କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ଘଟଣାଟି ଏହିପରି। ଉକ୍ତ ନାବାଳିକାଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ। ପିଲା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯିବାରୁ ସେ ବାପା ଓ ଭାଇ ଙ୍କ ସହିତ ରହୁଥିଲେ। ଥରେ ସେ ବାପା ଓ ଭାଇ ଙ୍କ ସହିତ ନିକଟସ୍ଥ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ହଜିଯାଇଥିଲେ। ତାଙ୍କୁ ଜଣେ ମହିଳା ପାଇ କୁଆଡେ ନେଇଯାଇଥିଲେ ବୋଲି କୁହାଯାଉଛି। ସେବେଠାରୁ ସେ କୌଣସି ଏକ ଗ୍ରାମରେ ଜଣଙ୍କ ଘରେ ରହି ହାଣ୍ଡିଆ ବିକି ଚଳୁଥିଲେ। ଗତବର୍ଷ ଅଗଷ୍ଟ ୪ ତାରିଖରେ କାଦକଳା ଗ୍ରାମ ନିକଟ ଏକ ଲୁଗା ଦୋକାନ ପାଖରେ ବସି ସେ କାନ୍ଦୁଥିବା ଅବସ୍ଥାରେ ଗ୍ରାମବାସୀ ଚାଇଲଡ ଲାଇନକୁ ସୂଚନା ଦେଇଥିଲେ। ଚାଇଲଡ ଲାଇନ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି କେନ୍ଦୁଝର ସ୍ଥିତ ମୁକ୍ତାଶ୍ରୟ କେନ୍ଦ୍ରରେ ଆଣି ଛାଡିଥିଲେ ା ସେ ମୁଣ୍ଡା ଭାଷା ଛଡା ଅନ୍ୟ କିଛି ଭାଷା ଜାଣି ନ ଥିବାରୁ ତାଙ୍କ ଘର ଠିକଣା ଜଣାପଡି ନ ଥିଲା। ପରେ ମୁକ୍ତାଶ୍ରୟ କର୍ତ୍ତୃପକ୍ଷ ତାଙ୍କ ଘର ଭଗାମୁଣ୍ଡା ଅଞ୍ଚଳରେ ଜାଣିବାକୁ ପାଇଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟିର ପରାମର୍ଶ କ୍ରମେ ମୁକ୍ତାଶ୍ରୟର ମମତାରାଣୀ ମହାନ୍ତ ଓ ଅବିନାଶ ଦ୍ୱିବେଦୀ ଭଗାମୁଣ୍ଡା ଅଞ୍ଚଳକୁ ଯାଇ ସେଠାରେ ଜଙ୍ଗଲ ରାସ୍ତାରେ ବିଭିନ୍ନ ଗ୍ରାମ ବୁଲିବା ପରେ ପ୍ରକୃତ ଠିକଣା ମିଳିଥିଲା। ଏହାପରେ ତାଙ୍କୁ ତାଙ୍କ ଭାଇଙ୍କୁ ସେମାନେ ଏହି ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ। ଝିଅ ହଜିବା ଦିନ ଠାରୁ ତାଙ୍କ ବାପାଙ୍କ ମାନସିକ ସ୍ଥିତି ଭଲ ନ ଥିଲା ା ଝିଅର ସନ୍ଧାନ ପାଇଁ ସେ ଏଣେତେଣେ ଘୂରି ବୁଲୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଉପଜିଲାପାଳ, ଏସଡିପିଓ
ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ରାଜ୍ୟରେ ୫ ଟି କୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଆନନ୍ଦପୁର...

ଏ ଦୁନିଆ ଭଲଲାଗୁନି ଲେଖି ଝୁଲିପଡ଼ିଲେ ପାରା ମେଡିକାଲ ଛାତ୍ରୀ
ପାଟଣା,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଗୋରାସ ପଞ୍ଚାୟତ କୁଚେଇ ବେଡା ଗାଁ ନିକଟ ହୁଡ଼ିରୁ ଶନିବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ...

କାଜୁ ବଗିଚାରେ ନବଜାତକକୁ ଛାଡ଼ି ଚାଲିଗଲେ
ପାଟଣା,୧୧ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା କାଜୁ ବଗିଚାରୁ ସୋମବାର ସକାଳୁ ଜଣେ ନବଜାତକକୁ ଉଦ୍ଧାର କରାଯାଇଛି। କେହି କାଜୁ ଗଛମୂଳେ ଏକ ଜରି...

ପିଲାଙ୍କୁ ପଢ଼ାଇଲେ ବିଧାୟକ
ପାଟଣା,୨୨।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ସଭାପତି ଜଗନ୍ନାଥ ନାଏକ ଶୁକ୍ରବାର ପିଲାଙ୍କୁ ପାଠ ପଢାଇଥିଲେ। ବିଧକ ନାଏକ ଚାରାରୋପଣ...

କଟକଣା ହେଲା କୋହଳ
କେନ୍ଦୁଝର, ୨୧।୫( ସ୍ବ.ପ୍ର.)-ଜିଲା ପ୍ରଶାସନ ଜାରି କଲା ନୂଆ ଗାଇଡ଼ ଲାଇନ। କଣ୍ଟେନମେଣ୍ଟ ଯୋନ ବାହାରେ କୋଭିଡ୧୯ ପାଇଁ ଥିବା କଟକଣା କୋହଳ କଲା। ଗ୍ରସୋରି,...

ଡକାୟତି ଯୋଜନା ପଣ୍ଡ: ୪ ଗିରଫ, ୨ ଫେରାର
ବଡ଼ବିଲ,୨୫ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏକ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଘଟଣାସ୍ଥଳରୁ ଏକ ଦେଶୀ...

ବ୍ୟାପକ ଜଙ୍ଗଲ କଟା ଯୋଗୁ ପରିବେଶ ନଷ୍ଟ: କାନଝରୀ ନଦୀବନ୍ଧ ପାଇଁ ବିପଦ ଆଶଙ୍କା
କେନ୍ଦୁଝର, ୮।୧୨(ସ୍ବ.ପ୍ର.)-ସଦର ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟ ଜଙ୍ଗଲ ବ୍ୟାପକ ନଷ୍ଟ ଯୋଗୁ ପରିବେଶ କ୍ଷତିଗ୍ରସ୍ତ ହୋଇଛି। ଏବେ ଗୋପାଳପୁର ହାଟ ନିକଟ ଜଙ୍ଗଲରେ...

ପିଲାଙ୍କୁ ପଢ଼ାଇଲେ କେନ୍ଦୁଝର ଜିଲାପାଳ
କେନ୍ଦୁଝର,୨୫।୯( ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ବୁଧବାର ସ୍ଥାନୀୟ ରାଙ୍କିଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ବିଷୟରେ ଅଧ୍ୟୟନ କରାଇଛନ୍ତି। ଏଥିସହ କଠିନ...