ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି ଅନ୍ୟ ଜଣେ ଶିକ୍ଷକ ଅଶୋକ କୁମାର ମଲ୍ଲିକ ନିର୍ବାଚନ କାର୍ଯ୍ୟରେ ଯାଇ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ଯାଇ ଦେହ ଖରାପ ହେବା ପରେ ପ୍ରଶାସନ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ନିୟମ ଅନୁସାରେ କ୍ଷତିପୂରଣ ମିଳିବା କଥା। ହେଲେ ପ୍ରଶାସନ ଜାଣିଶୁଣି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛି। ତାଙ୍କୁ କାର୍ଯ୍ୟରୁ ରିଲିଭ କରାଯାଇଥିବା ପ୍ରଶାସନ କହୁଛି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗୁରୁବାର ମୃତ ଶିକ୍ଷକଙ୍କ ସ୍ତ୍ରୀ, ପୁଅ ଏବଂ ସମ୍ପର୍କୀୟ ଉପ ଜିଲାପାଳଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି।    ବାଲିଗୁଡା ବ୍ଲକ ସମାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଅଶୋକଙ୍କୁ ପ୍ରିଜାଇଡିଂ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେବାକୁ ତାଲିମ ଦିଆଯାଇଥିଲା। ଗତ ୧୬ ତାରିଖ ପୂର୍ବାହ୍ନ ସାଢ଼େ ୮ଟାରେ ଫୁଲବାଣୀ ସରକାରୀ ପଲିଟେକନିକ୍‌ରେ ଯୋଗଦେଇ ପ୍ରିଜାଇଡିଂ ଅଫିସର ଭାବେ ଅନ୍ୟ ୬ ଜଣ ପୋଲିଂ ଅଫିସରଙ୍କ ସହ ନଁା ରେଜିଷ୍ଟ୍ରେଶନ କରିଥିଲେ। ଅଶୋକଙ୍କ ଦେହ ଅସୁସ୍ଥ ଥିବାରୁ ସେ ନିର୍ବାଚନ ଦାୟିତ୍ୱରେ ଥିବା ଉପ ଜିଲାପାଳଙ୍କୁ ରିଲିଭ କରିବା ପାଇଁ ଉକ୍ତ ଦିନ କହିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ। ତାଙ୍କର ଫିରିଙ୍ଗିଆ ବ୍ଲକର ୩୦ ନଂ. ବୁଥରେ ଡ୍ୟୁଟି ପଡିଥିଲା। ୧୬ ତାରିଖରେ ନିର୍ବାଚନ ଲାଗି ଇଭିଏମ୍‌, ଭିଭିପିପଏଟି ମେଶିନ ଓ ଅର୍ଥ ଆଦି ଗ୍ରହଣ କରିଥିଲେ। ୧୭ ତାରିଖ ବୁଥ୍‌କୁ ଯିବା ଦିନ ଅଶୋକଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡି ଯାଇଥିଲେ। ପ୍ରଥମେ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନିର୍ବାଚନ କାର୍ଯ୍ୟରେ ଯାଇ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ନିୟମ ଅନୁସାରେ ଆମକୁ କ୍ଷତିପୂରଣ ମିଳିବା କଥା। ପ୍ରଶାସନ ଆମ କଥା ଶୁଣୁ ନାହିଁ ବୋଲି ଅଶୋକଙ୍କ ସ୍ତ୍ରୀ କାନ୍ତି କହଁର ପ୍ରକାଶ କରିଛନ୍ତି।  ଉପ ଜିଲାପାଳ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ ସେ ୧୬ ତାରିଖରେ ଆସି ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ଦେହ ଖରାପ ଥିଲା। ଆମେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରି ଅନ୍ୟ ଜଣଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିଥିଲୁ। ଏଥିସହ ଶିକ୍ଷକ ଅଶୋକଙ୍କୁ ଘରକୁ ନେଇଯିବାକୁ ତାଙ୍କ ପୁଅଙ୍କୁ କହିଥିଲୁ। କୌଣସି କାରଣ ପାଇଁ ସେମାନେ ଯାଇ ନ ଥିଲେ।  ୧୭ ତାରିଖରେ ସେ ପଡି ଯାଇଥିଲେ। ତାଙ୍କୁ ମେଡିକାଲ ନେବା ବ୍ୟବସ୍ଥା କରାଯାଇଥିଲା। ୧୬ ତାରିଖରେ ତାଙ୍କୁ ରିଲିଭ କରାଯାଇଥିଲା, ତେଣୁ ସେ ନିର୍ବାଚନ ଦାୟିତ୍ୱରେ ନ ଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଭରଣ ଭେଣ୍ଡି ପଦର ନଷ୍ଟ ଅଭିଯୋଗ

ବୁଗୁଡ଼ା,୧ା୬(ଡି.ଏନ.ଏ.)- ବୁଗୁଡ଼ା ଥାନା କାଞ୍ଜିଆପଲ୍ଲୀରେ ପ୍ରାୟ ୩ ଭରଣ ଭେଣ୍ଡି ପଦରକୁ କୌଣସି ଦୁର୍ବୃତ୍ତ ନଷ୍ଟ କରିଥିବା ନେଇ ରଙ୍କନିଧି ଗୌଡ଼ ଶନିବାର ବୁଗୁଡ଼ା ଥାନାରେ...

ରୋଜଗାର ପାଇଁ ଜୀବିକା ବଦଳାଉଛନ୍ତି କ୍ଷୁଦ୍ର ବ୍ୟବସାୟୀ

ବୁଗୁଡା,୧ା୫(ଡି.ଏନ୍‌.ଏ.)- ବୁଗୁଡା ସହର ତଥା ଆଖପାଖ ଅଞ୍ଚଳରେ କରୋନା ସଂକ୍ରମଣକୁ ପ୍ରତିହତ ପାଇଁ ମାସେ ହେଲା ଲକ୍‌ଡାଉନ କଟକଣା ଜାରି ହୋଇଛି। ଏଥି ନିମନ୍ତେ ବହୁ...

ଜିଲାପାଳ କ୍ଷମତାର ଉପଯୋଗ କଲେ ସରପଞ୍ଚ: ପଞ୍ଚାୟତରେ ୮ଦିନ ପର୍ଯ୍ୟନ୍ତ ୨୦ ଘଣ୍ଟିଆ ଶଟ୍‌ଡାଉନ୍‌

ବୁଗୁଡ଼ା,୯ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ମାଣିତରା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ନାୟକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ଜିଲାପାଳ କ୍ଷମତାର ଉପଯୋଗ କରିଛନ୍ତି।...

ଗଞ୍ଜେଇ ବୋଝେଇ ଅଟୋ ଜବତ; ଅଣ ଓଡ଼ିଆ ଯୁବକ, ଯୁବତୀଙ୍କ ସହ ଚାଳକ ଗିରଫ

ଦିଗପହଣ୍ଡି,୧୭ା୧୦(ଡି.ଏନ.ଏ.) -ଦିଗପହଣ୍ଡି ଅବକାରୀ ବିଭାଗ ଏକ ଗଞ୍ଜେଇ ବୋଝେଇ ଅଟୋ (ନଂ.ଓଡି୦୭ଏକ୍ସ-୧୯୮୨)କୁ ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଯୁବକ...

ଯୌତୁକଜନିତ ହତ୍ୟା ମାମଲା: ସ୍ବାମୀଙ୍କୁ ଆଜୀବନ, ଶାଶୁଙ୍କୁ ୭ ବର୍ଷ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୬ା୧: ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ-୩) ଡା. ଇନ୍ଦୁ ଶର୍ମା ଶୁକ୍ରବାର ଏକ ଯୌତୁକଜନିତ ହତ୍ୟା ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ ମିଳିଥିବାରୁ...

ବାଲି, ପଥର ଚୋରିର ତଦନ୍ତ କରୁଛି ଟିମ୍‌

ଛତ୍ରପୁର,୧୯ା୧(ଡି.ଏନ.ଏ)-ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଥିବା ସଇରାତରୁ ବାଲି ଓ ପଥର ଚୋରି ହେବାରେ ଲାଗିଛି। ଅନ୍ୟପକ୍ଷରେ ଭୁବନେଶ୍ୱରରୁ ଏକ ଅଡିଟ୍‌ ଟିମ୍‌ ଆସି ଜିଲାରେ...

୫ ବର୍ଷ ପରେ ବି ଷ୍ଟାଣ୍ଡକୁ ଗଲାନି ବସ୍‌

ବ୍ରହ୍ମପୁର ଅଫିସ,୮ା୧୧-ଗୋପାଳପୁର ଏନ୍‌ଏସିର ଉନ୍ନତୀ ପାଇଁ ଯୋଜନା ପରେ ଯୋଜନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ଆଲୋକ ସଜା,...

ପ୍ରଦୀପଙ୍କୁ ଭୋଟ ଦିଅନ୍ତୁ ପଦ୍ମପୁରବାସୀ: ପ୍ରଦୀପ ପାଣିଗ୍ରାହୀ

ଗୋପାଳପୁର,୨୭ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଚର୍ଚ୍ଚା ଦିନକୁ ଦିନ ଜୋର ଧରିବାରେ ଲାଗିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ...

Advertisement
Archives

Model This Week