ନିୟମ ଉଲ୍ଲଂଘନ ନେଇ ଗ୍ରସୋରି ଦୋକାନ ସିଲ୍‌

ସଜନାଗଡ଼, ୧୧।୪(ଡି.ଏନ.ଏ.): କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତ୍ୱ ଓ ମୁହଁରେ ମାସ୍କ ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ଏହାକୁ ଅମାନ୍ୟ କରାଯାଉଛି। ଫଳରେ କରୋନା ଭୂତାଣୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି।
ଶନିବାର ବାଲେଶ୍ୱର ଜିଲା ନୀଳଗିରି ବଜାର ଦୋକାନଗୁଡ଼ିକ ସମ୍ମୁଖରେ ଜନଗହଳି ଥିବା ଦେଖିବାକୁ ମିଳିଥିଲା। କେତେକ ବ୍ୟବସାୟୀ ଦୋକାନ ସମ୍ମୁଖରେ ବୃତ୍ତ ଚିହ୍ନ ଦେଇଥିଲେ ମଧ୍ୟ ସାମଗ୍ରୀ ବିକ୍ରି ବେଳେ ସାମାଜିକ ଦୂରତ୍ୱ ପ୍ରତି ଆଦୌ ଧ୍ୟାନ ଦିଆଯାଉ ନ ଥିଲା। ସେହିପରି ଅନେକ ବ୍ୟକ୍ତିଙ୍କ ମୁହଁରେ ମାସ୍କ ନ ଥାଇ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଥିଲା। ନୀଳଗିରି ପ୍ରଶାସନ ପକ୍ଷରୁ ଖବରପାଇ ତହସିଲଦାର ଅଶେଷ ନାୟକ, ନୀଳଗିରି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ଏବଂ ନୀଳଗିରି ପୋଲିସ ଅଧିକାରିଣୀ ମୀନତି ବିଶ୍ୱାଳ ମିଳିତ ଭାବେ ଚଢ଼ାଉ ଆରମ୍ଭ କରିଥିଲେ। ଚଢ଼ାଉରେ ନୀଳଗିରି ବଜାର ଦୁର୍ଗାମଣ୍ଡପ ନିକଟସ୍ଥ ଗୋବିନ୍ଦ ଚନ୍ଦ୍ର ବେହେରାଙ୍କ ଗ୍ରୋଶରି ଦୋକାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ତାଙ୍କ ନାମରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନକୁ ନେଇ ମାମଲା ରୁଜୁ କରାଯାଇଛି। ସେହିପରି ନୀଳଗିରି ଏନ୍‌ଏସି ପକ୍ଷରୁ ନୀଳଗିରି ମାର୍କେଟ୍‌କୁ ମାର୍କେଟିଂ ପାଇଁ ଆସିଥିବା ଜନସାଧାରଣ ମାସ୍କ ପିନ୍ଧି ନ ଥିବା ଯୋଗୁ ୧୦ଜଣଙ୍କ ନିକଟରୁ ୨ଶହ ଟଙ୍କା ଲେଖାଏ ଜରିମାନା ଆଦାୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri