ନାଲକୋ ହିଲ୍‌ଟପ୍‌ରେ ଛାଇଗଲା କୁଆପଥର

ଦାମନଯୋଡ଼ି/କୋରାପୁଟ,୧୯ା୪(ସ୍ବ.ପ୍ର.): କୋରାପୁଟ ଜିଲା ଦାମନଯୋଡ଼ିରେ ଶୁକ୍ରବାର ଅପରାହ୍ନରେ ପ୍ରବଳ କୁଆପଥର ବର୍ଷା ହୋଇଛି। ଏଥିରେ ନାଲକୋର ହିଲଟପ୍‌ ବରଫାବୃତ୍ତ ହୋଇ କାଶ୍ମୀରର ଭ୍ରମ ସୃଷ୍ଟି କରିଛି। ପଞ୍ଚପଟ୍ଟମାଳି ଖଣିର ହିଲଟପ ଅଞ୍ଚଳରେ ପ୍ରାୟ ୨ ଇଞ୍ଚର କୁଆପଥର ବର୍ଷା  ହୋଇଥିଲା। ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଶୁକ୍ରବାର ଅପରାହ୍ନ ୨ଟା ଭିତରେ କୋରାପୁଟ ଜିଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡ଼ା ବ୍ଲକରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବା ଆଶଙ୍କା ଥିବା ସୂଚନା ଦିଆଯାଇଥିଲା। ଅପରାହ୍ନ ୫ଟା ସୁଦ୍ଧା ଜିଲାର ନାରାୟଣପାଟଣାରେ କୁଆପଥର ବୃଷ୍ଟି ସାମାନ୍ୟ ହୋଇଥିବା ବେଳେ ହିଲ୍‌ଟପ୍‌ ଅଞ୍ଚଳରେ  ପ୍ରବଳ କୁଆପଥର ବର୍ଷିଥିଲା। ଅନ୍ୟ କୌଣସି ସ୍ଥାନରେ ବର୍ଷାର ସୂଚନା ନଥିଲା। ତେବେ ଗତ ବର୍ଷ ମଧ୍ୟ ଦାମନଯୋଡ଼ି ଅଞ୍ଚଳରେ ପ୍ରବଳ କୁଆପଥର ବର୍ଷା ହୋଇ କିଛି ସମୟ ପାଇଁ କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ମରଶରୀର ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ

ଗୁଡାରି, ୧୭।୭(ପ୍ରମୋଦ କୁମାର ପତି ): ଦାଦନ ଖଟିବାକୁ କେରଳ ଯାଇଥିବା ଗୁଡାରି ବ୍ଲକର ଜଣେ ଓଡ଼ିଆ ଯୁବକଙ୍କର ସେଠାରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ପାତଲମ୍ବା ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ : ଦନ୍ତା ହାତୀ ଆକ୍ରମଣ ସନ୍ଦେହ; ପୋଲିସ, ବନ ବିଭାଗ ଓ ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ ଆରମ୍ଭ

କଲ୍ୟାଣସିଂହପୁର, ୧୭।୭ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ପାତଲମ୍ବା ଜଙ୍ଗଲରୁ ଶୁକ୍ରବାର ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri