Posted inଜାତୀୟ

‘ନିର୍ଭୟା’ଙ୍କୁ ମିଳିଲା ନ୍ୟାୟ: ଫାଶୀଖୁଣ୍ଟରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ,୨୦ା୩: ଦୀର୍ଘ ୭ ବର୍ଷ ପରେ ‘ନିର୍ଭୟା’ଙ୍କୁ ନ୍ୟାୟ ମିଳିଛି। ନିର୍ଭୟା ଗଣବଳାତ୍କାର ଘଟଣାରେ ୪ ଦୋଷୀ ଅକ୍ଷୟ ଠାକୁର, ପବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଏହା ପୂର୍ବରୁ ଭୋର୍‌ ୪ଟାରୁ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଫାଶୀ ପାଇବାର ଘଣ୍ଟାଏ ପୂର୍ବରୁ ଦୋଷୀମାନଙ୍କୁ ଉଠାଯାଇ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ତେବେ ସେମାନେ ପ୍ରାର୍ଥନା କରିବାକୁ ମନା କରି ଦେଇଥିବା ସୂଚନା ମିଳିଥିଲା। ଏସବୁ ପ୍ରକ୍ରିୟା ଶେଷ ହେବା ପରେ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ ଓ ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯିବା ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଠିକ୍‌ ସାଢ଼େ ୫ଟାରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ତିହାର ଜେଲ୍‌ରେ ପ୍ରଥମ ଥର ପାଇଁ ଏକା ସଙ୍ଗେ ୪ ଜଣଙ୍କୁ ଫାଶୀ ଦିଆଯାଇଛି। ଅକ୍ଷୟ, ପବନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧ ଘଣ୍ଟା ଫାଶୀଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରି ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ପରିସରରେ ଛାତ୍ରୀଙ୍କୁ ଛୁରିଭୁସି ହତ୍ୟା

ବେଙ୍ଗାଲୁରୁ, ୪।୧: ବେଙ୍ଗାଲୁରୁ ପ୍ରେସିଡେନ୍ସି କଲେଜ ପରିସରରେ ଜଣେ ଛାତ୍ରୀଙ୍କୁ ଅନ୍ୟ କଲେଜର ଛାତ୍ର ଛୁରିଭୁସି ହତ୍ୟା କରିଛନ୍ତି । ଲାୟାସ୍ମତାଙ୍କୁ ତାଙ୍କ ଦୂର ସମ୍ପର୍କୀୟ...

ନିଜ ଚାମ୍ବରରୁ ଏସି ହଟାଇ ଡାକ୍ତରଖାନାକୁ ଦେଲେ ଜିଲାପାଳ

ଭୋପାଳ, ୭।୬: ସାରା ଦେଶରରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ମଣିଷ ବି ଏହି ଅସହ୍ୟ ତାତିରେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ପ୍ରଚଣ୍ଡ...

ପୋଲିସ ଛାନିଆ: ୩ ବାଇକ୍‌ ଚୋରି ଅଭିଯୁକ୍ତ କରୋନା ପଜିଟିଭ୍‌

ମୁଜାଫରପୁର,୧୧।୪: ବିହାରର ମୁଜାଫରପୁର ଅଞ୍ଚଳର କରଜିଆ ଥାନାରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଧରାପଡ଼ିଥିବା ୩ ଜଣ ବାଇକ୍‌ ଚୋରି ଅଭିଯୁକ୍ତଙ୍କ ନମୁନା ରିପୋର୍ଟ କରୋନା...

‘ଦେଶର ପ୍ରତିଷ୍ଠା ବିପଦରେ, ଚାଇନା ଯିବେ ନିବେଶକ’

ନୂଆଦିଲ୍ଲୀ, ୧୦ା୩: ୨୦୧୮ ମସିହାର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର କୋ-ଲୋକେଶନ ଘଟଣାର ତଦନ୍ତରେ ମନ୍ଥରଗତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଉପରେ କ୍ଷୁବ୍ଧ ହୋଇଛନ୍ତି...

ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍‌କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ...

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମିଳିବ ଦଣ୍ଡ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ...

ତମାଖୁ ଉପରେ ଲାଗିପାରେ ଜିଏସଟି-ଉତ୍ପାଦ ଶୁଳ୍କ, ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଉଥିବା ପିଟିଶନ ଖାରଜ…

ନୂଆଦିଲ୍ଲୀ,୫।୧୦ : କର୍ନାଟକ ହାଇକୋର୍ଟ ବୁଧବାର ରାୟ ଦେଇଛନ୍ତି ଯେ ତମାଖୁ ଏବଂ ତମାଖୁ ଦ୍ରବ୍ୟ ଉପରେ କେନ୍ଦ୍ରୀୟ ଜିଏସଟି ସହିତ ଉତ୍ପାଦ ଶୁଳ୍କ ଲାଗୁ...

ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶର ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ କରିଛି। ମୁଖତାରଙ୍କ ଗାଜିପୁରର ମହମ୍ମଦାବାଦସ୍ଥିତ ବାସଭବନ ଏବଂ ତାଙ୍କୁ ସହଯୋଗୀ, ପରିବାର ସଦସ୍ୟଙ୍କ...

Advertisement
Archives

Model This Week