ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି ଅନ୍ୟ ଜଣେ ଶିକ୍ଷକ ଅଶୋକ କୁମାର ମଲ୍ଲିକ ନିର୍ବାଚନ କାର୍ଯ୍ୟରେ ଯାଇ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ଯାଇ ଦେହ ଖରାପ ହେବା ପରେ ପ୍ରଶାସନ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ନିୟମ ଅନୁସାରେ କ୍ଷତିପୂରଣ ମିଳିବା କଥା। ହେଲେ ପ୍ରଶାସନ ଜାଣିଶୁଣି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛି। ତାଙ୍କୁ କାର୍ଯ୍ୟରୁ ରିଲିଭ କରାଯାଇଥିବା ପ୍ରଶାସନ କହୁଛି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗୁରୁବାର ମୃତ ଶିକ୍ଷକଙ୍କ ସ୍ତ୍ରୀ, ପୁଅ ଏବଂ ସମ୍ପର୍କୀୟ ଉପ ଜିଲାପାଳଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି।    ବାଲିଗୁଡା ବ୍ଲକ ସମାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଅଶୋକଙ୍କୁ ପ୍ରିଜାଇଡିଂ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେବାକୁ ତାଲିମ ଦିଆଯାଇଥିଲା। ଗତ ୧୬ ତାରିଖ ପୂର୍ବାହ୍ନ ସାଢ଼େ ୮ଟାରେ ଫୁଲବାଣୀ ସରକାରୀ ପଲିଟେକନିକ୍‌ରେ ଯୋଗଦେଇ ପ୍ରିଜାଇଡିଂ ଅଫିସର ଭାବେ ଅନ୍ୟ ୬ ଜଣ ପୋଲିଂ ଅଫିସରଙ୍କ ସହ ନଁା ରେଜିଷ୍ଟ୍ରେଶନ କରିଥିଲେ। ଅଶୋକଙ୍କ ଦେହ ଅସୁସ୍ଥ ଥିବାରୁ ସେ ନିର୍ବାଚନ ଦାୟିତ୍ୱରେ ଥିବା ଉପ ଜିଲାପାଳଙ୍କୁ ରିଲିଭ କରିବା ପାଇଁ ଉକ୍ତ ଦିନ କହିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ। ତାଙ୍କର ଫିରିଙ୍ଗିଆ ବ୍ଲକର ୩୦ ନଂ. ବୁଥରେ ଡ୍ୟୁଟି ପଡିଥିଲା। ୧୬ ତାରିଖରେ ନିର୍ବାଚନ ଲାଗି ଇଭିଏମ୍‌, ଭିଭିପିପଏଟି ମେଶିନ ଓ ଅର୍ଥ ଆଦି ଗ୍ରହଣ କରିଥିଲେ। ୧୭ ତାରିଖ ବୁଥ୍‌କୁ ଯିବା ଦିନ ଅଶୋକଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡି ଯାଇଥିଲେ। ପ୍ରଥମେ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନିର୍ବାଚନ କାର୍ଯ୍ୟରେ ଯାଇ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ନିୟମ ଅନୁସାରେ ଆମକୁ କ୍ଷତିପୂରଣ ମିଳିବା କଥା। ପ୍ରଶାସନ ଆମ କଥା ଶୁଣୁ ନାହିଁ ବୋଲି ଅଶୋକଙ୍କ ସ୍ତ୍ରୀ କାନ୍ତି କହଁର ପ୍ରକାଶ କରିଛନ୍ତି।  ଉପ ଜିଲାପାଳ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ ସେ ୧୬ ତାରିଖରେ ଆସି ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ଦେହ ଖରାପ ଥିଲା। ଆମେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରି ଅନ୍ୟ ଜଣଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିଥିଲୁ। ଏଥିସହ ଶିକ୍ଷକ ଅଶୋକଙ୍କୁ ଘରକୁ ନେଇଯିବାକୁ ତାଙ୍କ ପୁଅଙ୍କୁ କହିଥିଲୁ। କୌଣସି କାରଣ ପାଇଁ ସେମାନେ ଯାଇ ନ ଥିଲେ।  ୧୭ ତାରିଖରେ ସେ ପଡି ଯାଇଥିଲେ। ତାଙ୍କୁ ମେଡିକାଲ ନେବା ବ୍ୟବସ୍ଥା କରାଯାଇଥିଲା। ୧୬ ତାରିଖରେ ତାଙ୍କୁ ରିଲିଭ କରାଯାଇଥିଲା, ତେଣୁ ସେ ନିର୍ବାଚନ ଦାୟିତ୍ୱରେ ନ ଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଭୋଟର ତାଲିକା: ୨୭ ଲକ୍ଷ ୯୨ ହଜାର ୧୫୮ ଜଣ ସାମିଲ, ବାଦ୍‌ ପଡ଼ିଲେ…

ଛତ୍ରପୁର,୫ା୭(ଦିଲ୍ଲୀପ ସାମଲ): ଭାରତର ଗଣତାନ୍ତ୍ରିକ ପର୍ବ କୁହାଯାଉଥିବା ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା, ନିର୍ଭୁଲ ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ପୋଡ଼ମପେଟା ପରେ ଏବେ ଆର୍ଯ୍ୟପଲ୍ଲୀ: କୂଳ ଲଙ୍ଘୁଛି ସମୁଦ୍ର, ଚିନ୍ତାରେ ମତ୍ସ୍ୟଜୀବୀ ସମ୍ପ୍ରଦାୟ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ସମୁଦ୍ର କୂଳ କ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ପୋଡ଼ମପେଟା ସମେତ ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର କୂଳ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଛାତ୍ରୀ ଗୁରୁତର, ବିଧାୟକ ମେଡିକାଲରେ ପହଞ୍ଚି…

ଗଞ୍ଜାମ,୪ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଦାମୋଦରପୁର ଗ୍ରାମର ଭାସ୍କର ବେହେରାଙ୍କ ଝିଅ ବିଜ୍ଞାନ ଛାତ୍ରୀ ସ୍ମୃତିମୟୀ ବେହେରା ଶନିବାର ଅପରାହ୍ନରେ ବିଦ୍ୟୁତ୍‌…

ବାହାଘର ଶୋଭାଯାତ୍ରାରେ ପୋଲିସ କନେଷ୍ଟବଳଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୪|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏକ ବିବାହ ଶୋଭାଯାତ୍ରା ରେ ଶୁକ୍ରବାର ମଧ୍ୟାହ୍ନରେ ଜଣେ କନଷ୍ଟେବଳ…

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା: ଭୋକ ଉପାସରେ ପରିବାର, କ୍ଷୋବ ପ୍ରକାଶ କରି…

ଛତ୍ରପୁର, ୪।୭ (ଦିଲ୍ଲୀପି ସାମଲ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଜୁଲାଇ ୫ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଲଘୁଚାପ ଜନିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri