Posted inରାଜ୍ୟ

ନିମ୍ନମାନର ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ଅତ୍ୟନ୍ତ ନିମ୍ନମାନର। ନିର୍ମାଣ ସମୟରେ ରାସ୍ତାର ମାନ ଠିକ୍‌ ରହୁ ନ ଥିବାରୁ ଶୀଘ୍ର ନଷ୍ଟ ହୋଇଯାଉଛି। ଠିକାଦାର କିମ୍ବା ଯନ୍ତ୍ରୀଙ୍କ ବିରୋଧରେ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ରାସ୍ତା କାମ ପାଇଁ କାର୍ଯ୍ୟାଦେଶ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହା ଆରମ୍ଭ ହେଉନାହିଁ। କଣ୍ଟ୍ରାକ୍ଟରମାନେ ଇଣ୍ଡିଆନ୍‌ ଅଏଲ(ଭାରତୀୟ ତୈଳ କମ୍ପାନୀ)ରୁ ପିଚୁ ନ ଆଣି ଶସ୍ତାରେ ବିଶାଖାପାଟଣା ଏବଂ ରାୟପୁରରୁ ପିଚୁ ଆଣି ପକାଉଥିବାରୁ ଏହାର ମାନ ଖରାପ ହେଉଛି। ସରକାର ଏ ଦିଗରେ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଉଭୟ ଶାସକ ଏବଂ ବିରୋଧୀ ଦଳ ସଦସ୍ୟମାନେ ଗୃହରେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ନିର୍ମାଣ ହୋଇଥିବା ରାସ୍ତାଗୁଡ଼ିକର ଶୀଘ୍ର ମରାମତି ପାଇଁ ଦାବି କରିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ମୂଳ ପ୍ରଶ୍ନରେ କହିଥିଲେ ଯେ, ରକ୍ଷଣାବେକ୍ଷଣ ନ ହେବା ଓ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତା ନଷ୍ଟ ହୋଇଯାଉଛି। ଏହାର ମରାମତି ପାଇଁ କି ପଦକ୍ଷେପ ନିଆଯାଇଛି। ଏଥିପାଇଁ ଦାୟୀ ଠିକାଦାର ଏବଂ ଯନ୍ତ୍ରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଧାୟକ ନୃସିଂହ ସାହୁ, ମହୀଧର ରଣା, ବିଷ୍ଣୁ ଚରଣ ସେଠୀ, ପ୍ରଦୀପ ମହାରଥୀ, ମୀନାକ୍ଷୀ ମହନ୍ତ, ଭାସ୍କର ମଢ଼େଇ, ନାଉରୀ ନାୟକ, ମୁକେଶ ପାଲ ଏବଂ ସନ୍ତୋଷ ସିଂ ସାଲୁଜା ପ୍ରମୁଖ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତାର ଗୁଣବତ୍ତା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ରାସ୍ତାଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଶେଷ ହେବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଠିକାଦାରମାନେ ରକ୍ଷଣାବେକ୍ଷଣ କରିବେ। ଏହି ଯୋଜନାରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୫୫୦୬୩.୪୪ କିମି ଦୈଘ୍ୟର ରାସ୍ତା ନିର୍ମାଣ ହୋଇଛି। ଗତ ୫ ବର୍ଷ ମଧ୍ୟରେ ୨୨୩୧୮ କିମି ରାସ୍ତା ଠିକାଦାରଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରାଯାଇଛି। ବେଳେବେଳେ ଠିକାଦାରମାନେ କାର୍ଯ୍ୟରେ ଅବହେଳା କରିବା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଅବହେଳା କରିଥିବା ଠିକାଦାରଙ୍କ ସିକ୍ୟୁରିଟି ଟଙ୍କାରୁ ୧.୭୧କୋଟି ଟଙ୍କା ଆଦାୟ କରାଯାଇଛି। ରାସ୍ତାର ଗୁଣବତ୍ତା ଯାଞ୍ଚ କରିବା ଲାଗି ତ୍ରିସ୍ତରୀୟ ବ୍ୟବସ୍ଥା ରହିଛି। ପ୍ରଥମ ସ୍ତରରେ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ମଣ୍ଡଳ ଅଧୀକ୍ଷଣ ଯନ୍ତ୍ରୀ ରାସ୍ତାର ଗୁଣବତ୍ତା ଯାଞ୍ଚ କରିଥାନ୍ତି। ଦ୍ୱିତୀୟ ସ୍ତରରେ ରାସ୍ତାର ଗୁଣବତ୍ତା ଯାଞ୍ଚ କରିବା ଲାଗି ୫୧ଜଣ ଅଭିଜ୍ଞ ଇଞ୍ଜିନିୟରଙ୍କୁ ନେଇ ଷ୍ଟେଟ୍‌ କ୍ୱାଲିଟି ମନିଟରିଂ ଭାବେ ନିଯୁକ୍ତି ଦିଆଯାଇଛି। ଏହାଛଡ଼ା ତୃତୀୟସ୍ତରରେ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ଗୁଣବତ୍ତା ନିରୀକ୍ଷକଙ୍କୁ ରାସ୍ତାର ମାନ ଯାଞ୍ଚ କରିବା ଲାଗି କେନ୍ଦ୍ର ସରକାର ପଠାଇଥାନ୍ତି। ଏଥିଯୋଗୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଗୁଣବତ୍ତା ବଜାୟ ରଖାଯାଉଛି। ରାସ୍ତା ନିର୍ମାଣ ଯଦି ୫ ବର୍ଷ ମଧ୍ୟରେ ଖରାପ ହେଲା ସମ୍ପୃକ୍ତ ଠିକାଦାର ନିଜସ୍ବ ଅର୍ଥରେ ଏହାର ପୁନଃନିର୍ମାଣ କରିବା ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା ନିର୍ମାଣକୁ ନେଇ ସଦସ୍ୟମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଆସନ୍ତା ୭ଦିନ ମଧ୍ୟରେ ପଦକ୍ଷେପ ନେବା ଲାଗି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?