Posted inଜାତୀୟ

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କୁ ଓ ତାଙ୍କ ୭ ବର୍ଷର ସାନଭାଇଙ୍କୁ ହାତଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ହତ୍ୟା କରାଯାଇଥିଲା। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହାକୁ ଅତି ନିର୍ଦ୍ଦୟ ଓ ଅମାନୁଷିକ ବୋଲି କହିବା ସହ ତଳକୋର୍ଟ ଓ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ଏହି ଅପରାଧ ବିରଳରୁ ବିରଳତମ ବର୍ଗରେ ଯାଉଥିବା ଖଣ୍ଡପୀଠ କହିଛନ୍ତି। ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ, ୨୦୧୨ ଉପରେ ୨୦୧୮ରେ ହୋଇଥିବା ସଂଶୋଧନକୁ ଧ୍ୟାନରେ ରଖି ରାୟ ପ୍ରକାଶ କରିଛନ୍ତି।
୨୦୧୦ ଅକ୍ଟୋବର ୨୯ରେ ନାବାଳିକା ଓ ତାଙ୍କ ସାନଭାଇ ସ୍କୁଲ ଯାଉଥିବାବେଳେ ମନ୍ଦିର ବାହାରୁ ସେମାନଙ୍କୁ ମନ୍ଦିର ପୂଜକ ମୋହନକ୍ରିଷ୍ଣନ ଓ ମନୋହରନ୍‌ ଉଠାଇନେଇଥିଲେ। ସେମାନେ ଉଭୟଙ୍କ ହାତ ବାନ୍ଧି ଦେଇ ନାବାଳିକାଙ୍କୁ ଗଣବଳାତ୍କାର କରିଥିଲେ। ପରେ ସେମାନେ ଉଭୟଙ୍କୁ ବିଷଦେଇ ମାରିବାକୁ ଉଦ୍ୟମ କରିଥିଲେ। ସେଥିରେ ମୃତ୍ୟୁ ନ ହେବାରୁ ହାତବନ୍ଧା ଅବସ୍ଥାରେ ସେମାନଙ୍କୁ ପରାମ୍ବିକୁଲମ୍‌-ଅକ୍ଷର ପ୍ରୋଜେକ୍ଟ କେନାଲରେ ଫିଙ୍ଗିଦେଇଥିଲେ। ପୋଲିସ୍‌ ଏନ୍‌କାଉଣ୍ଟରରେ ମୋହନ କ୍ରିଷ୍ଣନ୍‌ ନିହତ ହୋଇଥିଲେ। ମନୋହରନଙ୍କୁ ଅପହରଣ, ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ତଳକୋର୍ଟ ମନୋହରନ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବାବେଳେ ମାଡ୍ରାସ ହାଇକୋର୍ଟ ତାହାକୁ କାଏମ ରଖିଥିଲେ। ତିନି ଜଣିଆ ଖଣ୍ଡପୀଠରେ ଅନ୍ୟ ଜଣେ ସଦସ୍ୟ ଜଷ୍ଟିସ୍‌ ଖାନ୍‌ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଅବଶିଷ୍ଟ ଜୀବନ ଜେଲ୍‌ରେ କଟାଇବା ସପକ୍ଷରେ ମତ ଦେଇଥିବାବେଳେ ଅନ୍ୟ ଦୁଇ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ସଞ୍ଜୀବ ଖାନ୍ନା ମୃତ୍ୟୁଦଣ୍ଡକୁ ସମର୍ଥନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri