ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ

ବାଲେଶ୍ୱର ଅଫିସ, ୨୩।୧୨-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ସୋମବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ଅଦାଲତର ବିଚାରପତି ଗିରିଜା ମହାପାତ୍ର ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲଦଣ୍ଡ ସହ ୨୫ହଜାର ଟଙ୍କା ଜରିମାନା କରିଛନ୍ତି।
ସୋର ଥାନା ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୨୦୧୩ ଜାନୁୟାରୀ ୩୦ତାରିଖରେ ସୋର ବସ୍‌ଷ୍ଟାଣ୍ଡରୁ ନିଖୋଜ ହୋଇଯାଇଥିଲେ। ବାଲେଶ୍ୱର ସଦର ଥାନା ବସନ୍ତପୁର ଗ୍ରାମର ତପନ ଓଝା ସୋର ବସ୍‌ଷ୍ଟାଣ୍ଡରୁ ତାଙ୍କୁ ଅପହରଣ କରି ପୁରୀ ନେଇଯାଇଥିଲେ। ସେଠାରେ ତାଙ୍କୁ ବଳପୂର୍ବକ ବଳାତ୍କାର କରି କିଛିଦିନ ପରେ ଭଦ୍ରକ ବସ୍‌ଷ୍ଟାଣ୍ଡରେ ଆଣି ଛାଡ଼ିଦେଇ ପଳାଇଥିଲେ। ନାବାଳିକା ଜଣକ ଫେରିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏନେଇ ପରିବାର ପକ୍ଷରୁ ସୋର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସୋର ଥାନାରେ ମାମଲା (ନଂ. ୭୧/୨୦୧୩) ରୁଜୁ ହୋଇ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଜଜ୍‌ ମହାପାତ୍ର ୯ ସାକ୍ଷ୍ୟ ଓ ୧୯ ଦସ୍ତାବିଜକୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଣବ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ)/ଦିଗପହଣ୍ଡି୧୩/୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିଗପହଣ୍ଡିଠାରେ ଏକ ତୁଳା ଜିନିଂ ଓ ପ୍ରେସିଂ ମିଲ୍‌ ଏବଂ ଏକ ନୂଆ ବସ୍‌ ଟର୍ମିନାଲ ଉଦ୍‌ଘାଟନ କରିଛନ୍ତି।...

ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି

ଦାରିଙ୍ଗବାଡ଼ି,୨୧ା୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ତୁଷାରପାତ ଜାରି ରହିଛି। ମଙ୍ଗଳବାର ସକାଳ ୮ ସୁଦ୍ଧା ତାପମାତ୍ରା ୩.୫ ଡିଗ୍ରୀରେ ପହଞ୍ଚିଛି । ସୋମବାର ତାପମାତ୍ରା ୪...

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଆଉ ଶୁଣିବାକୁ ମିଳିବନି ମାଇଁ ଲଡ୍‌ ଉଚ୍ଚାରଣ

କଟକ ଅଫିସ,୩ା୧: ଏଣିକି ଆଉ କୋର୍ଟରେ ଶୁଣିବାକୁ ମିଳିବନି ମାଇଁ ଲର୍ଡ ଉଚ୍ଚାରଣ। ମାଇଁ ଲର୍ଡ ବଦଳରେ  ଶୁଣିବାକୁ ମିଳିବ ସାର୍‌। ଓଡ଼ିଶା ହାଇକୋର୍ଟ ମୁଖ୍ୟ...

ନାବାଳିକା ବଳାତ୍କାର ଅଭିଯୋଗରେ ଜେଲ୍‌ଗଲେ ଯୁବକ

କୁଚିଣ୍ଡା,୧୨।୫(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସମୀର...

୩୫ଲକ୍ଷ ଠକେଇ କରି ଧରାପଡ଼ିଲେ ନାରୀନେତ୍ରୀ

ଝାରସୁଗୁଡ଼ା ଅଫିସ,୧୧।୭: ଝାରସୁଗୁଡ଼ା ଜିଲାରେ ସମାଜ ସେବିକା ମହିଳା ସଙ୍ଗଠନ ନାମରେ ମହିଳାଙ୍କୁ ୩୫ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି। ଅଭିଯୁକ୍ତା ନାରୀନେତ୍ରୀଙ୍କୁ ଗିରଫ କରି ପୋଲିସ...

ଲାଭ କମାଇନି ଲକ୍‌ଡାଉନ

(ଅଜିତ କୁମାର ଧଳ) ଛେଣ୍ଡିପଦା, ୧୦ା୫ – ସରକାର କଟକଣା ଲଗାଇଥିବାରୁ ପୂର୍ବପରି ରାସ୍ତାରେ ଚାଲୁନି ଗାଡ଼ି। ହେଲେ ଯେଉଁ ଅଳ୍ପ କେତେଜଣ ଯାତାୟାତ କରୁଛନ୍ତି...

ବିପଦସଙ୍କୁଳ ଅବସ୍ଥାରେ କନାଝୁରୁ ପୋଲ, ତୁରନ୍ତ ମରାମତି ଦାବି

କୋଟଗଡ,୧୦ା୯(ଡି.ଏନ.ଏ.)- କୋଟଗଡ ବ୍ଲକ ସୁବର୍ଣ୍ଣଗିରି ରାସ୍ତାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ ହୋଇଥିବା କନାଝୁରୁ ନାଳ ପୋଲ ଏବେ ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଲଗାଣ...

୭ ଦିନ ବନ୍ଦ ରହିବ ସୂର୍ଯ୍ୟମନ୍ଦିର: ଭୟରେ ପର୍ଯ୍ୟଟକ ଶୂନ୍ୟ

କୋଣାର୍କ,୧୬।୩(ଡି.ଏନ.ଏ): କରୋନା ଭାଇରସ ପ୍ରଭାବରେ ସମଗ୍ର ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବାବେଳେ ସରକାର ପ୍ରତି ଜନସମାଗମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ...

Advertisement
Archives

Model This Week