ଥିଲା ଶେଷ ସନ୍ଧ୍ୟା। ଛୁଟି ଦିନରେ ପୂଜା ଦେଖିବା ପାଇଁ ଆଖପାଖ...

ସମାଜ ଲାଗି ଉଦାହରନ୍‌ ପାଲଟିଛନ୍‌ ଅଜିତ

ଭବାନୀପାଟଣା,୧୫।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟା। ସେ ନିହାତି ଗରିବ୍‌, ପେସାରେ ଝନେ ସାଇକେଲ ମେକାନିକ୍‌। ହେଲେ ହୁରୁଦ୍‌...

ବ୍ୟବହୃତ ରନ୍ଧନ ତୈଳର ପୁନର୍ବ୍ୟବହାର ନେଇ ସଚେତନତା

ପୁରୀ ଅଫିସ,୨ା୧୦: ବ୍ୟବହୃତ ରନ୍ଧନ ତୈଳକୁ ଗରମ କରି ଏହାକୁ ପୁନଃବ୍ୟବହାର କରିବା ପ୍ରାୟ ସମସ୍ତଙ୍କର ଏକ ଅଭ୍ୟାସ। ତେବେ ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରକାର...

ପୂର୍ବ ଶତ୍ରୁତା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ରଣପୁର,୮ା୧୧(ସ୍ବ.ପ୍ର.): ପୂର୍ବ ଶତ୍ରୁତାକୁ ନେଇ ରଣପୁର ଥାନା ରାମଚନ୍ଦ୍ରପୁର ଗାଁର ଅଶୋକ କୁମାର ସେଠୀ(୩୨)ଙ୍କୁ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର ୩ ଯୁବକ...

ଭୋଟ ଦେବାକୁ ଆସି ଚାଲିଗଲା ମହିଳାଙ୍କ ଜୀବନ

ଚିତ୍ରକୋଣ୍ଡା,୨୪।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗା ପଞ୍ଚାୟତ ବାଣାଝୋଲି ଗ୍ରାମର ଜଣେ ମହିଳା ଭୋଟ ଦେବାକୁ ଆସି ତାଙ୍କର ଜୀବନ ଯାଇଛିି। ସେ...

Advertisement
Archives

Model This Week