‘ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱ ଦିଅ’

ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱରସ୍ଥିତ ସଦ୍‌ଭାବନା ସଭାଗୃହରେ ଚଳିତ ରବି ୨୦୧୯-୨୦ ବର୍ଷ ପାଇଁ ଜିଲା କୃଷି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅଧ୍ୟକ୍ଷତା କରି ଆସନ୍ତା ରବି ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ।
ଗତବର୍ଷର ବୈଠକ ବିବରଣୀକୁ ଅନୁମୋଦନ କରାଯିବା ପରେ ଯୁଗ୍ମ ଶସ୍ୟ ଅମଳ ରିପୋର୍ଟ ପ୍ରସ୍ତୁତ ଲାଗି ସାଟେଲାଇଟ ଦ୍ୱାରା ଜମିର ଚିହ୍ନଟ କରାଯାଇ ଯୋଜନା ଓ ସମନ୍ବୟ ବିଭାଗ, କୃଷି ବିଭାଗ ଓ ରାଜସ୍ବ ବିଭାଗର କର୍ମଚାରୀ ମିଳିତ ଭାବେ ସ୍ମାର୍ଟଫୋନରେ ଅପଡ଼େଟ୍‌ କରାଯାଉଥିବା ପ୍ରକାଶ କରାଯାଇଥିଲା। ସେହିପରି ଚଳିତ ଋତୁରେ ଜଳସେଚିତ ଓ ଅଣଜଳସେଚିତ ଜମି ଚିହ୍ନଟ କରିବା ପାଇଁ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଚଳିତ ଅମଳରେ ବସ୍ତାରେ ସର୍ବାଧିକ ହେକ୍ଟର ପିଛା ୧୦୫ କୁଇଣ୍ଟାଲ ଧାନ ହୋଇଥିବା ଓ ଜିଲାର ଜଳସେଚିତ ଜମିରେ ହାରାହାରି ହେକ୍ଟର ପିଛା ୪୫ କୁଇଣ୍ଟାଲ ଧାନ ହୋଇଥିବା ପ୍ରକାଶ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪୦ରୁ ୪୫ ପ୍ରତିଶତ ଧାନକଟା ସରିଥିବା ଜଣାପଡ଼ିଛି। ଏଥର ଜୈବ ଖତ ବ୍ୟବହାର ଯୋଗୁ ଗତ ଋତୁ ତୁଳନାରେ ରାସାୟନିକ ସାର ବ୍ୟବହାର ବହୁ ପରିମାଣରେ କମିଥିବା ଆକଳନରୁ ଜଣାପଡ଼ିଛି। ରବି ଋତୁ ଲାଗି ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ କୃଷି ଅଧିକାରୀମାନେ ସୂଚନା ଦେଇଥିଲେ। ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ନିମନ୍ତେ କୃଷି ଅଧିକାରୀମାନେ ଉଦ୍ୟମ କରିବା ସହିତ କୃଷକମାନଙ୍କ ସଚେତନତା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲା ମୁଖ୍ୟ କୃଷି ଅଧିକାରୀ କୈଳାସ ଚନ୍ଦ୍ର ପରିଡ଼ା, ବିବିସିସି ବ୍ୟାଙ୍କର ଡିଜିଏମ ଜଳଧର ପଣ୍ଡା, ଏଲଡ଼ିଏମ ସୁଦୀପ ଡାକୁଆ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁନୀଲ କୁମାର ମହାପାତ୍ର, ଜଳଚ୍ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ବଂଶୀଧର ସାମଲ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ରବି ଋତୁରେ ଚାଷୀମାନଙ୍କୁ ଠିକ୍‌ ସମୟରେ ତଥା ସୁଲଭ ମୂଲ୍ୟରେ ସାର, କୀଟନାଶକ ଓ ବିହନ ଯୋଗାଣ, ଧାଡ଼ି ରୁଆ, ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ଏବଂ ସବସିଡ଼ି ପ୍ରଦାନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଜଳସେଚନର ସୁବିଧା କରାଇବା, ଜୈବ ସାରର ପ୍ରୟୋଗ, ସାରର ଉପଯୁକ୍ତ ବ୍ୟବହାର ଏବଂ ବିକ୍ରିର ସଠିକ୍‌ ପରିଚାଳନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା। ଚଳିତ ରବି ଋତୁରେ ଜିଲାର ୨୪ ହଜାର ହେକ୍ଟର ଜମିରେ ଧାନ ଚାଷ ଏବଂ ୮୯ହଜାର ୧୫୦ହେକ୍ଟର ଜମିରେ ଅଣଧାନ ଫସଲ ଯଥା ଗହମ, ମକା, ଡାଲି ଓ ତୈଳ ଜାତୀୟ, ଝୋଟ, ଆଖୁ, ମସଲା ଓ ପନିପରିବା ଆଦି ମୋଟ୍‌ ୧ଲକ୍ଷ ୧୩ହଜାର ୧୫୦ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ କୃଷି ଓ ଆନୁଷଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ସମାଧାନ ନ ହେବାରୁ ଫେରିଗଲେ ବିଇଓ

ଭୋଗରାଇ,୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜନାର୍ଦ୍ଦନ ହାଇସ୍କୁଲରେ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଛାତ୍ରୀଛାତ୍ର, ଅଭିଭାବକମାନେ...

ଗୟଳ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

ସଜନାଗଡ଼,୧୮।୫(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଲ୍‌ଡ଼ିହା ଅଭୟାରଣ୍ୟ ରେଞ୍ଜରେ ଶନିବାର ସକାଳେ କୁଲ୍‌ଡ଼ିହା ବିଟ୍‌ରେ କାର୍ଯ୍ୟରତ ସବୁଜବାହିନୀର ପୂର୍ଣ୍ଣଚନ୍ଦ୍ର ରାଉତ ଗୟଳ ଆକ୍ରମଣରେ...

ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ

ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ

ବାହାନଗା,୨୯ା୮(ଡି.ଏନ.ଏ.)- ବାହାନଗା ବ୍ଲକ ସାହାସପୁର ଗ୍ରାମର ଜଣେ ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି। ଏନେଇ ଗୋପାଳପୁର ଫାଣ୍ଡି ପୋଲିସ ଏକ ମାମଲା...

ଜିଲାପାଳଙ୍କ ଅଫିସ୍‌ ଫାଟକରେ ତାଲା ପକାଇ ପଳାଇଲେ ଯୁବକ

ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ର ଦୁଇଟିଯାକ ମୁଖ୍ୟ ଫାଟକରେ ଜଣେ ଯୁବକ ଶନିବାର ଅପରାହ୍ନ ୨ଟାରେ ହଠାତ୍‌ ତାଲା ପକାଇଦେଇଥିଲେ। ଲୋକମାନେ ତାହା...

ନୂଆ ରୂପରେ ଚମକିବ ଭୂଆବନ୍ଧ

ଭୋଗରାଇ, ୩।୩(ଡି.ଏନ.ଏ.):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବନ୍ୟା ପ୍ରତିରୋଧକ ଭୂଆବନ୍ଧ ଏବେ ନୂଆ ରୂପ ନେବାକୁ ଯାଉଛି। ବ୍ରିଟିଶ୍‌ ଅମଳ ଏବଂ ମରହଟ୍ଟା ଅମଳର ନିର୍ମିତ...

ଦାବି ପୂରଣ ନ ହେଲେ ଆନ୍ଦୋଳନ

ବାଲେଶ୍ୱର ଅଫିସ,୧୬।୧୧: ଓଡ଼ିଶା ଅମଲା ସଂଘର ବାଲେଶ୍ୱର ଶାଖା ପକ୍ଷରୁ କନିଷ୍ଠ ସହାୟକମାନଙ୍କ ଯୋଗ୍ୟତା ଭିତ୍ତିକ ଦରମା ଓ ଗ୍ରେଡ୍‌ ପେ ବୃଦ୍ଧି କରିବା ପାଇଁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କଲେ ସୋର ବିଧାୟକ

ବାହାନଗା,୧ା୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ବିଧାନସଭା ନିିର୍ବାଚନ ମଣ୍ଡଳୀର ବିଧାୟକ ପର୍ଶୁରାମ ଧଡ଼ା ବିଶ୍ୱ ମହାମାରୀ କରୋନା ଭାଇରସର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍‌...

Advertisement
Archives

Model This Week