କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ଘଟଣାଟି ଏହିପରି। ଉକ୍ତ ନାବାଳିକାଙ୍କ ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ଭଗାମୁଣ୍ଡା ଅଞ୍ଚଳରେ। ପିଲା ବେଳେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଯିବାରୁ ସେ ବାପା ଓ ଭାଇ ଙ୍କ ସହିତ ରହୁଥିଲେ। ଥରେ ସେ ବାପା ଓ ଭାଇ ଙ୍କ ସହିତ ନିକଟସ୍ଥ ଗ୍ରାମକୁ ଯାଇଥିବା ବେଳେ ସେଠାରୁ ହଜିଯାଇଥିଲେ। ତାଙ୍କୁ ଜଣେ ମହିଳା ପାଇ କୁଆଡେ ନେଇଯାଇଥିଲେ ବୋଲି କୁହାଯାଉଛି। ସେବେଠାରୁ ସେ କୌଣସି ଏକ ଗ୍ରାମରେ ଜଣଙ୍କ ଘରେ ରହି ହାଣ୍ଡିଆ ବିକି ଚଳୁଥିଲେ। ଗତବର୍ଷ ଅଗଷ୍ଟ ୪ ତାରିଖରେ କାଦକଳା ଗ୍ରାମ ନିକଟ ଏକ ଲୁଗା ଦୋକାନ ପାଖରେ ବସି ସେ କାନ୍ଦୁଥିବା ଅବସ୍ଥାରେ ଗ୍ରାମବାସୀ ଚାଇଲଡ ଲାଇନକୁ ସୂଚନା ଦେଇଥିଲେ। ଚାଇଲଡ ଲାଇନ କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି କେନ୍ଦୁଝର ସ୍ଥିତ ମୁକ୍ତାଶ୍ରୟ କେନ୍ଦ୍ରରେ ଆଣି ଛାଡିଥିଲେ ା ସେ ମୁଣ୍ଡା ଭାଷା ଛଡା ଅନ୍ୟ କିଛି ଭାଷା ଜାଣି ନ ଥିବାରୁ ତାଙ୍କ ଘର ଠିକଣା ଜଣାପଡି ନ ଥିଲା। ପରେ ମୁକ୍ତାଶ୍ରୟ କର୍ତ୍ତୃପକ୍ଷ ତାଙ୍କ ଘର ଭଗାମୁଣ୍ଡା ଅଞ୍ଚଳରେ ଜାଣିବାକୁ ପାଇଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟିର ପରାମର୍ଶ କ୍ରମେ ମୁକ୍ତାଶ୍ରୟର ମମତାରାଣୀ ମହାନ୍ତ ଓ ଅବିନାଶ ଦ୍ୱିବେଦୀ ଭଗାମୁଣ୍ଡା ଅଞ୍ଚଳକୁ ଯାଇ ସେଠାରେ ଜଙ୍ଗଲ ରାସ୍ତାରେ ବିଭିନ୍ନ ଗ୍ରାମ ବୁଲିବା ପରେ ପ୍ରକୃତ ଠିକଣା ମିଳିଥିଲା। ଏହାପରେ ତାଙ୍କୁ ତାଙ୍କ ଭାଇଙ୍କୁ ସେମାନେ ଏହି ନାବାଳିକାଙ୍କୁ ହସ୍ତାନ୍ତର କରିଥିଲେ। ଝିଅ ହଜିବା ଦିନ ଠାରୁ ତାଙ୍କ ବାପାଙ୍କ ମାନସିକ ସ୍ଥିତି ଭଲ ନ ଥିଲା ା ଝିଅର ସନ୍ଧାନ ପାଇଁ ସେ ଏଣେତେଣେ ଘୂରି ବୁଲୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି।
ଖରାରେ ସିଝିଲେ, ବର୍ଷାରେ ଭିଜିଲେ ଭିନ୍ନକ୍ଷମ
ହାଟଡିହୀ/ଛେନାପଦୀ,୧୧।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି।…
ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍ ସେବା ପ୍ରଭାବିତ
କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…
ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍ବିଆଇ ସମ୍ମୁଖରେ ବିକ୍ଷୋଭ କରି…
ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…
ଗୋଟିଏ କୋଠରିରେ ଚାଲିଛି ୪୭ ବର୍ଷର ବିଦ୍ୟାଳୟ: ଅନୁଦାନ ମିଳୁ ନ ଥିବାରୁ ବଦଳୁନାହିଁ ସ୍ଥିତି
ହାଟଡ଼ିହୀ,୧୧l୯ (ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍ କୁଆଡ଼ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥା ଦେଇ ଗତି କରୁଛି। ଗୋଟିଏ ଶ୍ରେଣୀ କକ୍ଷରେ ଶିଶୁ ବାଟିକାରୁ ୫ମ…
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର
ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…
ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍ଘାଟିତ ହେଲା ‘ମନୋଜ ଦାସ ପାଠାଗାର’
ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…
ହାଟଡିହୀ ବିଇଓ ରାଜୀବ ଦଳେଇ ନିଲମ୍ବିତ: କାର୍ଯ୍ୟରେ ଅବହେଳା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ
ହାଟଡିହୀ/ଛେନାପଦୀ, ୯।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ ଦଳେଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୁଧବାର ମଧ୍ୟାହ୍ନରେ ସ୍ପେଶାଲ ମେସେଞ୍ଜର…

