Posted inଫୁରସତ

ନିଲାମ ହେବ ଆଇନ୍‌ଷ୍ଟାଇନଙ୍କ ପିଲାଦିନର ଖେଳନା

ନ୍ୟୁୟର୍କ: ଆର୍ଲବଟ ଆଇନ୍‌ଷ୍ଟାଇନଙ୍କ ପିଲାଦିନର ପ୍ରିୟ ଖେଳନା ମୋଜାଇକ୍‌ ପର୍ଲ ଗେମ୍‌ ଆସନ୍ତା ମାସରେ ନିଲାମ ହେବ। ଏହା ୬୦ ହଜାର ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୨.୯୨ ଲକ୍ଷ ଟଙ୍କାରେ ନିଲାମ ହେବ। ଏହି ଖେଳନାରେ ୫୨୦ଟି ରଙ୍ଗୀନ ମୋତି ଏବଂ ଛୋଟ ବଲ୍‌ ରହିଛି। ଯାହା ପାର୍ଟନ ତିଆରି କରିବାରେ ପାଞ୍ଚଟି ହୋଲ୍‌ ଫ୍ରେମ୍‌ରେ ରଖାଯାଇଛି। ବିକ୍ରେତା ବୋହ୍ନମ୍ସ ନ୍ୟୁୟର୍କରେ କହିଛନ୍ତି, ଆଇନ୍‌ଷ୍ଟାଇନଙ୍କ ଏହି ଖେଳନା ଦୁର୍ଲଭ ଅଟେ। ଏହା ଯୁବପିଢ଼ିଙ୍କ ପାଇଁ ବହୁ ଜରୁରୀ। ଏହାର ଆକାର ୭.୩ ମିଟର ଏବଂ ଚଉଡ଼ା ୧.୫ ମିଟର। ୬ ମାର୍ଚ୍ଚରେ ଏହା ବିକ୍ରି ହେବ।
ଏକ ରିପୋର୍ଟରୁ ପ୍ରକାଶ, ଏହାକୁ ଆଇନ୍‌ଷ୍ଟାଇନ୍‌ ନିଜ ପାଖରେ ଶେଷ ଜୀବନ ପର୍ଯ୍ୟନ୍ତ ରଖିଥିଲେ। ତାଙ୍କ ନିଧନ ସମୟରେ ଉପହାର ସଦୃଶ ଦିଆଯାଇଥିଲା। ପିଲାଦିନେ ଆଇନ୍‌ଷ୍ଟାଇନ ଏହି ଖେଳ ଖେଳିବାକୁ ବହୁ ପସନ୍ଦ କରୁଥିଲେ ବୋଲି ତାଙ୍କ ଭଉଣୀ ମେଜା ଏପ୍‌୍‌ସିଷ୍ଟିନ୍‌ ଏକ ସାକ୍ଷାତକାରରେ କହିଛନ୍ତି। ଏହି ଖେଳରେ ଅଧିକ ପଜଲ୍‌ ବା ପହଳିକା, ବିଲ୍ଡିଂ ବ୍ଲକ୍‌ସ ଆଦି ରହିଛି। ଏହି ଖେଳନା ଗୋଟିଏ ବର୍ଷ ସଂଗ୍ରାହାଳୟରେ ଥିଲା। ୧୯୫୫ ଏପ୍ରିଲ ୧୮ରେ ତାଙ୍କ ମୃତ୍ୟୁପରେ ଜଣେ ବନ୍ଧୁଙ୍କୁ ଉପହାର ସଦୃଶ ଦିଆଯାଇଥିଲା। ଆର୍ଲବଟ ଆଇନ୍‌ଷ୍ଟାଇନ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକଙ୍କ ମଧ୍ୟରୁ ଅନ୍ୟତମ। ୧୮୭୯ ମାର୍ଚ୍ଚ ୧୪ରେ ଜର୍ମାନରେ ତାଙ୍କର ଜନ୍ମ ହୋଇଥିଲା। ୧୯୧୬ରେ ଆଇନ୍‌ଷ୍ଟାଇନଙ୍କ ବହି ଜେନେରାଲ ଥିଓରୀ ଅଫ୍‌ ରିଲେଟିଭିଟିରେ ଏହା ପ୍ରକାଶ ପାଇଥିଲା। ମାତ୍ର ୨୬ ବର୍ଷ ବୟସରେ ଆଇନ୍‌ଷ୍ଟାଇନ ଏହି ବହି ଲେଖିଥିଲେ। ଏଥିପାଇଁ ତାଙ୍କୁ ୧୯୨୧ରେ ଗ୍ଲୋବାଲ ପୁରସ୍କାର ମିଳିଥିଲା। ପିଲାଦିନେ ଖେଳ ଏବଂ ସଂଗୀତରେ ଆଇନ୍‌ଷ୍ଟାଇନଙ୍କ ରୁଚି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?